Take a fresh look at your lifestyle.

ମାଗଣା ରକ୍ତ ପରୀକ୍ଷା ଶିବିର, ଔଷଧ ବିତରଣ

0 16

ଭୁବନ : ଆଜିର ସମାଜରେ ପିତା ,ମାତା ବୃଦ୍ଧ ବୃଦ୍ଧା ହୋଇଗଲେ ପୁଅ ମାନେ ନିର୍ଯ୍ୟାତନା ଦେବା ସହ ଜରାଶ୍ରମରେ ନେଇ ଛାଡି ଦେଉଥିବା ଅନେକ ଦୃଷ୍ଟାନ୍ତ ଦେଖିବାକୁ ମିଳୁଥିବା ବେଳେ ଭୁବନରେ ଜନୈକ ପୁଅ ପିତା ମୁରଲୀଧର ଚିନରା ଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକରେ ପିତାଙ୍କ ସ୍ମୃତିରକ୍ଷା ପାଇଁ ମାଗଣା ରକ୍ତ ବର୍ଗୀକରଣ, ରକ୍ତଚାପ ପରୀକ୍ଷା ସହିତ ମାଗଣା ଔଷଧ ବିତରଣ କରି ସମାଜ ପାଇଁ ନିଆରା ଉଦାହରଣ ଓ ଯୁବପିଢୀ ଙ୍କ ପାଇଁ ପ୍ରେରଣାର ଉସô ପାଲଟିଛନ୍ତି । ଭୁବନ ଏନଏସି ଅନ୍ତର୍ଗତ ୧୩ ନମ୍ବର ୱାର୍ଡର ବାସିନ୍ଦା ମୁରଲୀଧର ଚିନରା ଙ୍କର ଥିଲା ପ୍ରଥମ ଶ୍ରାଦ୍ଧବାର୍ଷିକ । ସ୍ୱର୍ଗତ ଚିନରା ଭୁବନ ବରିଷ୍ଠ ନାଗରିକ ସଂଘର ଜଣେ ସକ୍ରିୟ ସଦସ୍ୟ ଥିବାରୁ ସ୍ୱର୍ଗତ ଚିନରାଙ୍କ ପୁଅ ଡାକ୍ତର ସରୋଜ କୁମାର ଚିନରା ପିତାଙ୍କ ସ୍ମୃତିରକ୍ଷା ଉଦେ୍ଦଶ୍ୟରେ ବରିଷ୍ଠ ନାଗରିକ ସଂଘ କର୍ମକର୍ତାଙ୍କ ସହଯୋଗରେ ଏକ ମାଗଣା ରକ୍ତ ପରୀକ୍ଷା ଶିବିର ଆୟୋଜନ କରିଥିଲେ । ବରିଷ୍ଠ ନାଗରିକ ସଂଘ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଶିବିରରେ ପ୍ରାୟ ୮୦ ରୁ ଉଦ୍ଧ୍ୱର୍ ଲୋକ ନିଜର ରକ୍ତ ନମୁନା ଓ ରକ୍ତଚାପ ପରୀକ୍ଷା କରାଇ ମାଗଣାରେ ଔଷଧ ନେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଡ.ସରୋଜ ଚିନରା ଙ୍କ ସମେତ ନାଗରିକ ସଂଘ ସଭାପତି ଶ୍ରୀଧର ବେହେରା , ସଂପାଦକ ମାଧବାନନ୍ଦ ସାହୁ, ନନ୍ଦ କିଶୋର ସାହୁ, ଗିରିଧାରୀ ସାହୁ, ବିଦ୍ୟାଧର ବିହାରୀ ,ବେଣୁଧର ଗୁରୁ, ଚିତ ରଂଜନ ସାହୁ, ରଘୁନାଥ ବେହେରା,ମନମୋହନ ସାହୁ, ରାଜ କିଶୋର ମିଶ୍ର, ପ୍ରଭାତ କଅଁର,ବାସୁଦେବ ଗୁରୁ ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

- Advertisement -

Leave A Reply

Your email address will not be published.