Take a fresh look at your lifestyle.

ଲୋକସେବକ ମଣ୍ଡଳର ଓଡିଶା ଅଧ୍ୟକ୍ଷଙ୍କୁ ସମ୍ବର୍ଦ୍ଧନା

0 12

Get real time updates directly on you device, subscribe now.

ଢେଙ୍କାନାଳ : ଦେଶର ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ପଞ୍ଜାବକେଶରୀ ଲାଲା ଲାଜ୍ପତ ରାୟଙ୍କ ଦ୍ୱାରା ପ୍ରତିଷ୍ଠିତ ଲୋକସେବକ ମଣ୍ଡଳର ଗୁରୁତ୍ୱପୂର୍ଣ୍ଣ ଓଡିଶା ଶାଖାର ଅଧ୍ୟକ୍ଷ ଭାବେ ଦୈନିକ “ସମାଜ’ର ପ୍ରକାଶକ ଓ ମୁଦ୍ରାକର ତଥା ମଣ୍ଡଳର ସର୍ବଭାରତୀୟ ଉପସଭାପତି ପଣ୍ଡିତ ନିରଞ୍ଜନ ରଥ ଅବସ୍ଥାପିତ ହୋଇଛନ୍ତି ।

ଓଡିଶାର କୋଟି କୋଟି ସାଧାରଣ ଲୋକଙ୍କ ସ୍ୱର ଓ ସ୍ୱାକ୍ଷରରେ ସମୃଦ୍ଧ ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ଦ୍ୱାରା ପ୍ରତିଷ୍ଠିତ ଏବଂ ପଟ୍ଟଶିଷ୍ୟ ରାଧାନାଥ ରଥଙ୍କ ଦ୍ୱାରା ପରିପୁଷ୍ଟ ଦୈନିକ “ସମାଜ’ ଲୋକସେବକ ମଣ୍ଡଳର ଏକ ମର୍ଯ୍ୟଦାପୂର୍ଣ୍ଣ ଲାଭଜନକ ପ୍ରତିଷ୍ଠାନ ଭାବେ ସୁପରିଚିତ । ଏହାର ମର୍ଯ୍ୟଦା ଓ ଗୁରୁତ୍ୱ ଅକ୍ଷୁର୍ଣ୍ଣ ରଖିବାରେ ପଣ୍ଡିତ ରଥଙ୍କ ନେତୃତ୍ୱ ସହାୟକ ହେବ ବୋଲି ଆଶା କରାଯାଉଛି ।

ଢେଙ୍କାନାଳ ଜିଲ୍ଲା ସକ୍ରିୟ ନାଗରିକ ପରିଷଦ ପକ୍ଷରୁ ଏହାର ସଭାପତି ପ୍ରଦୁ୍ୟମ୍ନ ରଥ, କୋଷାଧ୍ୟକ୍ଷ ମହିନ୍ଦ୍ର କୁମାର ସାହୁ ଓ ଆବାହକ ଆଇନ୍ଜୀବି କୃଷ୍ଣଚନ୍ଦ୍ର ଦ୍ୱିବେଦୀ ପ୍ରମୁଖ ପଣ୍ଡିତ ରଥଙ୍କୁ “ଗୋପବନ୍ଧୁ ଆର୍ୟୁବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ’ ପରିସରରେ ଥିବା ଅତିଥି ଭବନରେ ଶ୍ରୀ ରଥଙ୍କୁ ଭେଟି ପୁଷ୍ପମାଲ୍ୟ ଓ ଉତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ ।

ସକ୍ରିୟ ନାଗରିକ ପରିଷଦର ବିଭିନ୍ନ ସେବାମୂଳକ କାର୍ଯ୍ୟ ସଂପର୍କରେ ପରିଷଦର କର୍ମକର୍ତାବୃନ୍ଦ ଶ୍ରୀ ରଥଙ୍କୁ ସୂଚନା ଦେଇଥିଲେ । ଏହି ଅବସରରେ ପରିଷଦର କର୍ମକର୍ତାବୃନ୍ଦ ଏହି ପ୍ରତିଷ୍ଠାନ ପରିସରରେ ପ୍ରତିଷ୍ଠିତ ମା’ଭୁବନେଶ୍ୱରୀ, ବଗଳାମୁଖୀ, ନୀଳ ସ୍ୱରସ୍ୱତୀ, ଶ୍ରୀ ଗଣେଶ, ଶ୍ରୀରାମ ଦରବାର, ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ମା’ ସୁଭଦ୍ରା ଏବଂ ଲକ୍ଷ୍ମୀନାରାୟଣଙ୍କ ସୁଦୃଶ୍ୟ ବିଗ୍ରହମାନଙ୍କୁ ଦର୍ଶନ କରି କୁତାର୍ଥ ହୋଇଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.