Take a fresh look at your lifestyle.

ବିଜୁ ବାବୁଙ୍କ୧୦୬ ତମ ଜନ୍ମ ଜୟନ୍ତୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

0 23

Get real time updates directly on you device, subscribe now.

ଢେଙ୍କାନାଳ :  ମହାନ ଜନାୟକ , ପ୍ରବାଦ ପୁରୁଷ , ପୁର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କର ୧୦୬ ତମ ଜନ୍ମ ଜୟନ୍ତୀ ପାଲନ ସମାରୋହ ୦୫, ୦୩, ୨୦୨୨ ରିଖ ଶନିବାର ଦିନ ସ୍ଥାନୀୟ ବୋରାପଦା ସ୍ଥିତ ଆମ୍ବ ବଗିଚାରେ ପାଳନ ହେବ ।

ଏହି ଅବସରରେ ସ୍ଥାନୀୟ ରନôମଣ୍ଡପ ଠାରେ ଢେଙ୍କାନାଳ ବିଜୁ ଜନତା ଦଳ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ରାଜ୍ୟ ଯୁବ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ବିଜୟ କୁମାର ନାୟକଙ୍କ ଅଧ୍ୟକ୍ଷତାରେଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ଅନୁଯାୟୀ ଶନିବାର ସକାଳ୯ଘଟିକା ସମୟରେ ବିଜୁ ଜନତା ଦଲ ତରଫରୁ ରଥଗଡା ପରିବା ମାର୍କେଟ କମ୍ପ୍ଲେକ୍ସ ଠାରେ ଥିବା ବିଜୁ ବାବୁଙ୍କ ପ୍ରତିମୁର୍ତ୍ତିରେ ପୁଷ୍ପମାଲ୍ୟାର୍ପାଣ କରାଯିବ ।

ପରେ ପରେ ଢେଙ୍କାନାଲ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ ସହର ନିକଟସ୍ଥ ବୋରାପଦା ସ୍ଥିତ ଆଇ,ଟି,ଆଇ କଲେଜ ସମ୍ମୁଖ ଆମ୍ବ ବଗିଚାରେ ପୁର୍ବାହ୍ନ ୧୦ ଘଟିକା ସମୟରେ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ ପାଲନ କରାଯିବା ସହ ସେଠାରେ ଏକ ସଧାରଣ ସଭା ଅନୁଷ୍ଠିତ ହବେ ।

ଏହି କାର୍ଯ୍ୟକ୍ରମରେ ବିଜୁ ମହିଳ ଜନତା ଦଳ ,ଯୁବ ବିଜୁ ଜନତା ଦଳ ଓ ଛାତ୍ର ଜନତା ଦଳ ସମେତ ବିଜେଡିର ବିଭିର୍ଣ୍ଣ ଛାମୁଆ ସଂଗଠନର କାର୍ଯ୍ୟକର୍ତ୍ତା ଯୋଗଦେବେ ବୋଲି ପ୍ରସ୍ତୁତି ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି ।

ଏହି ବୈଠକରେ ବିଜେଡି ଜିଲ୍ଲା ଉପ-ସଭାପତି ଲକ୍ଷ୍ମୀଧର ସାହୁ, ବିଜେଡି ଜିଲ୍ଲା ସଧାରଣ ସମ୍ପାଦକ ଦେବାଶିଷ ମିଶ୍ର, ପୁର୍ବତନ ନଗର ପାଳ ଶୁଧାଶୁଂ ଦଳେଇ, ରାଜ୍ୟ ମହିଳା ଉପ-ସଭାନେତ୍ରୀ ସାଇଶ୍ରୀ ପଟ୍ଟନାୟକ, ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ସାଗରିକା ମିଶ୍ର, ଜିଲ୍ଲା ବିଜେଡି ଛାତ୍ର ସଭାପତି ସୁରଜ ମହାପାତ୍ର, ରମେଶ ସାମଲ, ଗଙ୍ଗାଧର ରାଉତ, ବିନୋଦ କୁମାର ମହାନ୍ତି, ରୁଦ୍ରାନ୍ତ ଦଳେଇ, ଜ୍ଞାନଚାନ୍ଦ ମିଶ୍ର, ପ୍ରକାଶ ଚନ୍ଦ୍ର କୁଅଁର, ସଂଖ୍ୟାଲଘୁ ସେଲ ସଭାପତି ଅସରଫ ଖାଁ, ମହିଳା ନଗର ସଭାନେତ୍ରୀ ଶୁଭଲକ୍ଷ୍ମୀ ସାହୁ, ମାମିନା ଦିକ୍ଷିତ୍, ଉର୍ବଶୀ ମହାପାତ୍ର, ପ୍ରଣତି ପଣ୍ଡା, ଅନିମା ନାୟକ , କୁଲଦୀପ ମହାପାତ୍ର ଙ୍କ ସମେତ ଛାତ୍ର , ଯୁବ , ମହିଳା ବିଜେଡିର ବହୁ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.