Take a fresh look at your lifestyle.

୫୩ ନଂ ଜାତୀୟ ରାଜପଥରେ ଟିପର – ବାଇକ୍ ଧକ୍କା ଜଣେ ମୃତ, ଦୁଇ ଗୁରୁତର ।

ଗୁରୁତରଙ୍କୁ କାମାକ୍ଷାନଗର ଚିକିତ୍ସାଳୟରେ ଭର୍ତ୍ତି

0 160

Get real time updates directly on you device, subscribe now.

ଢେଙ୍କାନାଳ: ଡ଼ୁବୁରୀ – ତାଳଚେର ୫୩ ନମ୍ବର ଜାତୀୟ ରାଜପଥ ର କାମାକ୍ଷା ନଗର ଥାନା ଅନ୍ତର୍ଗତ ଜିରିଡାମାଳି – ମାଳପୁରା ବାଇପାସ୍ ଛକ ନିକଟରେ ଏକ ଆଇରନ ବୋଝେଇ ଟିପର ମୋଟର ସାଇକେଲକୁ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ମୋଟର ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇଛନ୍ତି।

ସୂଚନା ଅନୁଯାୟୀ ଡ଼ୁବୁରୀ ଅଂଚଳରୁ ଏକ ଆଇରନ ବୋଝେଇ ଟିପର ନଂ ଓ ଆର ଠ୯ କେ ୩୧୬୫ ଆସୁଥିବା ବେଳେ ଅନ୍ୟପଟୁ କାମାକ୍ଷାନଗର ପୂର୍ତ୍ତ ବିଭାଗ ରାସ୍ତାରୁ ଏକ ବାଇକ୍ ନଂ  ଓଡି – ଠ୬ ଏ ୮୪୫୭ ରେ ତିନିଜଣ ରାଜପଥ ଆଡ଼କୁ  ଆସୁଥିବା ବେଳେ ଧକ୍କା ହୋଇଥିଲା, ଯାହା ଫଳରେ ମଟର ସାଇକେଲ ଚାଳକ ଟିପର ପଛ ଚକରେ ଚାପି ହୋଇଯାଇଥିଲେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇ ଜଣ ଛିଟିକି ପଡି ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚି ଯାଇଥିଲେ |

ମୃତକ ଜଣଙ୍କ ହେଲେ ପରଜଙ୍ଗ ଥାନା ଅନ୍ତର୍ଗତ ବଡଝରା ଗ୍ରାମର ଟିକାୟତ ଜେନାଙ୍କ ପୁଅ ସମ୍ବିତ ଜେନା (୨୫) ଏବଂ ଆହାତ ଦୁଇଜଣ ହେଲେ ସେହି ଗ୍ରାମର ଅରୁଣ କୁମାର କାଣ୍ଡି,ଓ ସୀତୁ କାଣ୍ଡି ବୋଲି ଜଣାପଡିଛି !

ଖବର ପାଇ କାମାକ୍ଷାନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇ ଥିବା ବେଳେ ଆହାତ ମାନଙ୍କୁ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।

କିଛି ସମୟ ପାଇଁ ସ୍ଥାନୀୟ ଲୋକ ଘଟଣା ସ୍ଥଳରେ ରାସ୍ତା ରୋକ କରି ଥିବାରୁ ଯାନବାହାନ ଚଳାଚଳ ବ୍ୟାହତ ହୋଇଥିଲା ଥାନା ଅଧିକାରୀ ଶରତ ମହାଳିକ ପହଂଚି ଲୋକଙ୍କୁ ବୁଝାସୁଝା କରିବା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା।

ପୋଲିସ ଉଭୟ ଦୁର୍ଘଟଣା ଗ୍ରସ୍ତ ଗାଡ଼ିକୁ ଥାନା କୁ ଆଣି ତଦନ୍ତ ଜାରି ରଖିଛି। ସ୍ଥାନୀୟ ଲୋକଙ୍କ ଦାବିକୁ ନେଇ ପୂର୍ତ୍ତ ବିଭାଗ ପକ୍ଷରୁ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ବିଭାଗୀୟ ରାସ୍ତା ଉପରେ ଆଜି ହମ୍ପସ ନିର୍ମାଣ କରାଯିବା ପାଇଁ ସ୍ଥିର କରାଯାଇଥିବା ଜଣାପଡିଛି I

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.