Take a fresh look at your lifestyle.

ମହିମା ମହାବିଦ୍ୟାଳୟରେ ଓଡିଶା ସରକାରଙ୍କର ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ

0 11

Get real time updates directly on you device, subscribe now.

ମହିମାଗାଦି, ତା ୧୭.୧୧  – ଢେଙ୍କାନାଳ ଜିଲ୍ଲା ଯୋରନ୍ଦାସ୍ଥିତ ମହିମା ମହାବିଦ୍ୟାଳୟ ପରିସରରେ ଆଜି ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ଦାସଙ୍କ ପୌରହିତ୍ୟରେ ବାଲ୍ୟ ବିବାହ, ଯୌନ ନିର୍ଯାତନା, ଶିଶୁ ଶ୍ରମିକ ଏବଂ ମାନବ ଚାଲାଣ ସମ୍ପର୍କୀୟ ଆଲୋଚନା +୨ ଛାତ୍ରଛାତ୍ରୀ ଏବଂ +୩ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ ପାଇଁ ଓଡିଶା ସରକାରଙ୍କର ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଅଧୀନ ସାମାଜିକ କାର୍ଯ୍ୟ ଓ କାର୍ଯ୍ୟକଳାପ ନିମନ୍ତେ ଆୟୋଜିତ କରଯାଇଥିଲା ।

ଏହି କାର୍ଯ୍ୟକ୍ରମରେ +୨ ର ନୋଡାଲ ଅଫିସର ସଂଯୋଜନା କରିବା ସହିତ କାର୍ଯ୍ୟକ୍ରମର ଗୁରୁତ୍ଵ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ ।

କାର୍ଯ୍ୟକ୍ରମରେ ଅନୁଗୁଳ ବଳିନାଳୀ ସ୍ଥିତ ବିଶ୍ଵ ଯୁବ କେନ୍ଦ୍ର ଜିଲ୍ଲା ସନଯୋଜିକା ମଧୁସମିତ ମହାପାତ୍ର, ପ୍ରକଳ୍ପ ସହାୟୀକା ବନିତା ସାମଲ ଏବଂ ପ୍ରଦୀପ କୁମାର ଆଚାର୍ୟ ଅଂଶ ଗ୍ରହଣ କରି ଛାତ୍ରଛାତ୍ରୀ ମାନଙ୍କୁ ବାଲ୍ୟ ବିବାହ ଏବଂ ଯୌନ ନିର୍ଯାତନା, ଶିଶୁ ଶ୍ରମିକ ଓ ମାନବ ଚାଲାଣ ସମ୍ପର୍କୀୟ ସାମାଜିକ ସମସ୍ଯା ସମ୍ପର୍କରେ ଅବଗତ କରାଇଥିଲେ ।

ଛାତ୍ରଛାତ୍ରୀ ମାନେ ସଚେତନ ହେଲେ ସମାଜରୁ ଏହିଭଳି ସମସ୍ଯା ଗୁଡିକୁ ଦୂରୀଭୂତ କରାଯାଇପାରିବ ବୋଲି ମତ ପ୍ରକାଶ ପାଇଥିଲେ । ପରିଶେଷରେ +୩ ର ନୋଡାଲ ଅଧିକାରୀ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ସ୍ଵାଇଁ ଉପସ୍ଥିତ ଥିବା ସମସ୍ତ ଅତିଥି, ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଏବଂ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଅନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.