Take a fresh look at your lifestyle.

ଡଃ ଦାଶରଥି ମିଶ୍ର ଉଚ୍ଚ ବିଦ୍ୟାଳୟ ରେ ଶିଶୁ ଦିବସ ପାଳିତ

0 25

ଢେଙ୍କାନାଳ: ୨ ନମ୍ବର ୱାର୍ଡରେ ଅବସ୍ଥିତ ଡଃ ଦାଶରଥି ମିଶ୍ର ଉଚ୍ଚ ବିଦ୍ୟାଳୟ ପରିସରରେ  ଶିଶୁ ଦିବସ ପାଳିତ ହୋଇଯାଇଛି।ଏହି ଦିବସ ଉପଲକ୍ଷେ ଏକ ସଭାର ଆୟୋଜନ କରାଯାଇଥିଲା। ଏହି ସଭାରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଅଞ୍ଜନା ମିଶ୍ର ପୌରୋହିତ୍ୟ କରି ଥିଲେ।

ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର SMDC ସଭ୍ୟ ତଥା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବିଶିଷ୍ଟ ସମାଜସେବୀ ପ୍ରଶାନ୍ତ ମିଶ୍ର ଯୋଗ ଦେଇ ଶିଶୁ ମାନଙ୍କୁ ନିଜ ଅନ୍ତର୍ନିହିତ ଶକ୍ତି ରବିକାଶ କରିବା ପାଇଁ ଉପଦେଶ ଦେବାସହ ସମାଜ ର ମଙ୍ଗଳ ନିମନ୍ତେ ଆଗଭର ହେଲେ ଦେଶର ଉନ୍ନତି ହେବ ବୋଲି କହିଥିଲେ।

ଅନ୍ୟତମ ଅତିଥି ତଥା ବିଦ୍ଯାଳୟ ପରିଚାଳନା କମିଟି ର ସଦସ୍ୟ ସମାଜ ସେବୀ ରବିନ୍ଦ୍ର ମଲ୍ଲିକ ଯୋଗଦେଇ ଶିଶୁ ଦିବସ ରମହତ୍ତ୍ବଉପରେ ନିଜର ଚିନ୍ତାଧାରା ବ୍ୟକ୍ତ କରି ଶିଶୁ ହସିଲେ ଦେଶର ଭବିଷ୍ୟତ ସୁଖମୟ ହେବ ବୋଲି ପିଲାମାନଙ୍କୁ ବୁଝାଇ ଥିଲେ।

ଶିକ୍ଷକ ସୁଶୀଳ କୁମାର ସାହୁ ଅଶୋକ କୁମାର ପ୍ରଧାନ ,ଶିକ୍ଷୟିତ୍ରୀ ସରଳା ସାହୁ ନିଜ ବକ୍ତବ୍ୟ ରଖି ପିଲାମାନଙ୍କୁ ନେହେରୁଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବାପାଇଁ ଉଦ୍ ବୋଧନ ଦେବା ସଙ୍ଗେ ସଙ୍ଗେ ନିଜର ସ୍ବକୀୟ ରଚନା କବିତା ପାଠ କରିଥିଲେ।

ପ୍ରଧାନ ଶିକ୍ଷୟିତ୍ରୀ ଅଞ୍ଜନା ମିଶ୍ର ନେହେରୁଙ୍କ ତ୍ୟାଗ ପୂତ ଜୀବନ ଉପରେ ଆଲୋଚନା କରିବା ସହିତ ସ୍ବହସ୍ତ ଲିଖିତ କବିତା ପାଠ କରିଥିଲେ।

ପିଲାମାନଙ୍କ ର ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ସ୍କୁଲ ସ୍ତରୀୟ ବିଜ୍ଞାନମେଳା ର ଆୟୋଜନ କରା ଯାଇଥିଲା । ଏଥିରେ ଅଠର ଗୋଟି ପ୍ରକଳ୍ପ ସ୍ଥାନ ପାଇଥିଲା।ଏହି ସବୁ ପ୍ରକଳ୍ପ ତିଆରି କରିବାରେ ବିଜ୍ଞାନ ଶିକ୍ଷୟିତ୍ରୀ ସରଳା ସାହୁ ଓ ଅଖିଳ କୁମାର ସାହୁ ବିଶେଷ ଭାବରେ ସହାୟତା କରିଥିଲେ।

ବିଶେଷ ଅତିଥି ରୂପେ ପଞ୍ଚାୟତ ରାଜ ଉଚ୍ଚ ବିଦ୍ୟାଳୟ କଙ୍କଡା ହାଡ଼ ର ବିଜ୍ଞାନ ଶିକ୍ଷକ ପ୍ରଭାତ କୁମାର ମିଶ୍ର ଓ ବିଦ୍ୟାଳୟ ପରିଚାଳନା କମିଟି ର ସଭ୍ୟ ଗୁରୁଚରଣ ପାତ୍ର ପ୍ରଭୃତି ଯୋଗ ଦେଇ ପ୍ରକଳ୍ପ ଗୁଡ଼ିକ ବୁଲି ଦେଖିଥିଲେ ଓ ଏହାର ମୂଲ୍ଯାୟନ କରିଥିଲେ।

କୁମାରୀ ସୋନିଆ ବେହେରା ଶ୍ରେଣୀ ୧୦ମ କରିଥିବା ପ୍ରକଳ୍ପ ବାୟୁ ପ୍ରଦୂଷଣ ଟି ପ୍ରଥମ ସ୍ଥାନ ଅଧିକାର କରିଥଲା। ବଳରାମ ସାହୁ ଶ୍ରେଣୀ ୧୦ମ ଦ୍ବିତୀୟ ସ୍ଥାନରେ ରହି ଥିବା ବେଳେ ସୋନାଲି ବେହେରା ଶ୍ରେଣୀ ୧୦ମ ତୃତୀୟ ସ୍ଥାନ ଲାଭ କରିଥିଲେ।

ଶେଷରେ ଶିକ୍ଷୟିତ୍ରୀ କମଳା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ।

- Advertisement -

Leave A Reply

Your email address will not be published.