Take a fresh look at your lifestyle.

ଢେଙ୍କାନାଳ ଡାକମଣ୍ଡଳ ଅଭିକର୍ତାମାନଙ୍କ ବୈଠକ

0 12

Get real time updates directly on you device, subscribe now.

ଢେଙ୍କାନାଳ: ସ୍ୱଳ୍ପ ସଂଚୟ ଅଭିକର୍ତା ସଂଘର ସଭାପତି ସୁଶାନ୍ତ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଢେଙ୍କାନାଳ ଜିଲ୍ଲାର ସମସ୍ତ ଅଭିକର୍ତାମାନେ ଯୋଗଦେଇ ସଂଘର ସମସ୍ତ ସମସ୍ୟା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଏହି ଆଲୋଚନା ସମୟରେ ଜଣାଗଲା ଯେ, ମାନ୍ୟବର କେନ୍ଦ୍ର ସରକାର ଆମର ସମସ୍ତ ଦାବୀ ବିଷୟରେ ଅବଗତ ଅଛନ୍ତି ଏବଂ କିଛିଦିନ ମଧ୍ୟରେ ଏହାର ସମାଧାନ ହେବ ବୋଲି ଏନ୍ଏସ୍ଏସ୍ଏଏଆଇକୁ ଲିଖିତ ଭାବେ ଜଣାଇଛନ୍ତି ।

ସଭାରେ ଏହା ମଧ୍ୟ ନିଷ୍ପତି ଗ୍ରହଣ କରାଗଲା ଯେ, ଯଦି ସରକାର ଏ ବିଷୟରେ ଭବିଷ୍ୟତରେ ଟାଳଟୁଳ ନୀତି ଅବଲମ୍ବନ କରନ୍ତି, ତେବେ ତାହାହେଲେ ସମସ୍ତ ଅଭିକର୍ତାମାନେ ଆନେ୍ଦାଳନ କରି ରାଜ ରାସ୍ତାକୁ ଓହ୍ଲାଇବେ । ସଂଘର ନିଷ୍ପତି ଅନୁସାରେ ଅଭିକର୍ତାମାନଙ୍କର ସମସ୍ତ ସମସ୍ୟା ଲିଖିତ ଭାବରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ଦାଶ ମୋଦଜୀଙ୍କ ବିହୀତ କାର୍ଯ୍ୟାନୁଷ୍ଠାନ ଓ ବିଚାର ପାଇଁ ପଠାଯିବ ।

ଢେଙ୍କାନାଳ ମୁଖ୍ୟ ଡାକଘର ସମ୍ମୁଖରେ ଧାରଣାରେ ଆଜି ଶେଷ ଦିନରେ ବସିଥିବା ଅଭିକର୍ତା ସଂଘର ଉପଦେଷ୍ଟା ନାରାୟଣ ରଗଡ, ସଭାପତି ସୁଶାନ୍ତ କୁମାର ମିଶ୍ର, ସଂପାଦକ ବିଶ୍ୱନାଥ ପଟ୍ଟନାୟକ, ସହ-ସଂପାଦକ ସନ୍ତୋଷ କୁମାର ଦାସଙ୍କ ସମେତ ୬୦ରୁ ଉଦ୍ଧ୍ୱର୍ ଅଭିକର୍ତା ଯୋଗଦେଇଥିଲେ । ଶେଷରେ ସଭାପତିଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରାଯାଇଥିଲା ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.