Take a fresh look at your lifestyle.

ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଚେସ୍ ପ୍ରତିଯୋଗିତା

0 14

Get real time updates directly on you device, subscribe now.

ଢେଙ୍କାନାଳ: ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସଭାଗୃହରେ ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ ଚେସ୍ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଜିଲ୍ଲା ଶିକ୍ଷା ଅଧିକାରୀ ବିନିତା ସେନାପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ।

ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସସ୍ମିତା ସାହୁ ଓ ବିଜ୍ଞାନ ପର୍ଯ୍ୟବେକ୍ଷକ ଲକ୍ଷ୍ମୀଧର ମହାନ୍ତି ଯୋଗଦେଇ ପ୍ରତିଯୋଗୀ ମାନଙ୍କୁ ମାନସିକ ଏକାଗ୍ରତା ମାଧ୍ୟମରେ ଚେସ୍ ଖେଳିବା ପାଇଁ ପରାମର୍ଶ ଦେଇଥିଲେ । ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଜ୍ୟୋତି ପ୍ରସାଦ ପରିଡାଙ୍କ ତତ୍ୱାବଧାନରେ ସମସ୍ତ କାର୍ଯ୍ୟ ପରିଚାଳିତ ହୋଇଥିଲା ।

ଏହି ପ୍ରତିଯୋଗିତାରେ ୮ଟି ବ୍ଲକ୍ରୁ ୫୦ ରୁ ଅଧିକ ପ୍ରତିଯୋଗୀ ୧୫ ଟିମ୍ ମ୍ୟାନେଜର ଓ ଅଫିସିଆଲ୍ ଯୋଗଦେଇଥିଲେ । ଚେସ୍ ପ୍ରତିଯୋଗିତାକୁ ମୁଖ୍ୟ ବିଚାରକ ହିସାବରେ ଜାତୀୟ ଚେସ୍ ଖେଳାଳୀ କୁଳମଣି ଜେନା, ଅବସରପ୍ରାପ୍ତ ବରିଷ୍ଠ ଶାରୀରିକ ଶିକ୍ଷା ଶିକ୍ଷକ ଅକ୍ଷୟ କୁମାର ପଣ୍ଡା, ସୁଶିଲ୍ କୁମାର ପଣ୍ଡା ପରିଚାଳନା କରିଥିଲେ ।

ଅବସର ପ୍ରାପ୍ତ ଶାରୀରିକ ଶିକ୍ଷା ଶିକ୍ଷକ ନରେଶ କୁମାର ମହାରଣା, ପ୍ରଶାନ୍ତ ଧଳ, ଜଗନ୍ନାଥ ସାହୁ, ପ୍ରଶାନ୍ତ ସାହୁ ପ୍ରମୁଖ ସହଯୋଗ କରିଥିଲେ । ଶାରୀରିକ ଶିକ୍ଷା ଶିକ୍ଷକ ସୁବ୍ରତ କୁମାର ମିଶ୍ର ମଂଚ ପରିଚାଳନା କରିଥିବାବେଳେ ପ୍ରକାଶ ଚନ୍ଦ୍ର ବେହେରା ଅତିଥିମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

ଜିଲ୍ଲାର ୧୦ଜଣ ପ୍ରତିଯୋଗୀ (୧୭ ବର୍ଷରୁ କମ ବାଳକ ଓ ବାଳିକା) ଓ ୨ ଜଣ ଟିମ୍ ମ୍ୟାନେଜର ଜିଲ୍ଲା ସ୍ତରରୁ ଚୟନ ହୋଇ ରାଜ୍ୟସ୍ତରୀୟ ଖେଳକୁ ମନୋନୀତ ହୋଇଛନ୍ତି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.