Take a fresh look at your lifestyle.

ଜିଲ୍ଲା କଂଗ୍ରେସ ଦ୍ୱାରା ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୟନ୍ତୀ ପାଳନ

0 9

ଢେଙ୍କାନାଳ: ସ୍ଥାନୀୟ ଗାନ୍ଧୀ ମନ୍ଦିରଠାରେ ଜିଲ୍ଲା କଂଗ୍ରେସ ଦ୍ୱାରା ଜାତିର ଜନକ ମହାତ୍ମାଗାନ୍ଧୀ ଓ ଶାନ୍ତିଦୂତ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳନ କରାଯାଇଅଛି । ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ସୁରେଶ ଚନ୍ଦ୍ର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଉଭୟଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ତଥା ଧୂପ ଦୀପ ଅର୍ପଣ କରି ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା ।

ସଭାରେ ପୂର୍ବତନ ମନ୍ତୀ ନବୀନ ଚନ୍ଦ୍ର ନାରାୟଣ ଦାସ,ଜିଲ୍ଲା କଂଗ୍ରେସ ମୁଖପାତ୍ର ନିର୍ମଳ ମିଶ୍ର,ପୂର୍ବତନ ମୁଖପାତ୍ର ପ୍ରେମ ଶଙ୍କର ମିଶ୍ର,ବିପ୍ରବର ସାହୁ,ମହିଳା କଂଗ୍ରେସ ସଭାନେତ୍ରୀ ସ୍ମିତାରାଣୀ ସାମଲ ପ୍ରମୁଖ ଗାନ୍ଧିଜୀଙ୍କ ସରଳ ଜୀବନ ଯାପନ ତଥା ବିଦେଶୀ ବସ୍ତ୍ର ବର୍ଜନ ଓ ସ୍ୱଦେଶୀକୁ ଆପଣାଇବା,ଖଦି ଲୁଗାର ଉତ୍ପାଦାନ ପ୍ରଚାର ପ୍ରସାର ଉପରେ ଗୁରୁତ୍ୱ, ନିଜେ ବୁଣ ନିଜେ ପିନ୍ଧ ଉପରେ ବେଶୀ ଗୁରୁତ୍ୱ ଦେଉଥିଲେ ।

୧୯୨୧ ମସିହାରେ ଗାନ୍ଧୀଜୀ ପ୍ରଥମେ ଓଡିଶା ଗସ୍ତରେ ଆସିଥିଲେ । ଓଡିଶାର ଆର୍ଥôକ ବିକାଶ ପାଇଁ ସେ ପାଦରେ ଚାଲି ଚାଲି କପାଚାଷ, ସୂତାକଟା ଓ ହାତବୁଣା ଖଦିବସ୍ତ୍ର କାମକୁ ଗୁରୂତ୍ୱ ଦେବା ଲାଗି କହୁଥିଲେ । “ଅହିଂସା” ଉପରେ ଗାନ୍ଧୀଜୀଙ୍କର ସବୁବେଳେ ଅଗାଢ ବିଶ୍ୱାସ ଥିଲା । “ଅହିଂସାର ମନ୍ତ୍ର ନେଇ ଭାରତକୁ ସ୍ୱାଧୀନତା କରାଇଥିଲେ । ସେଭଳି ଭାରତର ରାଜନୈତିକ କ୍ଷେତ୍ରରେ ଲାଲ ବାହାଦୁର ଶାସ୍ତ୍ରୀ ଜଣେ ଉଜ୍ଜଳ ନକ୍ଷତ୍ର ।

ସେ ନିର୍ବିବାଦ ଲୋକପ୍ରିୟ ନେତା ଥିଲେ । ତାଙ୍କର ମୂଳମନ୍ତ୍ର ଥିଲା, ମାତୃଭୂମିର ସେବା । ସେ ଏକ ସାଧାରଣ ପରିବାରରୁ ଆସି ଦେଶର ପ୍ରଧାନ ମନ୍ତ୍ରୀ ହୋଇପାରିଥିଲେ । ସେ କାଶୀ ବିଦ୍ୟାପୀଠରୁ ସ୍ନାତକ ଉପାଧି “ଶାସ୍ତ୍ରୀ” ପାଇଥିଲେ ଓ “ଶ୍ରୀବାସ୍ତବ” ବଦଳରେ “ଶାସ୍ତ୍ରୀ” ହୋଇଗଲେ । “ଜୟ ଜବାନ ଓ ଜୟ କିଷାନ” ସ୍ଲୋଗାନ ଦେଇ ଦେଶର ଅଖଣ୍ଡତା ଓ ଏକତା ରକ୍ଷା କରିବାରେ ସେ ଥିଲେ ଅଦ୍ୱିତୀୟ ।

ବିରୋଧିଦଳର ନେତାଙ୍କ ପ୍ରତି ତାଙ୍କର ଅଶେଷ ଶ୍ରଦ୍ଧା ଓ ସମ୍ମାନ ଥିଲା । ସେ ମଧ୍ୟ ଗାନ୍ଧୀଜୀଙ୍କ ପରି ସରଳ ଜୀବନ ଯାପନର ବ୍ରତୀ ଥିଲେ ବୋଲି ବକ୍ତାମାନେ ନିଜ ନିଜର ବକ୍ତବ୍ୟରେ ଉପସ୍ଥାପନ କରିଥିଲେ ।

ଜୟନ୍ତୀ ସଭାରେ ରୁଦ୍ର ପ୍ରକାଶ ଶରଣ, ସୁନୀଲ ଦାଶ, ନିଶାକାର ସାହୁ,ଟାଉନ କଂଗ୍ରେସ ସଭାପତି ମହମ୍ମଦ ହାଇଦର,ପିସିସି ସମ୍ପାଦିକା ଶିଳ୍ପୀଶ୍ରୀ ହରିଚନ୍ଦନ,ହେମନ୍ତ ବେହେରା, ନକୁଳ ରାଉତ, ମହମ୍ମଦ ସମିର, ରୁମେନା ବେଗମ,ତନ୍ମୟୀ ସାମଲ,ସନ୍ଧ୍ୟାରାଣୀ ମହାନ୍ତି,ଫକିର ବେହେରା,ହୃଦାନନ୍ଦ ମହାନ୍ତି ତଥା ବହୁ କଂଗ୍ରେସ ଦଳର ଭଉଣୀ ଓ ଭାଇ ଉପସ୍ଥିତ ଥିଲେ ବୋଲି ଜିଲ୍ଲା କଂଗ୍ରେସ ମୁଖ୍ୟ ମୁଖପାତ୍ର ନିର୍ମଳ ମିଶ୍ର ଏକ ପ୍ରେସ ଇସ୍ତାହାରରେ ପ୍ରକାଶ କରିଛନ୍ତି ।

- Advertisement -

Leave A Reply

Your email address will not be published.