Take a fresh look at your lifestyle.

ଆମେଚର ତାଇକୋଣ୍ଡୋ ପକ୍ଷରୁ ୯ମ ଗ୍ରୀଷ୍ମକାଳୀନ ନିଶୁକ୍ଳ ଶିବିର ଅନୁଷ୍ଠିତ

0 2

Get real time updates directly on you device, subscribe now.

ଢେଙ୍କାନାଳ: ଢେଙ୍କାନାଳର ଅଗ୍ରଣୀ ସମରକଳା ଅନୁଷ୍ଠାନ ଆମେଚର ତାଇକୋଣ୍ଡୋ ଆସୋସିଏସନ ଓ ଗୁରୁଦେବଜୀ ଫାଉଣ୍ଡେସନ୍ର ସହଯୋଗରେ ଗୁରୁଦେବଜୀ ଗୁରୁକୁଳ ପକ୍ଷରୁ ଢେଙ୍କାନାଳ ସହରର ମହାବୀର ବଜାରସ୍ଥିତ ମମତା ମଣ୍ଡପ ଓ ତହସିଲ କାର୍ଯ୍ୟଳୟ ସମ୍ମୁଖ ସ୍ପୋର୍ଟସ୍ କଂପ୍ଲେକ୍ସ ପରିସରରେ ଥିବା ପ୍ରଶିକ୍ଷଣ କେନ୍ଦ୍ର ଠାରେ ୮ ଦିନିଆ ନିଶୁଳ୍କ ଗ୍ରୀଷ୍ମକାଳୀନ ଶିବିର ଓ ମହିଳା ଆତ୍ମରକ୍ଷା କର୍ମଶାଳା ଉଦଘାଟିତ ହୋଇଯାଇଛି ।

ବରିଷ୍ଠ ସାମ୍ବାଦିକ ତଥା ସଭାପତି ରତନ ନାୟାରଙ୍କ ଅଧ୍ୟକ୍ଷତାରେ ଏହି ଶିବିରକୁ ସମାଜସେବୀ ଅରୁଣ କୁମାର ସାହୁ ଓ ଚିତରଞ୍ଜନ ସାହୁ ଉଦ୍ଘାଟନ କରିଥିବା ବେଳେ ଏଥିରେ ସମସ୍ତ ଏକ୍ସପର୍ଟ କୋଚ୍ ଓ ପ୍ରଶିକ୍ଷକମାନେ ଉପସ୍ଥିତ ରହି ବିଭିନ୍ନ କୌଶଳ ପ୍ରଦାନ କରିଥିଲେ । ଏହି ଉଦ୍ଘାଟନୀ ଉତ୍ସବରେ ଅଭିଭାବକମାନେ ଉପସ୍ଥିତ ରହି ନିଜ ନିଜର ମତାମତ ପ୍ରକାଶ କରିବା ସହିତ ଯୋଗଦେଇଥିବା ଶିକ୍ଷାର୍ଥୀମାନଙ୍କୁ ପ୍ରେରଣା ପ୍ରଦାନ କରିଥିଲେ ।

ଅନୁଷ୍ଠାନର ପ୍ରତିଷ୍ଠାତା ତଥା ମୁଖ୍ୟ ପ୍ରଶିକ୍ଷକ ମାଷ୍ଟର ଇଂ ସୌମ୍ୟବ୍ରତ ସାହୁ ଏହି ଶିବିରର ଉଦେ୍ଦଶ୍ୟ ଓ ଲକ୍ଷ୍ୟ ଉପରେ ଆଲୋକପାତ କରିବା ସହିତ ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ । ଉକ୍ତ ଶିବିରରେ କ୍ରୀଡ଼ା ସହ କଳା ଓ ସଂସ୍କୃତିର ଉର୍ଣ୍ଣତି ପାଇଁ ଯୋଗ ଦେଇଥିବା ପ୍ରଶିକ୍ଷାର୍ଥୀ ମାନଙ୍କୁ ଆତ୍ମରକ୍ଷା କୌଶଳ, ଶାରୀରିକ ବାୟାମ୍, ଯୋଗ, ତାଇକୋଣ୍ଡୋ, ସ୍କେଟିଙ୍ଗ୍, ଚିତ୍ରାଙ୍କନ, ରଙ୍ଗୋଲି, ବକୃତା, ଅଭିନୟ, ନୃତ୍ୟ, ସଙ୍ଗୀତ, ଦକ୍ଷତା ବିକାଶ ଓ ମାନସିକ ବିକାଶ ପାଇଁ ବିଭିନ୍ନ ପ୍ରଶିକ୍ଷକଙ୍କ ଦ୍ୱାରା ସ୍ୱତନ୍ତ୍ର ଶ୍ରେଣୀରେ ଶିକ୍ଷା ପ୍ରଦାନ କରାଯିବ ବୋଲି ଆସୋସିଏସନର ସମ୍ପାଦକ ଶ୍ରୀ ସାହୁ ମତ ପ୍ରକାଶ କରିଛନ୍ତି ।

ଏହି ଶିବିରରେ ୭୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି, ଉକ୍ତ ଶିବିର ଟି ଚଳିତ ମାସ ୨୮ ତାରିଖରେ ଶେଷ ହେବ ଏଥିରେ କୃତିତ୍ୱ ହାସଲ କରିବା ଛାତ୍ରଛାତ୍ରୀମାନଙ୍କୁ ଶେଷରେ ପୁରସ୍କୃତ କରାଯିବ । ପ୍ରଥମ ଦିନରେ ଯୋଗ, ମହିଳା ଆତ୍ମରକ୍ଷା କୌଶଳ, ବାୟାମ୍ ଓ ତାଇକୋଣ୍ଡୋ କୌଶଳ ଶିକ୍ଷା ପ୍ରଦାନ କରାଯାଇଥିଲା । ଏହି ଶିବିରରେ ପ୍ରଶିକ୍ଷକ ଡାର୍ଲିନ୍ ଡାଲ୍ଟନ୍, ରବିନ୍ଦ୍ର ପରିଡା, ଇନ୍ଦ୍ରଜିତ ସାହୁ, ପ୍ରତାପ ନାଏକ, ଶ୍ରେୟାସ୍ ଶକ୍ତିସ୍ମିଥ୍ ଓ ଗୁରୁଦେବଜୀ ଫାଉଣ୍ଡେସନ୍ର ପୂର୍ଣ୍ଣଚନ୍ଦ୍ର ନାୟକ ଅନ୍ୟାନ୍ୟ ସହ ପ୍ରଶିକ୍ଷକ ଏବଂ ସଦସ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.