Take a fresh look at your lifestyle.

ସାମାଜିକ ବିପ୍ଲବର ସୂତ୍ରଧର ସନ୍ଥ ଭୀମଭୋଇ

ମହିମାଗାଦୀ ପୀଠ ଯୋରନ୍ଦାରେ ଭୀମ ଭୋଇ ଜୟନ୍ତୀ

0 2

Get real time updates directly on you device, subscribe now.

ଯୋରନ୍ଦା: ମହିମାଗାଦୀ ପୀଠ ଯୋରନ୍ଦା କୌପୀନଧାରୀ ମହିମା ସମାଜର ସଭାଗୃହରେ ସନ୍ଥକବି ମହାତ୍ମା ଭୀମଭୋଇଙ୍କ ଜୟନ୍ତୀଙ୍କ ଜୟନ୍ତୀ କନ୍ଦର୍ପ ବାବାଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ମଧ୍ୟାହ୍ନରେ ଅନୁଷ୍ଠିତ ହୋଇଯାଇଛି । ମହିମା ଜ୍ୟୋତିଯାତ୍ରାର ସଂଯୋଜକ ଶିକ୍ଷାବିତ୍ ପ୍ରଦୁ୍ୟମ୍ନ ରଥ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସନ୍ଥକବି ଭୀମଭୋଇ ତାଙ୍କ ରଚନା ମାଧ୍ୟମରେ ସାମାଜିକ ବିପ୍ଲବର ମହାନ୍ ସୂତ୍ରଧର ଥିଲେ ବୋଲି ମତପ୍ରକାଶ କରିଥିଲେ । ଈଶ୍ୱର ସୃଷ୍ଟିରେ ସ୍ତ୍ରୀ ଓ ପୁରୁଷ ଦୁଇଟି ଜାତିଭିନ୍ନ ଅନ୍ୟ କୌଣସି ଜାତି ବ୍ୟବସ୍ଥାକୁ ସେ ଗ୍ରହଣ କରିନଥିଲେ । ଶ୍ରୀମତ୍ ଭାଗବତ ମହାପୁରାଣ ଓ ବେଦାନ୍ତ ଦର୍ଶନ ଅନୁଯାୟୀ ସନ୍ଥ ଭୀମଭୋଇ ସ୍ଥାବର, ଜଙ୍ଗମ, କୀଟ ଓ ପତଙ୍ଗ ଆଦି ସମସ୍ତ ଉଦ୍ଭିଦ ଓ ପ୍ରାଣୀ ଜଗତ ମଧ୍ୟରେ ଏକ ବ୍ରହ୍ମଙ୍କର ସ୍ଥିତି ସେ ଅନୁଭବ କରିଥିବାର ଦର୍ଶାଇଥିଲେ । ପିମ୍ପୁଡିଠାରୁ ହାତୀ ପର୍ଯ୍ୟନ୍ତ ସର୍ବତ୍ର ସେଇ ଗୋଟିଏ ଜୀବବ୍ରହ୍ମଙ୍କୁ ସେ ପ୍ରତ୍ୟକ୍ଷ କରୁଥିଲେ ବୋଲି ଶ୍ରୀ ରଥ କହିଥିଲେ । ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରଶାସକ ସନାତନ ମଲ୍ଲିକ, ସମ୍ମାନିତ ଅତିଥି ଭାବେ ଉଦ୍ୟାନ କୃଷି ବିଶେଷଜ୍ଞ ପଣ୍ଡିତ ଭଗବାନ ଦାଶ, ସେବା ନିବୃତ ଶିକ୍ଷା ପ୍ରଶାସକ ବିଭୁତି ଭୂଷଣ ବିଶ୍ୱାଳ ଓ ବାର୍ଷିକ ମହିମାଜ୍ୟୋତି ପତ୍ରିକାର ସଂପାଦକ ବିରଂଚି ନାରାୟଣ ହୋତା ପ୍ରମୁଖ ଯୋଗଦେଇ ଭୀମଭୋଇଙ୍କ ରଚନା ଓ ବ୍ୟକ୍ତିତ୍ୱ ଉପରେ ଆଲୋକପାତ କରିଥିଲେ । ବହୁ ଦୁଃଖ କଷ୍ଟ ମଧ୍ୟରେ ବଢି ମହିମାସ୍ୱାମୀଙ୍କ ଆଶୀର୍ବାଦ ବଳରେ ସେ କାଳଜୟୀ ସନ୍ଥ ସାହିତ୍ୟ ରଚନା କରିଥିଲେ ବୋଲି ଆଲୋଚକଗଣ ମତପ୍ରକାଶ କରିଥିଲେ । ପ୍ରଶାନ୍ତ ମହାପାତ୍ରଙ୍କ ସଂଯୋଜନାରେ ସଭା ପରିଚାଳିତ ହେବା ସହ ସେ ଧନ୍ୟବାଦ ଦେବା ପରେ ସଭା ସାଙ୍ଗ ହୋଇଥିଲା । ସନ୍ଥ ଭୀମଭୋଇଙ୍କ ସ୍ମୃତିଚାରଣ ସଭା ପୂର୍ବରୁ ନେତ୍ରାନନ୍ଦ ରାଉତଙ୍କ ସଂଯୋଜନାରେ ସ୍ୱରଚିତ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଶିଷ୍ଟ କବି ଓ ସଙ୍ଗୀତଜ୍ଞ ନିରୋଦ ଚନ୍ଦ୍ର ସାମଲ, ମନୋଜ ମଞ୍ଜରୀ ଲେଙ୍କା, ରୂପମଞ୍ଜରୀ ପଟ୍ଟନାୟକ, ପ୍ରେମାନନ୍ଦ ରାଉତ, ପ୍ରଦୀପ୍ତ ଭଞ୍ଜ, ସୁଧାଂଶୁ ଶେଖର ରାଉତ, ରୀନା ସେଠୀ ଓ ନିରଞ୍ଜନ ପତି ପ୍ରମୁଖ ସନ୍ଥ ଭୀମଭୋଇଙ୍କ ଉପରେ ସ୍ୱରଚିତ କବିତା ପାଠ କରିଥିଲେ । ସକାଳ ସାଢେ ୭ ଟାରେ ମହିମା ଖଞ୍ଜଣି ଭଜନ ଗାନ ମଧ୍ୟରେ ଯୋରନ୍ଦା ଗାଦୀର ପ୍ରବେଶପଥରେ ଥିବା ମହାତ୍ମା ଭୀମଭୋଇଙ୍କ ପ୍ରତିକୃତିରେ ବାର୍ଷିକ “”ତପୋବନ” ପତ୍ରିକାର ସଂପାଦକ ଭକ୍ତ ପ୍ରଶାନ୍ତ ମହାପାତ୍ର ମାଲ୍ୟାର୍ପଣ କରିବା ସହ ଅଖଣ୍ଡବତୀ ଉତ୍ସର୍ଗ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.