Take a fresh look at your lifestyle.

ଶହୀଦ ଦିବସ ପାଳନ

0 12

Get real time updates directly on you device, subscribe now.

ଢେଙ୍କାନାଳ : ଜାତିର ଜନକ ମହାତ୍ମାଗାନ୍ଧୀଙ୍କର ତିରୋଧାନ ଦିବସରେ ଜିଲ୍ଲା ବୁଦ୍ଧିଜୀବୀ ସଂଗଠନ , ଉଫୁନା , ଗାନ୍ଧୀ ଦର୍ଶନ ଆଲୋଚନା ମଞ୍ଚ, ଗାନ୍ଧୀ ଅଧ୍ୟୟନ କେନ୍ଦ୍ର , ମିଳିତ ଓଡ଼ିଶା ନିଶାନି୍ୱାରଣ ସଂଘର ସଦସ୍ୟମାନେ ସ୍ଥାନୀୟ ଗାନ୍ଧୀ ପାର୍କଠାରେ ଏକତ୍ରିତ ହୋଇ ସହୀଦ ଦିବସ ପାଳନ କରିଥିଲେ । ଗାନ୍ଧୀଜୀଙ୍କର ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ପ୍ରଦାନ କରିବା ପରେ ମହାତ୍ମାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ।

ଗାନ୍ଧିଜୀଙ୍କର ନେତୃତ୍ୱରେ ବ୍ରିଟିଶ ଶାସନ କବଳରୁ ଦେଶକୁ ସ୍ୱାଧୀନତା ଆଣିବା ନିମନ୍ତେ ଅହିଁସା ଓ ଅସହଯୋଗ ଆନେ୍ଦାଳନ ବିଷୟରେ ଆଲୋଚନା କରାଯାଇଥିଲା । ମହାତ୍ମାଗାନ୍ଧୀଙ୍କର ବ୍ୟକ୍ତିତ୍ୱର ଗାଥା ସମୂଦ୍ରଠାରୁ ଗଭୀର ଓ ଆକାଶଠାରୁ ଅଧିକ ବିଶାଳ ବୋଲି ବକ୍ତାମାନେ ବର୍ଣ୍ଣନା କରିଥିଲେ । ଗାନ୍ଧୀଜୀ ନିଜ ଜୀବନରେ ସତ୍ୟ , ଧର୍ମ , ନ୍ୟାୟ , ଅହିଁସା , ଧର୍ମନିରପେକ୍ଷତା , ସହନଶୀଳତା , ସର୍ବଧର୍ମ ସମନ୍ୱୟ , ଅଶ୍ପୃସ୍ୟତା ୍ୱିରୋଧି ଆଦି ମହତ୍ ଗୁଣକୁ ପାଳନ କରିବା ସହିତ , ଦେଶବାସୀଙ୍କୁ ଏହାକୁ ପାଳନ କରିବା ନିମନ୍ତେ ପରାମର୍ଶ ଦେଇଥିଲେ ।

“କୁଟି ଖାଅ ଓ କାଟି ପିନ୍ଧ” ନିତି ଆଦର୍ଶ ପାଳନ କରି ଜୀବନକୁ କର୍ମମୟ କରି୍ୱା ସହିତ କୁଟୀର ଶିଳ୍ପର ବିକାଶରେ ଗ୍ରାମୀଣ ଜୀବନରେ ଉତ୍ଥାନ ସମ୍ଭବ ବୋଲି କହିଥିଲେ । ସମାଜରେ ନିଶାନି୍ୱାରଣର ଆବଶ୍ୟକତା କୁ ଗୁରୁତ୍ୱ ଦେଇଥିଲେ । ଆଜିର କିଛି ରାଜନୈତିକ ସଂଗଠନ ଗାନ୍ଧୀଜୀଙ୍କର ତ୍ୟାଗପୁତ ଜୀବନକୁ କୁତ୍ସିତ ବର୍ଣ୍ଣନା କରି୍ୱା ସହିତ ତାତ୍ସଲ୍ୟ ପୂ୍ୱର୍କ ତାଙ୍କର ବିଚାରଧାରାକୁ ବିରୋଧ କରିବା ଓ ସମାଜରେ ହିଁସା , ଘୃଣା ଭା୍ୱ ଓ ଅସହିସ୍ନୁତା ସୃଷ୍ଟି କରିବା ଦୁର୍ଭାଗ୍ୟଜନକ ଓ ଦେଶପାଇଁ ହିତକର ନୁହେଁ ବୋଲି ସଦସ୍ୟମାନେ ମତବ୍ୟକ୍ତ କରିଛନ୍ତି ।

ଏସ୍ୱୁର କୁପ୍ରଭାବ ଯେପରି କୋମଳମତି ଶିଶୁ ଓ ଯୁବପିଢିଙ୍କ ଉପରେ ନପଡେ ଓ ସେମାନେ ଯେପରି ନିଜକୁ ଗାନ୍ଧୀଜୀଙ୍କର ନିତି ଆଦର୍ଶରେ ଅନୁପ୍ରାଣିତ କରିପାରେି୍ୱ ସେ ସେଦିଗରେ ସମସ୍ତେ ଚେଷ୍ଟିତ ହେବା ନିମନ୍ତେ ଆହ୍ୱାନ ଦିଆଯାଇଥିଲା । ଦେଶ ନିମନ୍ତେ ସ୍ୱାଧୀନତା ପୂର୍ବରୁ ଦୁଇ ଲକ୍ଷରୁ ଅଧିକ ସୈନିକ ଦୁଇଟି ବିଶ୍ୱଯୁଦ୍ଧରେ ଓ ସ୍ୱାଧୀନତା ପରେ ବିଭିନ୍ନ ସମର ଓ ସୁରକ୍ଷା କାର୍ଯ୍ୟରେ ଅନେକ ସୈନିକ ଶହୀଦ ହୋଇଛନ୍ତି ।

ସେ ସମସ୍ତଙ୍କ ନିମନ୍ତେ ସଦସ୍ୟମାନେ ସ୍ଥାନୀୟ ଶହୀଦ ସ୍ତମ୍ଭ ନିକଟରେ ପୁଷ୍ପମାଲ୍ୟ ଅର୍ପଣ କରି “ଶହୀଦ ଜବାନ ଅମର ରହେ” ଧ୍ୱନୀ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଗତକାଲି ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ନବକିଶୋର ଦାସଙ୍କର ଗୁଳିମାଡ଼ରେ ଅକାଳ ବିୟୋଗ ଯୋଗୁଁ ସଦସ୍ୟମାନେ ଶୋକ ପ୍ରକାଶ କରିବା ସହିତ ଦିବଙ୍ଗତ ଆତ୍ମାର ସଦ୍ଗତି ନିମନ୍ତେ ୨ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ ।

ଆଜିର ସଭାରେ ବୁଦ୍ଧିଜୀବୀ ସଂଗଠନର ଡାକ୍ତର ତୁଷାର କାନ୍ତି ନାୟକ, ରୁଦ୍ର ପ୍ରକାଶ ସରଣ, ଗାନ୍ଧୀ ଅଧ୍ୟୟନ କେନ୍ଦ୍ରର କାର୍ଯ୍ୟକାରୀ ସଭାପତି ସରୋଜ କୁମାର ସତପଥି , ଉଫୁନାର ରାଜ୍ୟ ସଭାପତି ଆଡଭୋକେଟ୍ ମନୋରଂଜନ ପଟ୍ଟନାୟକ , ଆଡଭୋକେଟ୍ ବସନ୍ତ ତ୍ରିପାଠୀ , ବିନୟ ପାତ୍ର , ପୂର୍ବତନ ଡିପିଆର୍ ଡଃ. ପ୍ରେମାନନ୍ଦ ନାୟକ , ମିଳିତ ଓଡ଼ିଶା ନିଶାନି୍ୱାରଣ ସଂଘର ଜିଲ୍ଲା ସଭାନେତ୍ରୀ ସସ୍ମିତା ସାମଲ , ରୁମେନା ୍େୱଗମ୍ , ଭଗବତୀ ସାହୁ , ଅଞ୍ଜଳି ବେହେରା , ପୂଜା ବେହେରା , ମନୀଷା ସିଂ ପ୍ରମୁଖ ଯୋଗଦାନ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.