Take a fresh look at your lifestyle.

ବିଶିଷ୍ଟ ସମାଜବାଦୀ ଶ୍ରମିକ ନେତା ୰ଯୋଗେନ୍ଦ୍ର ନାଥ ତ୍ରିପାଠୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳନ

0 10

Get real time updates directly on you device, subscribe now.

ଢେଙ୍କାନାଳ : ଓଡିଶାର ବିଶିଷ୍ଠ ସମାଜବାଦୀ ସଂଗ୍ରାମୀ ଶ୍ରମିକ ନେତା ୰ଯୋଗେନ୍ଦ୍ର ନାଥ ତ୍ରିପାଠୀଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ ଆଜି ଢେଙ୍କାନାଳ ଟାଉନ୍ଠାରେ ଶତାଧିକ ଶ୍ରମିକ, ରାଜନେତା, ସମାଜସେବୀ, ଶିକ୍ଷାବିତ୍, ସାଧାରଣ ଜନତା ତଥା ପରିବାରର ସଦସ୍ୟମାନଙ୍କ ଉପସ୍ଥିତିରେ ପାଳିତ ହୋଇଯାଇଛି । ଉକ୍ତ ଶ୍ରଦ୍ଧାଞ୍ଜଳି ସଭା ବରିଷ୍ଠ ଶ୍ରମିକ ନେତା ତଥା ହିନ୍ଦ ମଜ୍ଦୁର ସଭାର ରାଜ୍ୟ ଉପ-ସାଧାରଣ ସମ୍ପାଦକ ଲକ୍ଷ୍ମୀଧର ସାହୁଙ୍କ ଆବାହକତ୍ୱରେ ପୂର୍ବାହ୍ନ ୧୨ ଘଂଟା ସମୟରେ ଆରମ୍ଭ ହୋଇଥିଲା ।

ଏଥିରେ ଓଡିଶାର ଖଣୀ, ଇସ୍ପାତ ଓ ପୂର୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ, ଢେଙ୍କାନାଳ ବିଧାୟକ ସୁଧିର କୁମାର ସାମଲ, ହିନ୍ଦ ମଜ୍ଦୁର ସଭାର ରାଜ୍ୟ ସଭାପତି ତଥା ବରିଷ୍ଠ ଶ୍ରମିକ ନେତା କୃଷ୍ଣଚନ୍ଦ୍ର ପାତ୍ର, ଶ୍ରମିକ ନେତା ଉକ୍ରଳମଣି ଶତପଥୀ, ବିନୋଦ ପ୍ରଧାନ, ପ୍ରଭାକର ପଲେଇ, ସଂଯୁକ୍ତା ମହଲ, ବରିଷ୍ଠ ସାମ୍ବାଦିକ ପ୍ରଦୁ୍ୟମ୍ନ ରଥ, ଢେଙ୍କାନାଳ ପୌରପରିଷଦର ଉପ-ନଗରପାଳ ପ୍ରକାଶ ଚନ୍ଦ୍ର କୁଅଁର, ବିଜେପି ର ବରିଷ୍ଠ ନେତା ରାମଚନ୍ଦ୍ର ପାତ୍ର, ଉଫୁନାର ସଭାପତି ମନୋରଞ୍ଜନ ପଟ୍ଟନାୟକ, ସମାଜସେବୀ ସରୋଜ ଶତପଥୀ, ଶିକ୍ଷାବିତ୍ ତଥା କବି ବାହାଦୂର ପାଟ୍ଟସାହାଣୀ, ବରିଷ୍ଠ ଆଡଭୋକେଟ୍ ପ୍ରମିଳା ମହାପାତ୍ର, ଶିକ୍ଷାବିତ୍ ସମୀର ସାହୁ, ବିଶ୍ୱନାଥ ମହାପାତ୍ର, ଲକ୍ଷ୍ମୀପ୍ରସାଦ ପଟ୍ଟନୟାକ, କଂଗ୍ରେସ ନେତା ପ୍ରେମଶଙ୍କର ମିଶ୍ର ପ୍ରମୁଖ ଯୋଗଦେଇ ୰ଯୋଗେନ୍ଦ୍ରନାଥ ତ୍ରିପାଠୀଙ୍କ ବିଚାରଧାରା ଓ କାର୍ଯ୍ୟାବଳୀ ଉପରେ ଆଲୋକପାତ କରିଥିଲେ ।

ମନ୍ତ୍ରୀ ଶ୍ରୀ ମଲ୍ଲିକ ୰ ଯୋଗୀ ବାବୁଙ୍କ ଶ୍ରମିକ ସମାଜ ଓ ଗରୀବ, ଅବହେଳିତ ଜନସମାଜ ପାଇଁ କରିଯାଇଥିବା କାର୍ଯ୍ୟ ସଂପର୍କରେ ଆଲୋଚନା କରି ଯୋଗୀ ବାବୁ ଜଣେ ବ୍ୟକ୍ତି ନୁହନ୍ତି ବରଂ ଏକ ଅନୁଷ୍ଠାନ ବୋଲି କହିଥିଲେ । ଯୋଗୀବାବୁଙ୍କ ବିଚାରଧାରା ଓ ଜନସମାଜ ପାଇଁ କରିଯାଇଥିବା କାର୍ଯ୍ୟକୁ ଆଗକୁ ଚାଲୁ ରଖିବା ପାଇଁ ଯୁବ ସମାଜକୁ ଆହ୍ୱାନ ଦେଇ ତାଙ୍କ ନାମରେ ଏକ ଅନୁଷ୍ଠାନ/ଟ୍ରଷ୍ଟ ଗଠନ କରିବାକୁ ପ୍ରସ୍ତାବ ଦେଇଥିଲେ ।

ବିଧାୟକ ଶ୍ରୀ ସାମଲ ଓ ଅନ୍ୟ ବକ୍ତାମାନେ ଯୋଗୀ ବାବୁ ଶ୍ରମିକ ସମାଜ ବିଶେଷ କରି କେନ୍ଦୁପତ୍ର ତୋଳାଳୀ, ମେହେନ୍ତର ସଂଘ, ମେଡିକାଲ କର୍ମଚାରୀ ଓ ଅନ୍ୟ ବହୁ ଅଣସଂଗଠିତ ଶ୍ରମିକମାନଙ୍କ ପାଇଁ କରିଯାଇଥିବା କାର୍ଯ୍ୟକୁ ମନେ ପକାଇଥିଲେ । ଯୋଗୀ ବାବୁ ଶ୍ରମିକ ୱେଲ୍ଫେୟାର ବୋର୍ଡ ଓ ବିହନ ନିଗମର ଅଧ୍ୟକ୍ଷ ଭାବରେ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତି ପାଇଥିବା ସମୟରେ ଅନେକ ଶ୍ରମିକ କଲ୍ୟାଣ/ଚାଷୀମାନଙ୍କର ଉନ୍ନତି ପାଇଁ କରିଯାଇଥିବା କାର୍ଯ୍ୟକୁ ମନେ ପକାଇଥିଲେ ।

ବକ୍ତାମାନେ ଯୋଗୀ ବାବୁଙ୍କର ପ୍ରତିମୂର୍ତୀ ସ୍ଥାପନ କରିବା ପାଇଁ ପ୍ରସ୍ତାବ ରଖିଥିଲେ । ଉକ୍ତ କାର୍ଯ୍ୟକ୍ରମଟିକୁ ଢେଙ୍କାନାଳର ବିଶିଷ୍ଠ ଶିକ୍ଷାବିତ୍ ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ ପରିଚାଳନା କରିଥିଲେ । ଯୋଗୀବାବୁଙ୍କ ପରିବାର ଓ ଦୁଇପୁତ୍ର ସମରେନ୍ଦ୍ର ଓ ଜୟପ୍ରକାଶ ଉପସ୍ଥିତ ଅତିଥିମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଶ୍ରଦ୍ଧାଞ୍ଜଳି ସଭା ପରେ ପ୍ରାୟ ୮୦୦ରୁ ଉଦ୍ଧ୍ୱର୍ ଅତିଥି ପ୍ରସାଦସେବନ କରିଥିଲେ

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.