Take a fresh look at your lifestyle.

ଢେଙ୍କାନାଳ ଜିଲ୍ଲା ୬୬୨ ବର୍ଗ କଲେଜ୍ ସଂଘର ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ

0 6

Get real time updates directly on you device, subscribe now.

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ୬୬୨ ବର୍ଗ ବେସରକାରୀ କଲେଜ୍ ଅଧ୍ୟାପକ ଓ କର୍ମଚାରୀ ସଂଘର ଶତାଧିକ କର୍ମଚାରୀ ରାଜ୍ୟ ସଭାପତି ଗୋଲକ ନାୟକଙ୍କ ନେତୃତ୍ୱରେ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକତ୍ରିତ ହୋଇଥିଲେ । ଏକ ପ୍ରତିନିଧି ମଣ୍ଡଳ ଜିଲ୍ଲାପାଳଙ୍କୁ କ୍ୟାବିନେଟ୍ ନିଷ୍ପତିର ପୁର୍ନବିଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଗଲା ।

ପ୍ରକାଶଥାଉକି ୨୦୨୧ ଡିସେମ୍ବର ୩୦ ତାରିଖରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଅବିକଳ ସପ୍ତମ ବେତନ କମିଶନ ଆଧାରରେ ଦରମା ପ୍ରଦାନ ପାଇଁ ନିଷ୍ପତି ହୋଇଥିଲା । ଫଳସ୍ୱରୂପ ଦୀର୍ଘ ଏକବର୍ଷ ଧରି ସେହି ହାରରେ ଉଭୟ ୪୮୮ ଓ ୬୬୨ ବର୍ଗର ଅଧ୍ୟାପକମାନେ ସମାନ ଦରମା ପାଉଥିଲେ । କିନ୍ତୁ ବିସ୍ମୟର କଥା ନିକଟରେ ହୋଇଥିବା କ୍ୟାବିନେଟ୍ ନିଷ୍ପତିରେ କିଛି କର୍ମଚାରୀ ଅଧ୍ୟାପକମାନଙ୍କୁ ଅହେତୁକ ଅନୁକମ୍ପା ଦେଖାଇ ପ୍ରାୟ ୧୦ ହଜାର ଟଙ୍କାର ଦରମା ତାରତମ୍ୟ କରାଯାଇଛି । ଅର୍ଥାତ୍ ୪୮୮ ବର୍ଗର ଅଧ୍ୟାପକମାନେ ୬୬୨ ବର୍ଗର ଅଧ୍ୟାପକମାନଙ୍କ ଅପେକ୍ଷା ପ୍ରାୟ ୧୦ ହଜାର ଟଙ୍କା ଅଧିକ ପାଇବେ ।

ଏପରିକି ୪୨୦୦ ଗ୍ରେଡ୍ ପେ ପାଉଥିବା ୪୮୮ ବର୍ଗର ପି.ଇ.ଟି. ଲାଇବ୍ରେରିଆନ ଓ ଡେମୋନ୍ଷ୍ଟ୍ରେଟରଙ୍କ ଠାରୁ ୪୬୦୦ ଗ୍ରେଡ୍ ପେ ପାଉଥିବା ୬୬୨ ବର୍ଗର ଅଧ୍ୟାପକମାନଙ୍କୁ କମ୍ ଦରମା ଦିଆଯିବ । ନିଯୁକ୍ତିରେ ବରିଷ୍ଠ ଓ ସମାନ ପଦ୍ଧତିରେ ନିଯୁକ୍ତି ପାଇଥିଲେ ମଧ୍ୟ ୬୬୨ ବର୍ଗର ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ଅଣଦେଖା କରାଯାଇଛି । ସେଥିପାଇଁ ଆଜିର ଅନୁଷ୍ଠିତ ବୈଠକରେ ତୀବ୍ର ନିନ୍ଦା କରାଯାଇଥିଲା ।

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସଠିକ୍ ତଥ୍ୟ ନିଆନଯାଇ କିଛି ଉପରିସ୍ତ ଅମଲାମାନେ ଏପରି ବେନିୟମ ଓ ଚକ୍ରାନ୍ତ କରିଛନ୍ତି ଯାହା କେବଳ ବର୍ଦ୍ଧିତ ଦରମା ନୁହେଁ ବରଂ ଅଧ୍ୟାପକମାନଙ୍କର ସାମାଜିକ ସମ୍ମାନ ହାନି କରିଛି । ମୁଖ୍ୟ ଶାସନ ସଚିବଙ୍କର ଏଭଳି ନିଷ୍ପତି ନେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦା ଜନକ ବୋଲି ଆଲୋଚିତ ହେଲା । ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ପ୍ରଥମ ସପ୍ତାହରେ ଏକି ବିଶାଳ ଆନେ୍ଦାଳନ କରାଯିବ ବୋଲି ଆଜି ସଭାରେ ନିଷ୍ପତି ନିଆଗଲା ।

ବୈଠକ ଶେଷରେ ଅଧ୍ୟାପକ ଓ କର୍ମଚାରୀମାନେ କପିଳାସ ପିଠକୁ ଯାଇ ସେଠାରେ ଶ୍ରୀ ଶ୍ରୀ ଚନ୍ଦ୍ରଶେଖରଜୀଉଙ୍କ ପାଖରେ ପୂଜାର୍ଚ୍ଚନା କରିଥିଲେ ଏବଂ ଏକ ବିରାଟ ଆନେ୍ଦାଳନ ପୂର୍ବରୁ ସରକାର ତାଙ୍କର ନିଷ୍ପତି ପରିବର୍ତନ କରନ୍ତୁ ବୋଲି ଅଭିଳାଷ କରିଥିଲେ । ଉକ୍ତ ବୈଠକରେ ବିଜୟ ପଟ୍ଟନାୟକ, ସମୀର ସାହୁ, ପ୍ରେମାନନ୍ଦ ନାୟକ, କବିତା ମହାନ୍ତି, ବିକାଶ ଦାସ, ପ୍ରଦୀପ ମିଶ୍ର, ସମର ବଲ୍ଲଭ ସାମନ୍ତରାୟ, ଅରୁଣ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.