Take a fresh look at your lifestyle.

୧୧ଟି ଜିଲ୍ଲାର ଏସପିଙ୍କ ବଦଳି : ଜ୍ଞାନରଞ୍ଜନ ମହାପାତ୍ର ହେଲେ ଢେଙ୍କାନାଳ ଏସ୍‌ପି

ଢେଙ୍କାନାଳ ଏସ୍‌ପି ଏଲ. ଦିବ୍ୟା ହେଲେ ଭିଜିଲାନ୍ସ ଏସପି

0 22

Get real time updates directly on you device, subscribe now.

ଭୁବନେଶ୍ୱର: ରାଜ୍ୟରେ ପୁଣି ଆଇପିଏସ ସ୍ତରରେ ହୋଇଛି ଏକ ବଡ ପରିବର୍ତ୍ତନ । ଡିଆଇଜି ଏବଂ ଏସପି ସ୍ତରରେ ହୋଇଛି ଏହି ପରିବର୍ତ୍ତନ । ନୂଆବର୍ଷ ପୂର୍ବରୁ ରାଜ୍ୟ ସରକାର ଏଭଳି ଏକ ବଡ ଅଦଳବଦଳ କରିଛନ୍ତି । ଏହି ଅବସରରେ ମୋଟ ୧୧ଟି ଜିଲ୍ଲାର ଏସପିଙ୍କ ବଦଳି କରାଯାଇଛି ।

ଢେଙ୍କାନାଳ ଏସ୍‌ପି ଏଲ. ଦିବ୍ୟା ହେଲେ ଭିଜିଲାନ୍ସ ଏସପି ଏବଂ ଜ୍ଞାନରଞ୍ଜନ ମହାପାତ୍ର ଢେଙ୍କାନାଳ ଏସ୍‌ପି ଭାବେ ନିଯୁକ୍ତି ପାଇଛନ୍ତି I  ଅଖିଳେଶ୍ୱର ସିଂହ ଏସଏପିର ଡିଆଇଜି ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି I ବ୍ରିଜେଶ କୁମାର ରାୟଙ୍କୁ ଅନୁଗୁଳ ରେଞ୍ଜ ଡିଆଇଜି ଅଗ୍ନିଶମ ଏବଂ ହୋମଗାର୍ଡ ଡିଆଇଜି ପଦବୀରେ ଚରଣ ସିଂ ମୀନା ,ସୁଧାଂଶୁ ଶେଖର ମିଶ୍ରଙ୍କୁ ଅନୁଗୁଳର ଏସପି ଭାବରେ ଦାୟିତ୍ୱ ଦିଆଯାଇଛି I ରାହୁଲ ପି.ଆରଙ୍କୁ ଜଗତସିଂହପୁରର ଏସପି ଭାବରେ ପୋଷ୍ଟିଂ କରାଯାଇଛି I

ଗଞ୍ଜାମ ଏସପି ଭାବେ ଜଗମୋହନ ମିନାଙ୍କୁ ଦାୟିତ୍ୱ ଏଲ. ଦିବ୍ୟା ହେଲେ ଭିଜିଲାନ୍ସ ଏସପି ପ୍ରତ୍ୟୁଷ ଦିବାକର ସୁନ୍ଦରଗଡ ଏସପି ଭାବରେ ବଦଳି ହୋଇଛନ୍ତି  I ଯାଜପୁର ଏସପି ଭାବେ ଦାୟିତ୍ୱ ନେଇଛନ୍ତି ବିନୀତ ଅଗ୍ରୱାଲ,ବରୁଣ ଗୁଣ୍ଡୁପାଲିଙ୍କୁ ଭଦ୍ରକର ଏସପି ଭାବେ ନିଯୁକ୍ତି ସାଗରିକା ନାଥଙ୍କୁ ବାଲେଶ୍ୱରର ଏସପି ଦାୟିତ୍ୱ ଗୁଣ୍ଡଲା ରେଡ୍ଡୀଙ୍କୁ ନୂଆପଡାର ଏସପି ପଦବୀକୁ ବଦଳି ଶୁଭେନ୍ଦୁ ପାତ୍ରଙ୍କୁ କନ୍ଧମାଳର ଏସପି ଭାବେ ନୂଆ ଦାୟିତ୍ୱ ମିଳିଛି I କୋରାପୁଟର ଏସପି ଭାବରେ ଅଭିନବ ସୋନକାର ପାଇଲେ ଦାୟିତ୍ୱ, ଜ୍ଞାନରଞ୍ଜନ ମହାପାତ୍ର ଢେଙ୍କାନାଳ ଏସ୍‌ପି ଭାବେ ନିଯୁକ୍ତି ପାଇଛନ୍ତି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.