Take a fresh look at your lifestyle.

ସଘନ ପଦ୍ଧତି ରେ କମ ବିହନ ଓ କମ ଖର୍ଚ୍ଚ ରେ ଚାଷୀ ଅଧିକ ମାଣ୍ଡିଆ ଅମଳ କରି ପାରିବେ

ସଘନ  ପଦ୍ଧତି ରେ ମାଣ୍ଡିଆ ଚାଷ ସମ୍ପର୍କିତ ତାଲିମ

0 69

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା  ଓଡାପଡା  ବ୍ଲକ ଅନ୍ତର୍ଗତ ଇନ୍ଦିପୁର  ଗ୍ରାମ ପଞ୍ଚାୟତ କାର୍ଯ୍ୟଳୟର ସଭାଗୃହ ଠାରେ ଗତ ଗୁରୁବାର ପୁର୍ବାହ୍ନରେ  ସଘନ ପଦ୍ଧତି ରେ ମାଣ୍ଡିଆ ଚାଷ ସମ୍ପର୍କିତ ଏକ ଦୁଇଦିନିଆ କୃଷକ ତାଲିମ ଶିବିର ଅନୁଷ୍ଠିତ  ହୋଇ ଯାଇଛ।
ଓଡ଼ିଶା ମିଲେଟ୍ ମିଶନ ଏବଂ ସେଛାସେବୀ ସଂଗଠନ ଇଡିଅଟ ପକ୍ଷରୁ ଆୟୋଜିତ ଏହି ତାଲିମ ଶିବିରକୁ ଇନ୍ଦିପୁର ସରପଞ୍ଚ ଲଳିତା ସାହୁ ଉଦଘାଟନ କରିଥିଲେ ଏବଂ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ସଭ  ରାଜ କିଶୋର ସାହୁ ପ୍ରମୁଖ ଉପସ୍ଥିତ ହୋଇ କୃଷକ ତାଲିମ ଧାରି ମାନଙ୍କୁ ଉତ୍ସାହିତ କରିଥିଲେ ।
ଓଡାପଡା ଗୋଷ୍ଠୀ କୃଷି ଅଧିକାରୀ ବିଭୁଦତ୍ତ ସାହୁ,ବିଟିଏମ୍  ଦେବାଶିଷ ସାହୁ ପ୍ରମୁଖ ଯୋଗଦାନ କରି କୃଷକମାନଙ୍କୁ ମାଣ୍ଡିଆ ଚାଷ କୁ କିଭଳି ଭାବରେ ସଘନ ପ୍ରଣାଳୀ ମାଧ୍ୟମ ରେ ଚାଷ କରାଯାଇ ପାରିବ ସେ ସଂପର୍କ ରେ ତାଲିମ ପ୍ରଦାନ କରିଥିଲ  । ଏହି ପଦ୍ଧତି ରେ କାମ ବିହନ ଓ କମ ଖର୍ଚ୍ଚ ରେ ଚାଷୀ ଅଧିକ ମାଣ୍ଡିଆ ଅମଳ କରି ପାରିବେ ବୋଲି ସୂଚନା ଦିଆଯାଇ ଥିଲା |
ଦିତୀୟ ଦିବସରେ ଜିଲ୍ଲା କୃୃଷି ବୈଷୟିକ ପରିଚାଳନା ସଂସ୍ଥା (ଆତ୍ମା)ର  ଡ଼େପୁଟି ଡାଇରେକ୍ଟର ମଧୁସ୍ମିତା ଶତପଥୀ, ସହକାରୀ କୃଷି ଅଧିକାରୀ ଦୀପ୍ତି ଦୀପାଳି , ଜିଲା ସଂଯୋଜକ  ରାକେଶ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି କୃଷକ ତାଲିମ ଶିବିର ର ପ୍ରଶିକ୍ଷାଥୀ ମାନଙ୍କୁ  ତାଲିମ ପ୍ରଦାନ କରିଥିଲେ ଏତଦବ୍ୟତୀତ ଓଡିଶା ମିଲେଟ୍ ମିଶନ ର କର୍ମକର୍ତା ଓ ସ୍ବେଛାସେବୀ ସଂଗଠନ ଇଡିଅଟ ର ସମସ୍ତ କର୍ମୀ ଶିବିର  ରେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ଆଗେଇ ନେଇ ଆସିଥିଲେ ।

 

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.