Take a fresh look at your lifestyle.

ଓଡାପଡାରେ ମାଣ୍ଡିଆ ରଥ : ଖାଦ୍ୟଥାଳିରେ ମାଣ୍ଡିଆ ସାମିଲ କରିବା ଜରୁରୀ

0 54

Get real time updates directly on you device, subscribe now.

ଢେଙ୍କାନାଳ : ଓଡାପଡା ବ୍ଲକ୍ କାର୍ଯ୍ୟାଳୟ ପରିସରରେ ମାଣ୍ଡିଆ ସଚେତନତା ରଥ ୪ ଦିନିଆ ମାଣ୍ଡିଆ ସଚେତନତା ରଥ ବିଭିନ୍ନ ଗ୍ରାମ ପରିକ୍ରମ କରି ସଚେତନତା ସୃଷ୍ଟି କରିଛି  । ଓଡିଶା ମିଲେଟ୍ ମିଶନ ଏବଂ ସ୍ୱେଚ୍ଛାସେବୀ ସଂସ୍ଥା ଇଡିଅଟ୍ ପକ୍ଷରୁ ଆୟୋଜିତ ଏହି ରଥକୁ ଓଡାପଡା ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ଅମିତାଭ ସ୍ୱାଇଁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ ।

ଖାଦ୍ୟଥାଳୀରେ ମାଣ୍ଡିଆର ବହୁଳ ବ୍ୟବହାର ହେବା ଜରୁରୀ । ଏଥିରେ ଅନେକ ରୋଗପ୍ରତିରୋଧକ ଶକ୍ତି ରହୁଥିବାରୁ ସାଧାରଣରେ ଜନସେଚନତା ସୃଷ୍ଟି ପାଇଁ ସଚେତନତା ରଥ ବାହାରିଥିବା ପ୍ରକାଶ କରିଥିଲେ ।

ଓଡାପଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନ୍ମଥ କୁମାର ନାୟକ ଅନ୍ୟତମ ଅତିଥି ଭାବେ ଯୋଗଦେଇ ମାଣ୍ଡିଆ ଚାଷ ଓ ଚାଷୀଙ୍କ ସମସ୍ୟା ଉପରେ ଉପସ୍ଥାପନା କରିଥିଲେ । ଗୋଷ୍ଠୀ କୃଷି ଅଧିକାରୀ ବିଭୁଦତ୍ତା ସାହୁ, କୃଷି ବୈଷୟିକ ପରିଚାଳନା ସଂସ୍ଥା (ଆତ୍ମା)ର ବ୍ଲକ୍ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ, ବିଟିଏମ୍ ଦେବାଶିଷ ସାହୁ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଓଡିଶା ମିଲେଟ ମିଶନ୍ର ସମସ୍ତ କର୍ମକର୍ତ୍ତା ଓ ସ୍ୱେଚ୍ଛାସେବୀ ସଂସ୍ଥା  ଇଡିଅଟ୍ ସଦସ୍ୟ ସଚିବ ସରୋଜ ଶତପଥୀ , ରଂଜିତା ମଜରୀ କର ଓ କର୍ମୀମାନେ ଉପସ୍ଥିତ ଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.