Take a fresh look at your lifestyle.

ବିକାଶ ଧାରାରେ ସାମ୍ବାଦିକମାନେ ସାମିଲ୍ ହୋଇ କାର୍ଯ୍ୟ କରିବା ପାଇଁ ପରାମର୍ଶ

ସର୍ବ ସମ୍ମତି କ୍ରମେ କର୍ମକର୍ତା ଚୟନ ସଂଘକୁ ସୁଦୃଢ କରିବ - ଜିଲ୍ଲାପାଳ

0 11

Get real time updates directly on you device, subscribe now.

ଢେଙ୍କାନାଳ: ଆଜି ଗୋପବନ୍ଧୁ ଟାଉନ୍ ହଲ୍ ଠାରେ ଢେଙ୍କାନାଳ ଜିଲ୍ଲା ସାମ୍ବାଦିକ ସଂଘର ଜିଲ୍ଲାସ୍ତରୀୟ ସାଧାରଣ ପରିଷଦ ତଥା ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଅଛି ।

ଏହି ଅବସରରେ ଜିଲ୍ଲାପାଳ ସରୋଜ କୁମାର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଢେଙ୍କାନାଳ ଜିଲ୍ଲାକୁ ସୁଦୃଢ କରିବାରେ ସାମ୍ବାଦିକମାନଙ୍କର ଭୂମିକା ଅତୂଳନୀୟ, ପ୍ରଶଂସନୀୟ, ଜିଲ୍ଲାର ବିକାଶ ଧାରାରେ ସାମ୍ବାଦିକମାନେ ସାମିଲ୍ ହୋଇ କାର୍ଯ୍ୟ କରିବା ପାଇଁ ସାମ୍ବାଦିକମାନଙ୍କୁ ପରାମର୍ଶ ଦେବା ସହିତ ଆଜିର ଜିଲ୍ଲା ସାମ୍ବାଦିକ ସଂଘର ନିର୍ବାଚନ ସର୍ବସମ୍ମତି କ୍ରମେ ଅନୁଷ୍ଠିତ ହୋଇଥିବାରୁ ଖୁସିବ୍ୟକ୍ତ କରିବା ସହ ସାମ୍ବାଦିକ ସଂଘକୁ ସୁଦୃଢ କରିବାରେ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ ।

ପ୍ରଥମ ଅଧିବେଶନକୁ ଉଦ୍ଘାଟନ କରି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏଲ୍.ଦିବ୍ୟ ଭି. ଗଣତନ୍ତ୍ରକୁ ସୁଦୃଢ ଓ କ୍ରୀୟାଶୀଳ କରିବାରେ ସାମ୍ବାଦିକମାନଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ ।

ଅନ୍ୟତମ ସମ୍ମାନିତ ଅତିଥି ଭାବେ ଜିଲ୍ଲା ବନଖଣ୍ଡ ଅଧିକାରୀ ପ୍ରକାଶ ଚାନ୍ଦ ଗୋଗିନେନୀ ଯୋଗଦେଇ ମହାମାରୀ କୋଭିଡ୍ ସମୟରେ ଜିଲ୍ଲାର ସାମ୍ବାଦିକ ସଂଘର ସଦସ୍ୟମାନେ କୋଭିଡ୍ ସମୟରେ ଯେଉଁଭଳି ନିଜ ଜୀବନକୁ ବାଜି ଲଗାଇ ଜିଲ୍ଲାର ଉନ୍ନତି ପାଇଁ କାର୍ଯ୍ୟ କରିବା ସହ ସମ୍ବାଦ ପରିବେଷଣ କରିଛନ୍ତି, ତାକୁ ଉଚ୍ଚ ପ୍ରଶଂସା କରିଥିଲେ ।

ଜିଲ୍ଲା ସାମ୍ବାଦିକ ସଂଘର କର୍ମକର୍ତା ନିର୍ବାଚନ କରିବା ପାଇଁ ବରିଷ୍ଠ ସାମ୍ବାଦିକ ସୁକାନ୍ତ କୁମାର ମିଶ୍ରଙ୍କ ନାମକୁ ଦେବାଶିଷ ମିଶ୍ର ପ୍ରସ୍ତାବ କରିଥିବାବେଳେ ବିନୋଦ ମହାନ୍ତି ଓ ବରିଷ୍ଠ ସଦସ୍ୟମାନେ ସମର୍ଥନ କରିବାରୁ ନିର୍ବାଚନ କାର୍ଯ୍ୟ କରାଯାଇଥିଲା ।

ବୈଠକରେ ଉପସ୍ଥିତ ଥିବା ଜିଲ୍ଲାର ଓ ସମସ୍ତ ବ୍ଲକ୍ର ସଦସ୍ୟ ସହମତ ଭିତରେ ଜିଲ୍ଲାସ୍ତରରେ କର୍ମକର୍ତା ଚୟନ ପାଇଁ ମତାମତ ଦେବାରୁ ସର୍ବସମ୍ମତି କ୍ରମେ ପ୍ରସନ୍ନ କୁମାର ପଟ୍ଟନାୟକ ସଭାପତି, ରତନ ନାୟାର କାର୍ଯ୍ୟକାରୀ ସଭାପତି, ଅଥୟ ସାହୁ, ରାଜଶ୍ରୀ ଶତପଥୀ, ଦେବାଶିଷ ମିଶ୍ର ଓ ସନ୍ତୋଷ ଶତପଥୀ ପ୍ରମୁଖ ଉପସଭାପତି, ସତ୍ୟ ସ୍ୱରୂପ ଦାସ ସାଧାରଣ ସଂପାଦକ ଓ କାର୍ଯ୍ୟାଳୟ ସଂପାଦକ ଭାବେ ଗଙ୍ଗାଧର ରାଉତଙ୍କୁ ଚୟନ କରାଯାଇଥିଲା ।

ସେହିପରି ବିନୋଦ ମହାନ୍ତି କୋଷାଧ୍ୟକ୍ଷ, ପ୍ରଦୁ୍ୟମ୍ନ ରଥ ଅଧ୍ୟକ୍ଷ, ସୁକାନ୍ତ କୁମାର ମିଶ୍ର, ଅମ୍ବିକା ପ୍ରସାଦ ପଟ୍ଟନାୟକ, ବିଶ୍ୱନାଥ ବେହେରା, ଦୀପକ ପ୍ରସାଦ ପଟ୍ଟନାୟକ ଉପଦେଷ୍ଟା ଭାବରେ ସର୍ବସମ୍ମତି କ୍ରମେ ବୈଠକରେ ଚୟନ କରାଯାଇଥିଲା । ଏଥିସହିତ ଜିଲ୍ଲାର ସମସ୍ତ ବ୍ଲକ୍ର ସଭାପତି, ସଂପାଦକମାନଙ୍କୁ ନେଇ ଏକ କାର୍ଯ୍ୟକାରୀ କମିଟି ଗଠନ କରାଗଲା ।

ସଂଘର ସଭାପତି ପ୍ରସନ୍ନ ପଟ୍ଟନାୟକ ଅଧ୍ୟକ୍ଷତା କରି ସଂଘର ନୀତିନିୟମକୁ ସମସ୍ତେ ପାଳନ କରିବା ସହ ଭାଇଚାରା ବଜାୟ ରଖିବା, ବରିଷ୍ଠମାନଙ୍କୁ ସମ୍ମାନ ପ୍ରଦାନ କରିବା ସହ କନିଷ୍ଠମାନଙ୍କୁ ସ୍ନେହଶ୍ରଦ୍ଧା ଅର୍ପଣ କରି ମିଳିମିଶି କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ । ସଂପାଦକ ସତ୍ୟସ୍ୱରୂପ ଦାସ ସାମ୍ବାଦିକମାନଙ୍କର ସୁରକ୍ଷା, ବୀମାରାଶି ୨ଲକ୍ଷ ରୁ ୧୦ଲକ୍ଷ କୁ ବୃଦ୍ଧି, ୬୦ବର୍ଷରୁ ଉଦ୍ଧ୍ୱର୍ ସାମ୍ବାଦିକମାନଙ୍କୁ ମାସିକ ପେନ୍ସନ୍, ବ୍ଲକ୍ ଓ ଜିଲ୍ଲାସ୍ତରରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ମାଗଣାରେ ୧ଗୁଣ୍ଠ ଘରଡିହ ଜାଗା ଯୋଗାଇଦେବା ପାଇଁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଗୋଚର କରିବା ପାଇଁ ଦାବୀ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟକ୍ଷ ପ୍ରଦୁ୍ୟମ୍ନ ରଥ, କାର୍ଯ୍ୟକାରୀ ସଭାପତି ରତନ ନାୟାର, ଉପଦେଷ୍ଟା ସୁକାନ୍ତ ମିଶ୍ର, ବିଶ୍ୱନାଥ ବେହେରା ପ୍ରମୁଖ ଓ ବିଭିନ୍ନ ବ୍ଲକ୍ରୁ ଆସିଥିବା ସଭାପତିମାନେ ସାମ୍ବାଦିକମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ପରେ ଜିଲ୍ଲାପାଳ ନବନିର୍ବାଚିତ ସଭାପତି, ସଂପାଦକ ଏବଂ ଜିଲ୍ଲାର ସମସ୍ତ ସାମ୍ବାଦିକମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ନିର୍ବାଚନ ଅଧିକାରୀ ସମସ୍ତ ନିର୍ବାଚିତ କର୍ମକର୍ତାମାନଙ୍କୁ ଶପଥପାଠ କରାଇଥିଲେ । ଏହି ବୈଠକରେ ଜିଲ୍ଲାରୁ ପ୍ରାୟ ୧୭୮ଜଣ ସାମ୍ବାଦିକ ଯୋଗଦେଇଥିଲେ ଏବଂ ଏହି କାର୍ଯ୍ୟକ୍ରମକୁ ଅଥୟ କୁମାର ସାହୁ ପରିଚାଳନା କରିଥିଲାବେଳେ ଉପସଭାପତି ଦେବାଶିଷ ମିଶ୍ର ସ୍ୱାଗତଭାଷଣ ଓ ଅରବିନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.