Take a fresh look at your lifestyle.

କ୍ରୀଡ଼ା ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ନିମନ୍ତେ ତାଇକୋଣ୍ଡୋ ଶିବିର

0 12

Get real time updates directly on you device, subscribe now.

ଢେଙ୍କାନାଳ: ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ଆମେଚର ତାଇକୋଣ୍ଡୋ ଆସୋସିଏସନ ଅଫ ଢେଙ୍କାନାଳ ମିଳିତ ଆନୁକୂଲ୍ୟରେ ଢେଙ୍କାନାଳ ସହର ନିକଟସ୍ଥ ଦିଲ୍ଲୀ ପବ୍ଲିକ ସ୍କୁଲ ପରିସରରେ ଏକ ସ୍ଵତନ୍ତ୍ର ତାଇକୋଣ୍ଡୋ ଶିବିର ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଶାରୀରିକ ଶିକ୍ଷା ଶିକ୍ଷକଶିକ୍ଷୟିତ୍ରୀଙ୍କ ପାଇଁ ଅନୁଷ୍ଠିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ  ନିବେଦିତା ପାଣୀ ଯୋଗ ଦେଇ ଏହି ଖେଳକୁ ପ୍ରତି ସ୍କୁଲରେ ଖେଳା ଗଲେ ଛାତ୍ରଛାତ୍ରୀ ମାନେ ନିଜର ସୁରକ୍ଷା ନିଜେ କରିପାରିବେ ବୋଲି ମତବ୍ୟକ୍ତ କରିବା ସହ ତାଇକୋଣ୍ଡୋ ସଂଘକୁ ଏହି ଭଳି ପଦକ୍ଷେପ ପାଇଁ ପ୍ରଶଂସା କରିଥିଲେ, ସମ୍ମାନିତ ଅତିଥି ଭାବରେ ଶାରୀରିକ ଶିକ୍ଷାର ନିରୀକ୍ଷକ  ଜ୍ୟୋତି ପ୍ରସାଦ ପରିଡ଼ା, ଦିଲ୍ଲୀ ପବ୍ଲିକ ସ୍କୁଲର ପ୍ରିନ୍ସିପାଲ  ବିଜୟ କୁମାର ସାହୁ ଓ ଶିବିରର ମୁଖ୍ୟ ପ୍ରଶିକ୍ଷକ ତଥା ଆମେଚର ତାଇକୋଣ୍ଡୋ ଆସୋସିଏସନର ସମ୍ପାଦକ ମାଷ୍ଟର ଇଂ ସୌମ୍ୟବ୍ରତ ସାହୁ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ତାଇକୋଣ୍ଡୋ ଖେଳର ଉପକାରିତା, ଇତିହାସ ଓ ଆଜିର ଆଧୁନିକ ଦୁନିଆରେ ଆବଶ୍ୟକତା ଉପରେ ସମସ୍ତ ଅତିଥିମାନେ ମତପ୍ରକାଶ କରିବାସହ ଆଗାମୀ ଦିନରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ ଆନ୍ତ ବିଦ୍ୟାଳୟ ତାଇକୋଣ୍ଡୋ ପ୍ରତିଯୋଗିତା ନିମନ୍ତେ ମାଷ୍ଟର ଇଂ ସୌମ୍ୟବ୍ରତ ସାହୁ ନିୟମ, ପରିଚାଳନା ଉପାୟ ଓ ସ୍କୋରିଙ୍ଗ ବିଷୟରେ ଅବଗତ କରାଇବା ସଙ୍ଗେ ସଙ୍ଗେ ପ୍ରତିକାତ୍ମକ ପ୍ରତିଯୋଗିତା କରାଇ କୌଶଳ ପ୍ରଦାନ କରିଥିଲେ ।

ପ୍ରଥମେ ସ୍କୁଲର ଶାରୀରିକ ଶିକ୍ଷା ମୁଖ୍ୟ ଅଭୟାନନ୍ଦ ବିହାରୀ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ମଞ୍ଚ ପରିଚାଳନା କରିଥିଲେ ଶେଷରେ ଶ୍ରୀମତୀ ସସ୍ମିତା ସ୍ବାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଶିବିରରେ ଶ୍ରୀ ପ୍ରକାଶ ଚନ୍ଦ୍ର ସ୍ୱାଇଁ, ଗୁରୁଦେବଜୀ ଗୁରୁକୁଳର ଛାତ୍ର ରବୀନ୍ଦ୍ର ପରିଡ଼ା, ଶିବେଶ ପଣ୍ଡା, ଚାହତ ରାଉତ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.