Take a fresh look at your lifestyle.

ମୂର୍ତ୍ତିକା ସଂରକ୍ଷଣ ସହିତ ଏହାର ସୁପରିଚାଳନା ଉପରେ ବିଷଦ ଭାବରେ ଆଲୋକପାତ

0 20

Get real time updates directly on you device, subscribe now.

ଢେଙ୍କାନାଳ :  କୃଷି ବିଜ୍ଞାନ କେନ୍ଦ୍ର ଢେଙ୍କାନାଳ ତଥା କୃଷି ବିଭାଗ ର ମିଳିତ ଆନୁକୁଲ୍ୟ ସୋମବାର ଦିନ କଳାକୃତି ଗ୍ରାମ ସଦେଇବେରେଣୀ ଠାରେ ବିଶ୍ଵ ମୂର୍ତ୍ତିକା ଦିବସ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ରେଜିଲ୍ଲା ପରିଷଦ ସଭାପତି  ଅର୍ଚନା ପୁହାଣ, ଜିଲ୍ଲାପାଳ ମହୋଦୟ  ସରୋଜ କୁମାର ସେଠୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ।

ସମ୍ମାନିତ ଅତିଥି ରୂପେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ତନ୍ମୟ ଦରୱାନ୍, ଅତିରିକ୍ତ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ସରୋଜ ଦତ୍ତ, ସଦର ବିଡ଼ିଓ ସୁଧୀର ନାୟକ,  ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ  ପୁରୁଷୋତ୍ତମ ସାହୁ, କୃଷି ବିଜ୍ଞାନ କେନ୍ଦ୍ର, ଢେଙ୍କାନାଳ ର ବରିଷ୍ଠ ବୈଜ୍ଞାନିକ ତଥା ମୁଖ୍ୟ ଡାକ୍ତର ବିମଳେନ୍ଦୁ ମହାନ୍ତି, ଜିଲ୍ଲା ସ୍ତରୀୟ କୃଷି ଓ ଆନୁଷଙ୍ଗିକ ବିଭାଗ ର ଅଧିକାରୀଗଣ ଯଥା ଉପ ଉଦ୍ୟାନ କୃଷି ନିର୍ଦେଶକ  ଗୀତାଶ୍ରୀ ପାଢୀ, ଜଳ ବିଭାଜିକା ପ୍ରକଳ୍ପ ନିର୍ଦେଶକ  ସଚିଦାନନ୍ଦ ସ୍ଵାଇଁ , ଜିଲ୍ଲା ମତ୍ସ୍ୟ ଅଧିକାରୀ ଶୁଭସ୍ମିତା ଘଡେଇ, ଜିଲ୍ଲା ମୁଖ୍ୟ ପ୍ରାଣୀଚିକିତ୍ସା ଅଧିକାରୀ ଇତ୍ୟାଦି ଯୋଗଦାନ କରିଥିଲେ ।

ଜିଲ୍ଲା ର ୭୦ ରୁ ଅଧିକ କୃଷକ ଏବ ୨୦ ଜଣ କୃତି ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ । ଅତିଥି ମାନେ ବିଶ୍ଵ ମୂର୍ତ୍ତିକା ଦିବସ ରେ  କରିଥିଲେ । ଏହି କାର୍ଯ୍ୟକ୍ରମ ରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିବା ସହିତ ୨୦ ଜଣ କୃଷକ ଭାଇ ଙ୍କୁ ମୂର୍ତ୍ତିକା ପରୀକ୍ଷଣ ପ୍ରମାଣପତ୍ର ବିତରଣ କରଯାଇଥିଲା ।

ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ କୃଷି ବିଜ୍ଞାନ କେନ୍ଦ୍ର ର ବରିଷ୍ଠ ବୈଜ୍ଞାନିକ ଏବଂ ମୁଖ୍ୟ ଡା. ବିମଳେନ୍ଦୁ ମହାନ୍ତି ଢେଙ୍କାନାଳ ଜିଲ୍ଲା ଦ୍ଵାରା ଜି. ଆଇ. ମାନ୍ୟତା ପାଇଁ ଆବେଦନ କରାଯାଇ ଥିବା ମଗଜି ଲଡୁ ବିଷୟ ରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ କୃଷି ବିଜ୍ଞାନ କେନ୍ଦ୍ର ର ବୈଜ୍ଞାନିକ (ଗୃହ ବିଭାଗ ) ସସ୍ମିତା ପାଳ ଓ ବୈଜ୍ଞାନିକ (ବନ ବିଜ୍ଞାନ)  ଶେଫାଳି ରାଉତ ଯୋଗ ଦେଇଥିଲେ ।

କାର୍ଯ୍ୟକ୍ରମ ର ଦ୍ଵିତୀୟ ପର୍ଯ୍ୟାୟ ରେ ବୈଷୟିକ ଆଲୋଚନା କରଯାଇ ଥିଲା । ଏଥିରେ ବିଭିନ୍ନ ବିଭାଗ ର ଅଧିକାରୀ ମାନେ କୃଷକ ମାନଙ୍କୁ ନିଜ ବିଭାଗ ଦ୍ଵାରା ପରିଚାଳିତ କାର୍ଯ୍ୟକ୍ରମ ର ବିବରଣୀ ପ୍ରଦାନ ସହିତ ମାଟି ର ଯତ୍ନ ନେବା ପାଇଁ ଆଗାମୀ ଯୁବପିଢୀ କୁ ଅନୁରୋଧ କରି ଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.