Take a fresh look at your lifestyle.

ବ୍ରହ୍ମଣୀ ବନ୍ଦାଣ ଓ ନାଗନାଥେଶ୍ୱର ମହୋତ୍ସବର ୨ୟ ସଂଧ୍ୟା

ଏଭଳି କାର୍ଯ୍ୟକ୍ରମ ଆୟୋଜନ ସ୍ଥାନୀୟ ଅଞ୍ଚଳର ବିକାଶରେ ସହାୟକ ହେବ

0 251

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ ବଣସିଂହ ଓ ଚାଉଳିଆ ପଞ୍ଚାୟତର ବ୍ରାହ୍ମଣୀ ନଦୀକୂଳ ବଡ଼ନାଗନାଠାରେ ଅବସ୍ଥାପିତ ଦ୍ୱାଦଶ ଜ୍ୟୋର୍ତିଲିଙ୍ଗ ଶ୍ରୀଶ୍ରୀ ବାବା ନାଗନାଥେଶ୍ୱର ମହାଦେବଙ୍କ ପୀଠରେ ପ୍ରଥମ ବ୍ରାହ୍ମଣୀ ବନ୍ଦାଣ ଓ ନାଗନାଥେଶ୍ୱର ମହୋତ୍ସବର ସୋମବାର ୨ୟ ସଂଧ୍ୟାକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ ଉଦ୍ଘାଟନ କରି ଗ୍ରାମାଞ୍ଚଳରେ ଏଭଳି ମହୋତ୍ସବ ଆୟୋଜନ ବାସ୍ତବିକ ପ୍ରଶଂସନୀୟ । ଯାହାକି ଆଗାମୀ ଦିନରେ ଏଠାରେ ଗଙ୍ଗା ବନ୍ଦନା ଓ ବାଲିଯାତ୍ରା ପରି ବିରାଟ କାର୍ଯ୍ୟକ୍ରମ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ ।

ମୁଖ୍ୟବକ୍ତା ଭାବେ ଢେଙ୍କାନାଳ ନଗରପାଳ ଜୟନ୍ତୀ ପାତ୍ର ଯୋଗଦେଇ ଏଭଳି କାର୍ଯ୍ୟକ୍ରମ ଆୟୋଜନ ସ୍ଥାନୀୟ ଅଞ୍ଚଳର ବିକାଶରେ ସହାୟକ ହେବ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ଯୁବରାଜ ଅମରଜ୍ୟୋତି ସିଂହଦେଓ, ସମାଜସେବୀ ରାମଚନ୍ଦ୍ର ପାତ୍ର, ପୂର୍ବତନ ସରପଞ୍ଚ ଜୟନ୍ତ କୁମାର  ହୋତା ପ୍ରମୁଖ ଯୋଗଦେଇ ପ୍ରଥମ କରି ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରଶଂସା କରିଥିଲେ ।

 ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକ ପ୍ରେମାନନ୍ଦ ରାଉତଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ଅନୁଷ୍ଠାନର ସଂଯୋଜକ ନିତ୍ୟାନନ୍ଦ ସାହୁ ଧନ୍ୟବାଦ ଦେଇଥିଲେ ।  ରାଜ୍ୟ ଲୋକକଳା ସଂଘର ଉପସଭାପତି ଅବନୀ ମିଶ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଅତିଥିମାନଙ୍କ ଦ୍ୱାରା ଅପରାହ୍ନରେ ବ୍ରାହ୍ମଣୀ ବନ୍ଦାଣ ଅନୁଷ୍ଠିତ ହୋଇଥିଲା ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.