Take a fresh look at your lifestyle.

ପ୍ରଥମ ବ୍ରାହ୍ମଣୀ ବନ୍ଦାଣ ଓ ନାଗନାଥେଶ୍ୱର ମହୋତ୍ସବ ଉଦ୍ଘାଟିତ

0 219

Get real time updates directly on you device, subscribe now.

ଢେଙ୍କାନାଳ: ଢେଙ୍କାନାଳ ସଦର ବ୍ଲକ୍ସ୍ଥିତ ବଣସିଂହ ଓ ଚାଉଳିଆ ପଞ୍ଚାୟତର ବ୍ରାହ୍ମଣୀ ନଦୀକୂଳ ବଡ଼ନାଗନାଠାରେ ଅବସ୍ଥାପିତ ଦ୍ୱାଦଶ ଜ୍ୟୋର୍ତିଲିଙ୍ଗ ଶ୍ରୀଶ୍ରୀ ବାବା ନାଗନାଥେଶ୍ୱର ମହାଦେବଙ୍କ ପୀଠରେ ପ୍ରଥମ ବ୍ରାହ୍ମଣୀ ବନ୍ଦାଣ ଓ ନାଗନାଥେଶ୍ୱର ମହୋତ୍ସବ ରବିବାର ସଂଧ୍ୟାରେ ଉଦ୍ଘାଟିତ ହୋଇଯାଇଛି ।

ମୁଖ୍ୟ ଅତିଥି ଭାବେ  ରାଜ୍ୟ ପୂର୍ତ୍ତ, ଖଣି ଏବଂ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ବ୍ରାହ୍ମଣୀ ବନ୍ଦାଣ ପରି ଏକ ମହତ୍ୱ କାର୍ଯ୍ୟ ନଦୀର ସ୍ୱଚ୍ଛତା ଏବଂ ପବିତ୍ରତା ତଥା ଜଳ ସଂରକ୍ଷଣ ଆଦିର ପ୍ରଚାର ଏବଂ ପ୍ରସାର କରିବା ସହିତ ଜନସଚେତନତା ସୃଷ୍ଟି କରିବ ବୋଲି ମତବ୍ୟକ୍ତ କରିଥିଲେ । ଏହା ସହିତ ଏହି ଅଞ୍ଚଳରେ ମହୋତ୍ସବର ପରିକଳ୍ପନା ବାସ୍ତବିକ ଯେ ପ୍ରଶଂସନୀୟ ଉଦ୍ୟମ । ଯାହା ଏହି ଅଞ୍ଚଳର ସାଂସ୍କୃତିକ, ସାମାଜିକ ଏବଂ ଆଧ୍ୟାତ୍ମିକକା ବିଭବକୁ ପରିପୃଷ୍ଠ କରିପାରିବ ବୋଲି କହିଥିଲେ ।

ମୁଖବକ୍ତା ଭାବେ ଢେଙ୍କାନାଳ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ତନ୍ମୟ ଦରୱାନ୍ ଯୋଗଦେଇ ଜିଲ୍ଲାର ଏହି ମହାନ ତଥା ପବିତ୍ର କ୍ଷେତ୍ରରେ ଏହି ମହୋତ୍ସବ ପାଇଁ ଅଧିକ ପ୍ରଚାରିତ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ସଦର ବିଡିଓ ସୁଧୀର କୁମାର ନାୟକ ଏହି କ୍ଷେତ୍ରରେ ଏକ ପାର୍କର ଆବଶ୍ୟକତା  ଥିବାର ଅନୁକରଣ କରି ଏହାର ନିର୍ମାଣ ପାଇଁ ସୂଚନା ଦେଇଥିଲେ ।

ସେହିପରି ବଣସିଂହ ସରପଞ୍ଚ ପ୍ରମିଳା ଦେହୁରୀ, ଚାଉଳିଆ ସରପଞ୍ଚ ବାବାଲି ଚନ୍ଦ୍ର ରାଉତ, ତରଭା ସରପଞ୍ଚ ବିରଞ୍ଚି ନାରାୟଣ ବେହେରା, ଜିଲ୍ଲା ପରିଷଦ ସଦସ୍ୟ ପୂର୍ଣ୍ଣିମା ଦେହୁରୀ, ସଦର ବ୍ଲକ୍ ଅଧ୍ୟକ୍ଷା ରାଜଶ୍ରୀ ନାୟକ, ଉପାଧ୍ୟକ୍ଷ କାଳନ୍ଦୀ ଚରଣ ବାରିକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ ।

ଅପରାହ୍ନରେ ଢେଙ୍କାନାଳ ଯାଉଁଳି ପୋଖରୀ ମଠର ମହନ୍ତ ବ୍ରହ୍ମାନନ୍ଦ ଦାସଜୀ ମହାରାଜଙ୍କ ଅଧ୍ୟକ୍ଷତାରେ ବ୍ରାହ୍ମଣୀ ଆଳତୀ ସହିତ ବନ୍ଦାଣ କରାଯାଇଥିଲା । ଏହି ଅବସରରେ ମନ୍ଦିର ପୂର୍ବତନ ଜିମାଦାର ମଧୁସୂଦନ ପାଣି, ବିଶିଷ୍ଟ ସମାଜସେବୀ ତଥା ପ୍ରିୟମ୍ବଦା ଚକ୍ଷୁ ହସ୍ପିଟାଲର ଅଧ୍ୟକ୍ଷ ସଞ୍ଜିବ କୁମାର ମିଶ୍ର, ବରିଷ୍ଠ କଳାକାର ତଥା ସାମ୍ବାଦିକ ସରୋଜ କୁମାର କର, ବାଲୁକା ଶିଳ୍ପୀ ଦିନବନ୍ଧୁ ମହାରଣାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଅନୁଷ୍ଠାନର ସଭାପତି ସୁଦାମ ଚନ୍ଦ୍ର ବେହେରା ସଭାପତିତ୍ୱ କରିଥିବାବେଳେ ସଂପାଦକ ଅଶୋକ ଚନ୍ଦ୍ର ପଣ୍ଡା ସ୍ୱାଗତ ଭାଷଣ ଏବଂ ଉପଦେଷ୍ଟା ଶିଶିର କୁମାର ଶତପଥୀ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମର ପ୍ରମୁଖ ଉପଦେଷ୍ଟା ତଥା ରାଜ୍ୟ କଳା ଓ ସଂସ୍କୃତି ସଂଘର ଉପସଭାପତି  ଅବନୀ ମିଶ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ଅବସରରେ ଶ୍ରୀ ମିଶ୍ରଙ୍କ ରଚିତ ଏବଂ ରଶ୍ମିରଞ୍ଜନ ପଣ୍ଡାଙ୍କ ସଂଗୀତ ତଥା କଣ୍ଠରେ ବାବା ନାଗନାଥଙ୍କ ଅଲୌକିକ ମହିମାକୁ ନେଇ ଭଜନ ସିିଡିକୁ ଅତିଥିମାନେ ଉନ୍ମୋଚନ କରିଥିଲେ ।

   ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରଶ୍ମିରଞ୍ଜନ ପଣ୍ଡା, ସ୍ମରଣିକା ନନ୍ଦ, ଖୁସି ପ୍ରମୁଖ କଣ୍ଠଶିଳ୍ପୀମାନେ ଭଜନ ପରିବେଷଣ କରିଥିଲେ । ଭୁବନ ବ୍ଲକ୍ର ଗୋପାଳ ଲଉଡି ବେଂ ଶିବାୟ ଡ୍ୟାନ୍ସଗ୍ରୁପ୍ର କଳାକାରମାନେ ନୃତ୍ୟ ପରିବେଷଣ କରିଥିଲେ । ଅନ୍ୟତମ ଉପଦେଷ୍ଟା ବିକାଶ କୁମାର ରଥ, ସର୍ବେଶ୍ୱର ବ୍ରହ୍ମ, ନିତ୍ୟାନନ୍ଦ ସାହୁ ପ୍ରମୁଖ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମକୁ ସୁଶାନ୍ତ କୁମାର ପାଣି, ବିଜ୍ଞାନ ମହାନ୍ତି, ମଣ୍ଟି ପରିଚାଳନା କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.