Take a fresh look at your lifestyle.

ଶ୍ରମିକ ମାନଙ୍କ ପାଇଁ ଉଦ୍ଧିଷ୍ଟ ରୋଜଗାର ଯୋଜନାକୁ ହଡ଼ପ କରିବାର ପ୍ରୟାସ

0 105

Get real time updates directly on you device, subscribe now.

କାମାକ୍ଷାନଗର (ରାଜ କିଶୋର ରାଉତ): ଗତ କାଲି ଦିନରେ ମାର୍ଥାପୂର ପଞ୍ଚାୟତ ର ନୂତନ କାର୍ଯ୍ୟାଳୟ ସନ୍ନିକଟ ଅଞ୍ଚଳ ଖାଲି ଥିଲା ।ଅଥଚ ଆଜି ସକଳୁ ସହ ସହ ଗାଡ଼ି ମାଟି, ମୋରମ ରେ ଜାଗାଟି ପରିପୂର୍ଣ୍ଣ ହୋଇଯାଇଛି ।ଆଶ୍ଚର୍ଯ୍ୟ ହେଲେ ମଧ୍ୟ ଘଟଣା ସତ୍ୟ । ଗତକାଲି ରାତି ତମାମ ତ୍ୱରିତ ବେଗରେ ମେସିନ ସହାୟତାରେ ଉକ୍ତ କାର୍ଯ କରାଯାଇଛି ।

ସ୍ଥାନୀୟ ବାସିନ୍ଦାଙ୍କ ସୂଚନା ଅନୁଯାୟୀ ଉକ୍ତ ଜାଗାରେ ଗ୍ରୀନିଶ ପାର୍କ ନିର୍ମାଣ ପାଇଁ ପ୍ରସ୍ତାବ ଥିଲା । କିନ୍ତୁ ଅଞ୍ଚଳଟି ଜଳାଭାବ ଅଞ୍ଚଳ ଭାବେ ବିଦିତ ଥିବାରୁ କର୍ଯାରମ୍ଭ ଦ୍ବନ୍ଦରେ ଥିଲା । କିନ୍ତୁ କିଛି ନ୍ୟାସ୍ତ ସ୍ବାର୍ଥ ଲୋକ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିନ୍ତ ରୋଜଗାର ଯୋଜନାକୁ ହଡ଼ପ କରିବା ଉଦ୍ଦେଶ୍ୟରେ ଏଭଳି କାର୍ଯ କରିଥିବା ଅନୁମେୟ ।

“ପହିଲି ନାଚରୁ ଗୋଡ଼ ଫେରେକା “ପରି ପଂଚାୟତ ନିର୍ବାଚନ ସମାପ୍ତିର ପ୍ରଥମ କାର୍ଯ ମର୍ଥାପୂର୍ ଗ୍ରାମ ପଂଚାୟତ ର କିଛି କୁଜି ନେତା ଶ୍ରମିକ ମାନଙ୍କ ପାଇଁ ଉଦ୍ଧିଷ୍ଟ ରୋଜଗାର ଯୋଜନାକୁ ହଡ଼ପ କରିବାର ପ୍ରୟାସକୁ ସରକାରୀ ବାବୁ ମାନଙ୍କ କିଭଳି ଦୃଷ୍ଟି ରହିଛି, ଅଭିଯୋଗର କାର୍ଯ୍ୟାନୁଷ୍ଠାନ ଜନିତ ଫଳାଫଳରୁ ଜଣାପଡ଼ିବ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.