Take a fresh look at your lifestyle.

ଶିଖିଲେ, ଆଙ୍କିଲେ, ପ୍ରଶଂସିତ ହେଲେ

0 26

Get real time updates directly on you device, subscribe now.

ଢେଙ୍କାନାଳ: ଏହି କର୍ମଶାଳାରୁ ବେଶ୍‍ କିଛି କଥା ଶିଖିବାକୁ ମିଳିଲା । କାର୍ଟୁନ୍‍ କରିବା ପୂର୍ବରୁ ବିଷୟ କେମିତି ବାଛିବା, ତାକୁ କିପରି କାର୍ଟୁନ୍‍ର ରୂପ ଦେବା ଆଉ ଲୋକେ ବୁଝିବା ଭଳି କେମିତି ତାକୁ ବ୍ୟାଖା କରିବା ଆଦି ଅନେକ ବିଭବ ଜାଣିପାରିଲି । ଏହାସହ କାର୍ଟୁନ୍‍ ଆଙ୍କିବା ସମୟରେ କେଉଁ ବିଷୟ ପ୍ରତି ଧ୍ୟାନ ଦେବାକୁ ହେବ, ତାହା ମଧ୍ୟ ଜାଣିହେଲା । ସମ୍ପାଦକୀୟ କାର୍ଟୁନ୍‍ଠାରୁ ଆରମ୍ଭ କରି ବିଭିନ୍ନ ଘଟଣା ଓ ପ୍ରସଙ୍ଗର କାର୍ଟୁନ୍‍ କରିବାର କଳା ଶିଖିହେଲା ।” ଏମିତି କହିଛନ୍ତି କାର୍ଟୁନ୍‍ କର୍ମଶାଳାରେ ଭାଗନେଇଥିବା ଶିକ୍ଷାର୍ଥୀ ଦେବାଶିଷ ସ୍ୱାଇଁ ।

ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି)ରେ ଚାଲିଥିବା ଦୁଇଦିନିଆ କାର୍ଟୁନ୍‍ କର୍ମଶାଳା ଉଦ୍‍ଯାପିତ ହୋଇଛି । ଏଥିରେ ଭାଗନେଇଥିବା ଶିକ୍ଷାର୍ଥୀମାନେ କାର୍ଟୁନ୍‍ ଆଙ୍କିବାର କୌଶଳ ଶିଖିଥିଲେ । ବିଶେଷଜ୍ଞ ଭାବେ ଯୋଗଦେଇଥିବା ‘ସମ୍ବାଦ’ର ସମ୍ପାଦକୀୟ କାର୍ଟୁନିଷ୍ଟ ଦେବାଶିଷ ସିଂହ ଓ ଦୈନିକ ‘ପ୍ରମେୟ’ର ସମ୍ପାଦକୀୟ କାର୍ଟୁନିଷ୍ଟ ଟି. ନନ୍ଦେଶୁ ମଧ୍ୟ ଶିକ୍ଷାର୍ଥୀମାନେ କରିଥିବା କାର୍ଟୁନ୍‍ର ବିଶ୍ଳେଷଣ କରିବା ସହ ଏହାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ପରେ ଛାତ୍ରଛାତ୍ରୀମାନେ ପ୍ରସ୍ତୁତ କରିଥିବା କାର୍ଟୁନ୍‍ଗୁଡ଼ିକୁ ପ୍ରଦର୍ଶିତ କରାଯାଇଥିଲା । ଉପସ୍ଥିତ ସମସ୍ତଙ୍କ ଦ୍ୱାରା ଏହି କାର୍ଟୁନ୍‍ ସବୁ ବେଶ୍‍ ପ୍ରଶଂସିତ ହୋଇଥିଲା ।

ଅନ୍ୟତମ ଶିକ୍ଷାର୍ଥୀ ଶୁଭଲକ୍ଷ୍ମୀ ଓଝା କହିଛନ୍ତି, କାର୍ଟୁନ୍‍ ଉପରେ ମୋର ରୁଚି ଥିଲା । ହେଲେ ଗୋଟିଏ କାର୍ଟୁନ୍‍ କରିବା ପଛରେ ଏତେ କଳା, କୌଶଳ ଓ ସୂକ୍ଷ୍ମ ଦୃଷ୍ଟିଭଙ୍ଗୀର ଆବଶ୍ୟକତା ଥାଏ, ତାହା ଜାଣିବାକୁ ପାଇଲି । ସେହିପରି ଶିକ୍ଷାର୍ଥୀ ଶୁଭଶ୍ରୀ ଶୁଭସ୍ମିତା କହିଛନ୍ତି, ଏହି କର୍ମଶାଳାରେ ଯୋଗଦେଇ କାର୍ଟୁନ୍‍ ପ୍ରସ୍ତୁତିର ଅନେକ କଥା ଶିଖିପାରିଛି । ଲାଇନ୍‍ ଆର୍ଟ, ମୁଖଭଙ୍ଗୀ ତଥା ସାଧାରଣ କାହାଣୀକୁ କିପରି କମିକ୍ସରେ ରୂପାନ୍ତରିତ କରିହେବ, ସେନେଇ ଅନେକ ଧାରଣା ମିଳିଲା ।

ଉଦ୍‍ଯାପନୀ କାର୍ଯ୍ୟକ୍ରମରେ ଯୋଗଦେଇ ରେଭେନ୍ସା ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ବେଣୁଧର ପଣ୍ଡା ଅଂଶଗ୍ରହଣକାରୀଙ୍କୁ ପ୍ରମାଣପତ୍ର ଦେଇଛନ୍ତି । ଆଇଆଇଏମ୍‍ସି, ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ ସାମ୍ବାଦିକତାରେ କାର୍ଟୁନ୍‍ର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.