Take a fresh look at your lifestyle.

ପ୍ରଗତିଶୀଳ ଅନୁଷ୍ଠାନମାନଙ୍କ ମହାମଂଚ “ଢେଙ୍କାନାଳର ସ୍ୱର”

0 52

Get real time updates directly on you device, subscribe now.

ଢେଙ୍କାନାଳ: ଭୌଗଳିକ ଦୃଷ୍ଟି କୋଣରୁ ଢେଙ୍କାନାଳ ରାଜ୍ୟ ରାଜଧାନୀ ନିକଟରେ ଅବସ୍ଥିତ । ସ୍ୱାଧୀନତା ଆନେ୍ଦାଳନରୁ ଏଯାବତ୍ ସ୍ୱାଧିନୋତର ବାରତ ବର୍ଷକୁ ଢେଙ୍କାନାଳର ଅବଦାନ ଅତୁଳନୀୟ । ଏଇଠି ବିଶ୍ୱର ସର୍ବକନିଷ୍ଠ ଶହୀଦ ବାଜିରାଉତ ଠାରୁ ଆରମ୍ଭ କରି ଓଡିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଶ୍ରୀମତୀ ନନ୍ଦିନୀ ଶତପଥୀଙ୍କ ପର୍ଯ୍ୟନ୍ତ ଓଡିଶାର ରାଜନୈତିକ ବାତାବରଣଙ୍କ ରୁଦ୍ଧିମନ୍ତ କରିଛନ୍ତି । ସମର କବି ବ୍ରଜନାଥ ବଡଜେନାଙ୍କ ଠାରୁ ଆରମ୍ଭ କରି ପ୍ରଥମ ନାରୀ କବି ସୁଲକ୍ଷଣା ଦେବୀ ଆମର ସୃଷ୍ଟି ।

ଜଷ୍ଟିସ୍ ଗତିକୃଷ୍ଣ ମିଶ୍ରଙ୍କ ଠାରୁ ଆରମ୍ଭ କରି ଜଷ୍ଟିସ୍ ଶରତ ଚନ୍ଦ୍ର ମହାପାତ୍ର, ଜଷ୍ଟିସ୍ ଦେବେନ୍ଦ୍ର ମୋହନ ପଟ୍ଟନାୟକ, ଜଷ୍ଟି ଶଶିକାନ୍ତ ମିଶ୍ର ଓ ଜଷ୍ଟିସ୍ କୃଷ୍ଣରାମ ମହାପାତ୍ର ଅଧୁନା ଓଡିଶା ଉଚ୍ଚନ୍ୟାୟାଳୟରେ ଆସୀନ । ସମଗ୍ର ବିଶ୍ୱକୁ ଶୂନ୍ୟବ୍ରହ୍ମ ବାଣୀରେ ଉଦ୍ବୁଦ୍ଧ କରିଥିବା ମହିମାଗାଦୀ ଓ ମହିମାସ୍ୱାମୀ ଭୀମଭୋଇଙ୍କ “”ମୋ ଜୀବନ ପଛେ ନର୍କେ ପଡିଥାଉ, ଜଗତ ଉଦ୍ଧାର ହେଉ”, ଆଜି ଜାତି ସଂଘରେ ଉଲ୍ଲଖିତ ରହିଛି । ଶାନ୍ତି ଓ ଭାଇଚାରାର ସହର ଏହି ଢେଙ୍କାନାଳର ଗୌରବୋଜ୍ଜଳ ଇତିହାସ, ସଂସ୍କୃତି, ପରମ୍ପରା ମହନୀୟ । ତେଣୁ କୁହାଯାଇଛି “ଅନେକ ଜନ୍ମ ତପ ବଳେ ଜନ୍ମ ଲଭିବ ଢେଙ୍କାନାଳେ” । ପ୍ରାକୃତିକ ଶୋଭାରାଜି, ନୈସର୍ଗିକ ସୌନ୍ଦର୍ଯ୍ୟ, ନଦୀ, ଝରଣା, ପାହାଡ ପର୍ବତ ଘେରା ପରିବେଶ ଥିଲେ ମଧ୍ୟ ସାମାଜିକ, ଅର୍ଥନୈତିକ ଅଭିବୃଦ୍ଧି ଆଖି ଦୃଶିଆ ହୋଇପାରିନାହିଁ ।

ତେଣୁ ଢେଙ୍କାନାଳର ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ, ଗମନାଗମନ, ପର୍ଯ୍ୟଟନ ଇତ୍ୟାଦି ସାମଗ୍ରିକ ବିକାଶ ନିମନ୍ତେ ସମ୍ମିଳିତ ପ୍ରଚେଷ୍ଟା ଆବଶ୍ୟକ । ଏଥିପାଇଁ ଢେଙ୍କାନାଳର ପ୍ରତ୍ୟେକ ସଚେତନ ନାଗରିକ, ବୁଦ୍ଧିଜୀବୀ, ଜ୍ଞାନିଗୁଣୀ ବିଜ୍ଞ ବ୍ୟକ୍ତି, ଆଇନଜ୍ଞ, ସାମ୍ବାଦିକ, ବ୍ୟବସାୟୀ, ସ୍ୱୟଂ ସହାୟକ ଗୋଷ୍ଠୀ, କୃଷକ, ଛାତ୍ରଛାତ୍ରୀ ତଥା ସମସ୍ତ ଛୋଟବଡ ସଂଗଠନକୁ ଗୋଟିଏ ମଂଚରେ ଏକାଠି କରି ଦଳମତ ନିର୍ବିଶେଷରେ ଢେଙ୍କାନାଳର ବିକାଶ ନିମନ୍ତେ “ଢେଙ୍କାନାଳର ସ୍ୱର” ନାମକ ଏକ ମହାମଂଚ ଗଠନ ହେବାକୁ ସର୍ବସମ୍ମତି କ୍ରମେ ସ୍ଥିରୀକୃତ ହୋଇଛି ।

ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ଶ୍ୟାମାଚରଣପୁର ସାଇମନ୍ଦିର ନିକଟସ୍ଥ ସେୟାର ସଭାଗୃହଠାରେ ଢେଙ୍କାନାଳର ବରିଷ୍ଠ ନାଗରିକ ମଂଚର ଉପସଭାପତି ଯୋଗିନାଥ ମହାନ୍ତିଙ୍କ ସଭାପତିତ୍ୱରେ ଏକ ବିଚାର ବିମର୍ଷ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ, ବ୍ଲକ୍ ଓ ସବ୍ଡିଭିଜନ ସ୍ତରୀୟ ସଂଗଠନର କର୍ମକର୍ତା ଯୋଗଦାନ କରି, ଢେଙ୍କାନାଳର ପ୍ରମୁଖ ସମସ୍ୟା ସମାଧାନର ସୂତ୍ର ସଂପର୍କରେ ନିଜସ୍ୱ ମତ ଉପସ୍ଥାପନ କରିଥିଲେ ।

ଢେଙ୍କାନାଳରେ ମେଡିକାଲ୍ କଲେଜ ଓ ସ୍ୱାସ୍ଥ୍ୟ ଭିତିଭୂମି ବିକାଶ, କପିଳାସ, ଯୋରନ୍ଦା ଓ ସପ୍ତଶଯ୍ୟାକୁ ନେଇ ପର୍ଯ୍ୟଟନ ସ୍ୱର୍ଣ୍ଣ ତ୍ରିଭୁଜ ଓ ହସ୍ତଶିଳ୍ପର ବିକାଶ, ୫୫ନମ୍ବର ଜାତୀୟ ରାଜପଥର ସଂପ୍ରସାରଣ କାର୍ଯ୍ୟ ଶେଷ କରିବା ଇତ୍ୟାଦି ମୁଖ୍ୟ ସମସ୍ୟା ସମାଧାନ ନିମନ୍ତେ କାର୍ଯ୍ୟପନ୍ଥା ସ୍ଥିର କରିବା ପାଇଁ “”ଢେଙ୍କାନାଳର ସ୍ୱର” ଆଗାମୀ ଦିନରେ ନେତୃତ୍ୱ ନେବାକୁ ସ୍ଥିର କରାଗଲାା ଏଥିପାଇଁ ଆଗାମୀ ଦିନରେ ଜିଲ୍ଲାସ୍ତରରେ ସମସ୍ତ ଅନୁଷ୍ଠାନର ମୁଖ୍ୟଙ୍କୁ ନେଇ ଏକ ପରିବଦ୍ଧିତ କାର୍ଯ୍ୟକାରିଣୀ ଗଠନ କରିବାକୁ ଆବାହକ ରୂପେ ଶ୍ରୀ ଯୋଗିନାଥ ମହାନ୍ତିଙ୍କୁ ଦାୟିତ୍ୱ ଅର୍ପଣ କରାଗଲା । ସାମାଜିକ ଗଣମାଧ୍ୟମ, ମୁଦ୍ରିତ ଗଣମାଧ୍ୟମ ଓ ଦୃଶ୍ୟଶ୍ରାବ୍ୟ ଗଣମାଧ୍ୟମ ସହଯୋଗରେ ଜନମତ ଜାଗ୍ରତ କରାଯିବାକୁ ନିଷ୍ପତି ନିଆଗଲା ।

 

ଢେଙ୍କାନାଳର ବିକାଶ ନିମନ୍ତେ କାର୍ଯ୍ୟକରୁଥିବା ସମସ୍ତ ସଂଗଠନର ମୌଳିକ କାର୍ଯ୍ୟଧାରାକୁ ଉପଯୁକ୍ତ ସମ୍ମାନ ପ୍ରଦର୍ଶନ ପୂର୍ବକ ସମ୍ମିଳିତ ସ୍ୱର, ଉଦ୍ୟମ ନିମନ୍ତେ ସଂଗଠନ ମୁଖ୍ୟମାନଙ୍କୁ ଏହି ମହାମଂଚରେ ଉପଦେଷ୍ଟା ଭାବେ ଗ୍ରହଣ କରାଯିବାକୁ ନିଷ୍ପତି ନିଆଗଲା । ଜିଲ୍ଲାର ବିଭିନ୍ନ ବ୍ଲକ୍ ଓ ଗ୍ରାମାଂଚଳରୁ ପ୍ରତିନିଧିମାନଙ୍କୁ ସାମିଲ୍ କରାଯିବାକୁ ନିଷ୍ପତି ନିଆଗଲା । ହ୍ୱାଟସ୍ଆପ ଗ୍ରୁପ୍, ଟ୍ୱିଟର ଓ ଫେସ୍ବୁକ୍ ମାଧ୍ୟମରେ ସମସ୍ତଙ୍କୁ ଯୋଡି ରହିବାସହ ନିଜର ଗଠନମୂଳକ ମତାମତ ଦେବାକୁ ମତପ୍ରକାଶ ପାଇଥିଲା ।

ଏଥିରେ ଢେଙ୍କାନାଳ ଥିଙ୍କର୍ସ ଫୋରମ୍, ରେସ୍ପନ୍ସିବଲ୍ ସିଟିଜେନ୍ସ୍, ଢେଙ୍କାନାଳ, ଢେଙ୍କାନାଳ ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ, ଢେଙ୍କାନାଳ ବରିଷ୍ଠ ନାଗରିକ ପରିଷଦ, ସୁରପ୍ରତାପ କ୍ଲବ୍, ଢେଙ୍କାନାଳ ରେଳଯାତ୍ରୀ ସଂଗଠନ, ଭୂବନ କୃଷକ ବିକାଶ ପରିଷଦ, ଜନ ଜାଗ୍ରତ ମଂଚ, ମାଟିଭା, ପ୍ରତିରୋଧ, ସମୟ, ନବନିର୍ମାଣ କୃଷକ ସଂଘ, ଶ୍ୟାମାଚରଣପୁର ବିକାଶ ପରିଷଦ, ଗାନ୍ଧୀ ଅଧ୍ୟୟନ କେନ୍ଦ୍ର, ସାଇ ଶ୍ରୀକ୍ଷେତ୍ର ପରିଚାଳନା ପରିଷଦ, ଢେଙ୍କାନାଳ ସାଂସ୍କୃତିକ ପରିଷଦ ଭୂବନେଶ୍ୱରର କର୍ମକର୍ତା, ସାଇସେବା ଟ୍ରଷ୍ଟ, ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦ, ଜିଲ୍ଲା ଶିକ୍ଷକ ସଂଘ, ଉଫୁନା ତଥା ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କାର୍ଯ୍ୟକର୍ତା ଉପସ୍ଥିତ ରହିଥିଲେ ।
ରୋଟାରିଆନ୍ ରାଜକିଶୋର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.