Take a fresh look at your lifestyle.

ଅବହେଳିତ ଢେଙ୍କାନାଳ ର ରୂପରେଖ ପାଇଁ ଦାୟୀ କିଏ ?

0 25

Get real time updates directly on you device, subscribe now.

ମନୋରଞ୍ଜନ ‘ଢେଙ୍କାନାଳ ର ସ୍ଵର ‘

ଉତ୍କଳର କେନ୍ଦ୍ର ସ୍ଥଳରେ ଢେଙ୍କାନାଳ ଜିଲ୍ଲା ଅବସ୍ଥିତ , ଅବିଭକ୍ତ ଢେଙ୍କାନାଳ ମଧ୍ୟ ଦେଇ ତିନୋଟି ନଦୀ ବହି ଯାଇଛି ।ଏହା ପ୍ରକୃତି ମାଙ୍କର ଢେଙ୍କାନାଳ ଜିଲ୍ଲାବାସୀ ଙ୍କ ପାଇଁ ଆଶୀର୍ବାଦ । ସ୍ବାଧୀନତା ର ଦୀର୍ଘ ବର୍ଷ ପରେ ମଧ୍ୟ ଏସବୁ ନଦୀର ଜଳକୁ କେତେଦୂର ଜନଉପଯୋଗୀ କରାଯାଇ ପାରିଛି ? ଅବଶ୍ୟ ଏବେ ବ୍ରାହ୍ମଣୀର ଉଭୟ ପାର୍ଶ୍ବରେ କେନାଲ ବ୍ୟବସ୍ଥା କରାଯାଇଛି , ଯେଉଁ ଥିରେ କି କେବଳ ବର୍ଷା ଦିନରେ ପାଣି ଆସିଥାଏ । ଏଣୁ କୃଷି ଉପରେ ଢେଙ୍କାନାଳ କୁ କେତେ ପ୍ରାଧାନ୍ୟ ଦିଆଯାଇଛି ତାହା ସହଜରେ ଅନୁମେୟ ! !

ଢେଙ୍କାନାଳ କଲେଜ ର ବୟସ କେତେ ସମସ୍ତ ଙ୍କୁ ଜଣା , ସେଥିରେ କେତୋଟି PG ଡିପାର୍ଟମେଣ୍ଟ ଅଛି ତାହା ବି ସମସ୍ତ ଙ୍କୁ ଜଣା , ତେବେ ଢେଙ୍କାନାଳ କଲେଜ ର କଣ୍ infrastructure ଠିକ୍ ନାହିଁ further development ପାଇଁ ? ଅବିଭକ୍ତ ଢେଙ୍କାନାଳ ଜିଲ୍ଲାପାଇ଼ଁ ଢେଙ୍କାନାଳ କଲେଜ କୁ କାହିଁକି University ର status ଦିଆନଯିବ ?

ଆଜି ବି କଟକ ରୁ ଅନୁଗୁଳ ବା ତାଳଚେର ଯାଉଥିବା ଅନେକ ବସ୍ ଢେଙ୍କାନାଳ ଯାତ୍ରୀମାନଙ୍କୁ ବସ୍ ରେ ଉଠାନ୍ତି ନାହିଁ ,ଉଠାଇଲେ ବି ବସିବା ପାଇଁ ଅନୁମତି ନାହିଁ ! !ଏପୁଣି କି ପ୍ରକାର ସମ୍ମାନ ?

ଭୁବନେଶ୍ୱର ଓଡ଼ିଶା ର ରାଜଧାନୀ । ସ୍ବାଧୀନତା ସଂଗ୍ରାମରେ ସହଯୋଗ କରିଥିବା , ସାହିତ୍ୟ ଓ ସଂସ୍କୃତି କୁ ଅବଦାନ ଥିବା ବିଭିନ୍ନ ଜିଲ୍ଲାର ଅନେକ ବିଶିଷ୍ଟ ବ୍ୟକ୍ତି ଙ୍କ ର ପ୍ରତିମୂର୍ତ୍ତି ଭୁବନେଶ୍ୱର ର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିବ , ସେମାନଙ୍କ ମଧ୍ୟରୁ ଢେଙ୍କାନାଳ ମାଟିର କେତେ ଜଣ ?

ଓଡ଼ିଶାର ଟୁରିଷ୍ଟ ମ୍ୟାପ୍ ରେ ଆମର କପିଳାସ ଭଳି ଶୋଭନୀୟ ସ୍ଥାନ ଅନ୍ୟତ୍ର ଦେଖାଯାଏ ନାହିଁ , ତେବେ କପିଳାସ ତଥା ଯୋରନ୍ଦା ,ସପ୍ତଶଯ୍ଯା ,ଦଣ୍ଡାଧାର ,କୁଆଳୋର ଅଷ୍ଟଶମ୍ଭୁ ମନ୍ଦିର ଏମିତି ଅବହେଳିତ କାହିଁକି ? ? ?

ଆକାଙ୍କ୍ଷା ଜିଲ୍ଲା ମଧ୍ୟ ରେ ଢେଙ୍କାନାଳ ଥାଇ ମଧ୍ୟ ଆମର ମେଡିକାଲ କଲେଜ ଅନ୍ୟ ଜିଲ୍ଲା କୁ ପଳାଉଛି ! !
ଏମିତି ଆହୁରି ଅନେକ ଅବହେଳିତ ଢେଙ୍କାନାଳ ର ରୂପରେଖ ପାଇଁ ଦାୟୀ କିଏ ?
ଶାସନକଳ ନା ଢେଙ୍କାନାଳ ର ଅଧିବାସୀ ?
ଏହାର ସମାଧାନ କିଛି ଅଛି ? ନା ଅବହେଳା ର ପର୍ଯ୍ଯାୟ କ୍ରମ ଏମିତି ଚାଲିଥିବ ?
ଦୟାକରି ଉତ୍ତର ରଖିବେ . . .

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.