Take a fresh look at your lifestyle.

ଆମ୍ ଆଦମୀ ପାର୍ଟିର ବ୍ଲକ ସ୍ତରୀୟ ବୈଠକ ଏବଂ ମିଶ୍ରଣ ପର୍ବ

0 24

Get real time updates directly on you device, subscribe now.

ଢେଙ୍କାନାଳ : ଆମ୍ ଆଦମୀ ପାର୍ଟି ର ବ୍ଲକ ସ୍ତରୀୟ ବୈଠକ ଗଁଦିଆ ବ୍ଲକ ଷଡ଼ଙ୍ଗୀ ପଞ୍ଚାୟତ ଧନିଆନାଳି ମଠ ଠାରେ  ସ୍ଥାନୀୟ ପଂଚାୟତର ବରିଷ୍ଠ ନାଗରିକ ଶ୍ରୀନିବାସ ବେହେରାଙ୍କ  ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଜିଲ୍ଲା ଆବାହକ ପଙ୍କଜ ନାୟକ ଯୋଗଦେଇ ଦଳର ନୀତି ଆଦର୍ଶ ଏବଂ ବିଚାରଧରା ଉପରେ ଆଲୋକପାତ କରିଥିଲେ l
ଓଡ଼ିଶାରେ ଆରମ୍ଭ ହୋଇଥିବା ଦୁଇ ଶହ ୟୁନିଟ ବିଜୁଳି ଦେୟ ମୁକ୍ତ କରିବା ଆନ୍ଦୋଳନକୁ ବ୍ଲକର ପ୍ରତ୍ୟେକ ଗାଁ ରେ ପହଞ୍ଚାଇ ଦସ୍ତଖତ ସଂଗ୍ରହ କରିବାପାଇଁ ପ୍ରାୟ ୧୨ ଟି ପଂଚାୟତର କର୍ମୀମାନେ ଏକତ୍ରିତ ହୋଇଥିଲେ l ଦଳର ଜାତୀୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଷଡ଼ଙ୍ଗୀ ଗ୍ରାମ ପଂଚାୟତର ବର୍ତ୍ତମାନ ନାଏବ ସରପଞ୍ଚ ଶ୍ରୀଧର ବିହାରୀ ଏବଂ ବ୍ଲକର ଅନେକ ଯୁବକ ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଥିଲେ l
ସାଙ୍ଗଠନିକ ଦୃଷ୍ଟି କୋଣରୁ ଏକ ବ୍ଲକ କମିଟି ଗଠନ କରାଯାଇଥିଲା l ଇଂ ସୌମ୍ୟରଞ୍ଜନ ବେହେରା ବ୍ଲକ ସଭାପତି ଦାୟୀତ୍ୱ ନେଇଥିବା ବେଳେ ବିପିନ ବିହାରୀ ସ୍ୱାଇଁ, ବିଜୟ ପାତ୍ର ଓ ଗନ୍ଧର୍ବସେନ ଦେହୁରୀ ଉପସଭାପତି, ରିପୁସୂଦନ ବେହେରା ସମ୍ପାଦକ ଏବଂ ଆଶିଷ କୁମାର ମହାରଣା କୋଷାଧ୍ୟକ୍ଷ ଦାୟୀତ୍ୱ ନେଇଛନ୍ତି l
ଉକ୍ତ ବୈଠକରେ ଜିଲ୍ଲା ଯୁବ ସଭାପତି ସୁଧାଂଶୁ ଓଝା, ବରିଷ୍ଠ ସଦସ୍ୟ ସୁନୀଲ ସାହୁ, ବିଭୁତି ପାତ୍ର, ପ୍ରଭାତ ମହାରଣା, ଋଷିରାଜ ବାରିକ, ଶ୍ରୀଧର ଖଟୁଆ , ଚିନ୍ତାମଣି ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ବ୍ଲକ ସଂଗଠନ ସମ୍ପର୍କରେ ନିଜ ନିଜର ଅଭିଭାଷଣ ରଖିଥିଲେ l

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.