Take a fresh look at your lifestyle.

କୁଶୁପଙ୍ଗା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା ନେତେଇ ଶୁଣି ଙ୍କ ପୀଠ ରେ ହନୁମାନ ଙ୍କ ବିଗ୍ରହ ପ୍ରତିଷ୍ଠା

0 17

ଢେଙ୍କାନାଳ : ଓଡାପଡ଼ା ବ୍ଲକ ଅନ୍ତର୍ଗତ କୁଶୁପଙ୍ଗା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା ନେତେଇ ଶୁଣି ଙ୍କ ପୀଠ ରେ ଆଜି ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ହୋଇଅଛି। ସେହି ମା ନେତେଇ ଶୁଣି ଙ୍କ ଖ୍ୟାତି ବହୁ ପୁରାତନ କାଳରୁ ରହି ଆସିଅଛି।

ମା’ଙ୍କ ଠାରେ ଯିଏ ଯାହା ମାନସିକ କରିଥାଏ ମା’ଙ୍କ ଅପାର କୃପାରୁ ସେ ମାନସିକ ପୂରଣ ହୋଇଥାଏ। ଏହି ପ୍ରତିଷ୍ଠା ଉପଲକ୍ଷେ ସର୍ବ ପ୍ରଥମେ ମା’ଙ୍କ ଦ୍ୱାର ଦେଶରେ ବହି ଯାଉଥିବା ବ୍ରାହ୍ମଣୀ ନଦୀକୂଳରେ ପୂଜାଅର୍ଚନା ପରେ ବିରାଟ କଳସ ଯାତ୍ରା କରି ଗ୍ରାମର ଚତୁଃପାର୍ଶ୍ଵ ପରିଭ୍ରମଣ କରିଥିଲେ। ପ୍ରଭୁ ହନୁମାନଙ୍କ ବିଗ୍ରହ ପୂଜା ପରେ ସମସ୍ତ ଭକ୍ତ ପ୍ରସାଦ ସେବନ କରିଥିଲେ।

- Advertisement -

Leave A Reply

Your email address will not be published.