Take a fresh look at your lifestyle.

କଙ୍କଡ଼ାହାଡ଼ ବ୍ଲକ ସାମ୍ବାଦିକ ସଂଘର ଜରୁରୀକାଳୀନ ବୈଠକ

0 10

ଢେଙ୍କାନାଳ  :କଙ୍କଡ଼ାହାଡ଼ ବ୍ଲକ ଦଣ୍ଡାଧର ଡ୍ୟାମ ପାଖରେ କଙ୍କଡ଼ାହାଡ଼ ବ୍ଲକ ସାମ୍ବାଦିକ ସଂଘ ବୈଠକ କଙ୍କଡ଼ାହାଡ଼ ବ୍ଲକ ସାମ୍ବାଦିକ ସଂଘ ସଭାପତି ରାଜେଶ କୁମାର ଦେହୁରୀଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତ ହେଇଥିଲା ।ସଂଘ ଉପସଭାପତି ଦିପେଶ ପଣ୍ଡା ସ୍ୱାଗତ ଅଭିଭାଷଣ ଦେଇଥିଲେ ।

ସାମ୍ପ୍ରତିକ ସ୍ଥିତି ରେ ସାମ୍ବାଦିକ ମାନଙ୍କ ପ୍ରତି ହେଉଥିବା ଦୁର୍ବ୍ୟବହାର ହେଉ ଅବା ଆକ୍ରମଣ ବାରମ୍ବାର ହେଉଥିଲା ବେଳେ ସରକାରଙ୍କ ତରଫରୁ ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ କୌଣସି ନିୟମ ପ୍ରଣୟନ ହେଉ ନଥିବାରୁ ଉପସ୍ଥିତ ଥିବା ସାମ୍ବାଦିକ ମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ସାମ୍ବାଦିକ ମାନେ ଦିନ ରାତି ସମାଜ ପାଇଁ ନିଜ ଜୀବନକୁ ବାଜି ଲଗାଇ କାମ କରୁଥିଲା ବେଳେ ଯେଉଁଠି ଦୁର୍ନୀତି ଉପରେ ଖବର କଲେ ଆକ୍ରୋଶର ଶିକାର ହେବାକୁ ପଡୁଅଛି । ସରକାରୀ କାର୍ଯ୍ୟକ୍ରମରେ ସାମ୍ବାଦିକ ମାନଙ୍କ ପାଖରେ କୌଣସି ସୂଚନା ନଥିବାରୁ ଉପସ୍ଥିତ ସାମ୍ବାଦିକ ମାନେ କ୍ଷୋଭ ପ୍ରକାଶ କରିଥିଲେ ।

ଉପସ୍ଥିତ ଥିବା ସାମ୍ବାଦିକ ମାନେ କୌଣସି ପରିସ୍ଥିତି ହେଉ ପଛେ ସମସ୍ତେ ଏକଜୁଟ ହେଇ କାମ କରିବା ପାଇଁ ଶପଥ ନେଇଥିଲେ ।କଙ୍କଡ଼ାହାଡ଼ ବ୍ଲକ ସାମ୍ବାଦିକ ସଂଘ ତରଫରୁ ସଂଘ ଉପଦେଷ୍ଟା ବରିଷ୍ଟ ସାମ୍ବାଦିକ ଦିବ୍ୟସିଂହ ଦେହୁରୀଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।ଅନ୍ୟ ମାନଙ୍କ ମଧ୍ୟରେ ସଙ୍ଘ ସମ୍ପାଦକ ଟୁକୁନ ବିଶ୍ୱାଳ, କୋଷାଧ୍ୟକ୍ଷ ଅରବିନ୍ଦ ପାଳ,ସହ ସମ୍ପାଦକ ସୁବାସ ପଧାନ, ସଦସ୍ୟ ବିରଞ୍ଚି ସାହୁ, ଚଗଲା ଦେହୁରୀ, ଜିତେନ୍ଦ୍ର ପାଣି, ମନୋଜ ଦାସ, କ୍ଷୀରୋଦ ଦେହୁରୀ, ଅଙ୍କୁର ସିଂହ, ପ୍ରବୀଣ ନାୟକ ,ଦୀପକ ସାହୁ, ଦୀପ୍ତି ରଞ୍ଜନ ସାହୁ,ବାପୁନ ସାହୁ, ରିତେଶ ବ୍ରହ୍ମା ଉପସ୍ଥିତ ଥିଲେ ।

- Advertisement -

Leave A Reply

Your email address will not be published.