Take a fresh look at your lifestyle.

ଶୋଭାଯାତ୍ରା ଆଳରେ ଶକ୍ତି ପ୍ରଦର୍ଶନ ସକାଳେ ପଦଯାତ୍ରା , ଅପରାହ୍ନ ରେ ବାଇକ ରାଲି

0 122

ଭୁବନ: ଚଳିତ ପୌର ନିର୍ବାଚନର ଆସନ୍ତା କାଲି ହେଉଛି ପ୍ରଚାର ର ଅନ୍ତିମ ଦିବସ । ଏଥି ସକାଶେ ଆଜି ବିଜୁ ଜନତା ଦଳ ତରଫରୁ ବିଶାଳ ଶୋଭାଯାତ୍ରା ଓ ବାଇକ ରାଲି ଅନୁଷ୍ଠିତ ହୋଇ ଶକ୍ତି ପ୍ରର୍ଶନ କରାଯାଇଥିଲା । ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ନିଜେ ପ୍ରଚାରରେ ସାମିଲ ହୋଇଥିଲେ ।

ଦିବା ୧୦ ଘଟିକା ସମୟରେ ପ୍ରଥମେ ପାଲାମଣ୍ଡପ ନିକଟରୁ ପ୍ରାୟ ୩ ହଜାରରୁ ଉଦ୍ଧ୍ୱର୍ ମହିଳା , ଛାତ୍ର, ଯୁବକ ଦଳୀୟ ସମର୍ଥକ ପ୍ରଚାରରେ ୪ ନମ୍ବର ୱାର୍ଡ ରୁ ବାହାରି ୫ ୮,୯,୧୦,୧୧,୧୨,୧୩,୧୪,୧୫ ୭,୬ ,୧ ଓ ୨ ନମ୍ବର ୱାର୍ଡ ପରିକ୍ରମା କରିଥିଲେ ।

 

 

ଅପରାହ୍ନରେ ୨ ନମ୍ବର ୱାର୍ଡ ସ୍ଥିତ ନୂଆ ଭୁବନ ଶିବ ମନ୍ଦିର ସମ୍ମୁଖରୁ ପ୍ରାୟ ୫ ଶହ ରୁ ଉଦ୍ଧ୍ୱର୍ ମୋଟର ସାଇକେଲରେ ସହସ୍ରାଧିକ ଯୁବ ବିଜେଡି କର୍ମୀ ତଥା ଦଳୀୟ ସମର୍ଥକ ବାଇକ ରାଲିରେ ବାହାରି ସହର ପରିକ୍ରମା କରିଥିଲେ ।

ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ରାଜ୍ୟ ସରକାର ଙ୍କ ବିକାଶମୁଖୀ ତଥା ଜନକଲ୍ୟାଣ ଯୋଜନା ସଂପର୍କରେ ଲୋକଙ୍କୁ ଅବଗତ କରାଇ ଏକ ସମୃଦ୍ଧ ଭୁବନ ଗଢିବା ପାଇଁ ବିଜୁ ଜନତା ଦଳ ପ୍ରାର୍ଥୀ ମାନଙ୍କୁ ଶଙ୍ଖ ଚିହ୍ନରେ ଡବଲ ଭୋଟ ଦେଇ ଆଶୀର୍ବାଦ କରିବାକୁ ନିବେଦନ କରିଥିଲେ ।

 

ବିଭିନ୍ନ ସ୍ଥାନରେ ନଗରପାଳ ପ୍ରାର୍ଥୀ ଶୁଭେନ୍ଦୁ ସାହୁ (ମୁନ୍ନା) ଙ୍କୁ ମହିଳା ମାନେ ଫୁଲ ମାଳ ପିନ୍ଧାଇ ବନ୍ଦାପନା କରିବା ସହ ଆଶୀର୍ବାଦ ପ୍ରଦାନ କରିଥିଲେ । ଏନଏସି ନଗରପାଳ ପ୍ରାର୍ଥୀ ଶୁଭେନ୍ଦୁ ସାହୁ ଙ୍କ ସମେତ ୧୫ ଟି ୱାର୍ଡ ର କାଉନସିଲର ପ୍ରାର୍ଥୀ/ପ୍ରାର୍ଥୀନୀ ମାନେ ରାଲିରେ ଯେଗଦେଇଥିଲେ । ‘ବିଜେଡିର ଦେଖି ଠାଣୀ ବାଣୀ , ବିରୋଧୀ ଙ୍କର ହେଲାଣି ପିଳେହି ପାଣି’ ବୋଲି କର୍ମୀ ମାନେ ନାରାବାଜି କରୁଥିବା ଦେଖିବାକୁ ମିଳିଥିଲା ।

- Advertisement -

Leave A Reply

Your email address will not be published.