Take a fresh look at your lifestyle.

ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିର ରେ ଫଗୁ ଦଶମୀ ପାଳିତ

0 9

Get real time updates directly on you device, subscribe now.

ଢେଙ୍କାନାଳ :   ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିର ରେ ଫଗୁ ଦଶମୀ ନୀତି ପାଳିତ ହୋଇଯାଇଛି। ପ୍ରାତଃରୁ ମଙ୍ଗଳ ଆଳତୀ ଓ ମହାସ୍ନାନ ପରେ ଠାକୁରଙ୍କୁ ବସ୍ତ୍ର ପରିଧାନ କରାହାଇଥିଲେ। ଫୁଲ ଓ ତୁଳସୀ ହାରରେ ସୁସଜ୍ଜିତ କରାଯାଇଥିଲା। ବଲ୍ଲବ ଭୋଗ ଲାଗି କରାଯାଇଥିଲା।

ଦିନ ୧୦:୩୦ ରେ ଖେଚୁଡ଼ି ଭୋଗ, ମଧ୍ୟାହ୍ନରେ ଅନ୍ନ ଧୂପ, ସନ୍ଧ୍ୟାରେ ଆଳତୀ, ଫଗୁ ଲାଗି କରାଯାଇ ଖଜା ଚଣା ଓ ପଳାଶ ଫୁଲ ଠାକୁରଙ୍କ ପାଖରେ ଲାଗି କରାଯାଇଥିଲା। ରାତ୍ର ଧୂପ ପରେ ପହଡ଼ ପଡ଼ିଥିଲା।

ପୂଜକ ଶ୍ରୀବତ୍ସ ମିଶ୍ର, ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର, କାହାଳିଆ ଟିକନ ବେହେରା, ଜିମ୍ମାଦାର ଶ୍ୟାମ ସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତିରେ ସମସ୍ତ ନୀତିକାନ୍ତି ସମାପନ କରାଯାଇଛି।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.