Take a fresh look at your lifestyle.

ବିଜେପି ଛାଡି ବିଜେଡି ରେ ମିଶିଲେ ମୁନ୍ନା

ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ପ୍ରବାଳକାନ୍ତି (ମୁନ୍ନା) ଙ୍କୁ ବିଜେଡି ଉତରୀୟ ପିନ୍ଧାଇ ସ୍ୱାଗତ ଜଣାଇଲେ

0 68

Get real time updates directly on you device, subscribe now.

ଭୁବନ : ବରିଷ୍ଠ ବିଜେପି ନେତା ପ୍ରବାଳକାନ୍ତି ସାହୁ (ମୁନ୍ନା) ବିଜେପି ଛାଡି ଆଜି ବିଜେଡି ରେ ଯୋଗଦାନ କରିଛନ୍ତି । ବିଷ୍ଣୁପ୍ରିୟା ଗାଲାକ୍ସି ଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ମୁନ୍ନା ବିଜେଡିରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଥିଲେ ।

ବିଜେଡିର ନଗରପାଳ ପ୍ରାର୍ଥୀ ଶୁଭେନ୍ଦୁ ସାହୁ (ମୁନ୍ନା) ଙ୍କ ଉପସ୍ଥିତିରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ପ୍ରବାଳକାନ୍ତି (ମୁନ୍ନା) ଙ୍କୁ ବିଜେଡି ଉତରୀୟ ପିନ୍ଧାଇ ସ୍ୱାଗତ ଜଣାଇଥିଲେ ।

ମୁନ୍ନା ଙ୍କ ସହିତ କଂଗ୍ରେସ ର ଆଗ ଧାଡିର କର୍ମୀ ଅମ୍ବୁଜ ପୋଥାଳ ମଧ୍ୟ ବିଜେଡିରେ ସାମିଲ ହୋଇଥିଲେ । ଗତ ୨୦୧୩ ପୌର ନିର୍ବାଚନରେ ମୁନ୍ନା ଙ୍କ ନେତୃତ୍ୱରେ ଭୁବନ ଏନଏସିରେ କଂଗ୍ରେସ ୪ ଟି ୱାର୍ଡରେ ବିଜୟ ଲାଭ କରିଥିଲା ।

ପରେ ସେ ବିଜେପିରେ ସାମିଲ ହୋଇଥିଲେ । ଆଜି ବିଜେଡିରେ ଯୋଗଦେବା ପରେ ବିଜେଡି ର ଶକ୍ତି ବୃଦ୍ଧି ହୋଇଛି ବୋଲି କୁହାଯାଉଛି ।ପୂର୍ବରୁ ସିଏ ଜିଲାପରିଷଦ ସଭ୍ୟ ଭାବେ ଭୁବନ ବ୍ଲକ ବାଲିବୋ ଜୋନ ରୁ ବିଜୟୀ ହୋଇଥିଲେ ।

ସେ ଭୁବନର ପ୍ରତିଷ୍ଠିତ ରାଜନୈିକ ପରିବାର ରୁ ଆସିଥବବାରୁ ତାଙ୍କର ଭୁବନରେ ବେଶ ପତିଆରା ଅଛି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.