Take a fresh look at your lifestyle.

କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ରବନୀତ ସିଂ ବିଟ୍ଟୁ

0 1

ନୂଆଦିଲ୍ଲୀ, ୨୪/୭: କେନ୍ଦ୍ର ରେଳ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ରବନୀତ ସିଂ ବିଟ୍ଟୁ ଶୁକ୍ରବାର କେନ୍ଦ୍ର ମନ୍ତ୍ରିପରିଷଦରୁ ଇସ୍ତଫା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶ କ୍ରମେ ତାଙ୍କ ଇସ୍ତଫାକୁ ରାଷ୍ଟ୍ରପତି ଗ୍ରହଣ କରିଥିବା ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ସରକାରୀ ବିବୃତ୍ତି ଜାରି କରାଯାଇଛି।

ରାଷ୍ଟ୍ରପତି ଭବନର ବିବୃତ୍ତି ଅନୁଯାୟୀ, ଭାରତୀୟ ସମ୍ବିଧାନର ଧାରା ୭୫(୨) ଅନୁସାରେ ରବନୀତ ସିଂ ବିଟ୍ଟୁଙ୍କ ଇସ୍ତଫା ଗ୍ରହଣ କରାଯାଇଛି। ବର୍ତ୍ତମାନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଦେଶ ଗସ୍ତରେ ଥିବାବେଳେ ସମ୍ବିଧାନିକ ପ୍ରକ୍ରିୟା ଅନୁଯାୟୀ ଏହି ନିଷ୍ପତ୍ତି ଘୋଷଣା କରାଯାଇଛି।

ରବନୀତ ସିଂ ବିଟ୍ଟୁ ୨୦୨୪ ମସିହାରୁ କେନ୍ଦ୍ର ମନ୍ତ୍ରିପରିଷଦରେ ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ସେ ରେଳ ମନ୍ତ୍ରାଳୟ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଥିଲେ।

ବିଟ୍ଟୁଙ୍କ ଇସ୍ତଫା ପଛର କାରଣ ସମ୍ପର୍କରେ ଏପର୍ଯ୍ୟନ୍ତ କେନ୍ଦ୍ର ସରକାର କିମ୍ବା ସମ୍ପୃକ୍ତ ମନ୍ତ୍ରୀଙ୍କ ପକ୍ଷରୁ କୌଣସି ସରକାରୀ ସ୍ପଷ୍ଟୀକରଣ ମିଳିନାହିଁ। ଏହାକୁ ନେଇ ରାଜନୈତିକ ମହଲରେ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି।

- Advertisement -

Leave A Reply

Your email address will not be published.