Take a fresh look at your lifestyle.

ଶ୍ରୀଶ୍ରୀ ଆଖଣ୍ଡଳମଣିଙ୍କର ବିବାହ ଓ ଶୀତଳ ଷଷ୍ଠୀ ପାଳିତ

0 39

ଢେଙ୍କାନାଳ: ଢେଙ୍କାନାଳ ଟାଉନ୍ ଭାଗିରଥି ସାଗର (ନୂଆପୋଖରୀ) ନିକଟସ୍ଥ ଶ୍ରୀ ଶ୍ରୀ ଆଖଣ୍ଡଳମଣି ମନ୍ଦିର ପ୍ରାଙ୍ଗଣରେ ଶିବ ବିହାର ଓ ଶୀତଳ ଷଷ୍ଠୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଅଛି ।

ମଙ୍ଗଳବାର ଦିନ ପ୍ରଭୁଙ୍କର ମଙ୍ଗନ କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା । ପରଦିନ ବୁଧବାର ମନ୍ଦିର ପ୍ରାଙ୍ଗଣରୁ ପ୍ରଭୁଙ୍କ ବିବାହ ପ୍ରସେସନ ମନ୍ଦିର ଠାରୁ ବାହାରି କନ୍ୟାପିତା ମୁକେଶ ସୋନି ଓ ବରପିତା ବିମଳ କୁମାର ଶର୍ମାଙ୍କ ବାସଭବନରେ କିଛି ସମୟ କଟାଇ ମନ୍ଦିରକୁ ଫେରିଥିଲେ । ଏହାପରେ ବିବାହ କାର୍ଯ୍ୟ ରାତ୍ର ୧୦ ଘଟିକା ସମୟରେ ଅନୁଷ୍ଠିତ ହୋଇ ରାତ୍ର ୨ ଘଟିକାରେ ସମ୍ପନ୍ନ ହୋଇଥିଲା ।

ଏହି ବିବାହ କାର୍ଯ୍ୟରେ ମନ୍ଦିରର ମୁଖ୍ୟ ପୁରୋହିତ ତୁଷାର ରଂଜନ ମିଶ୍ର ସମ୍ପନ୍ନ କରିଥିଲେ । ଗୁରୁବାର ଦିନ ସଂଧ୍ୟା ୭ ଘଟିକାରେ ପ୍ରଭୁ ପାଲିଙ୍କି ଶୋଭାଯାତ୍ରାରେ ଟାଉନ୍ ପରିକ୍ରମା କରି ରାତ୍ର ୧୧ ଘଟିକାରେ ମନ୍ଦିରକୁ ଫେରିଥିଲେ । ଏହି ବିବାହ କାର୍ଯ୍ୟକ୍ରମରେ ପ୍ରାୟ ଦୁଇ ହଜାର ଶ୍ରଦ୍ଧାଳୁ ଯୋଗଦେଇ ପ୍ରସାଦସେବନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଶ୍ରୀ ଶ୍ରୀ ଆଖଣ୍ଡଳମଣି ମନ୍ଦିର ଟ୍ରଷ୍ଟର ମ୍ୟାନେଜିଙ୍ଗ ଟ୍ରିଷ୍ଟି ଅକ୍ଷୟ କୁମାର ସାମ, ଡେପୁଟି ମ୍ୟାନେଜିଙ୍ଗ୍ ଟ୍ରଷ୍ଟି ଜ୍ଞାନରଞ୍ଜନ ଶତପଥୀ, ସଭାପତି ବୁଦ୍ଧିରାମ ଅଗ୍ରୱାଲ, ବିଭୁତି ଭୂଷଣ ସ୍ୱାଇଁ, ବେଣୁଧର ମହାପାତ୍ର, ସନ୍ତୋଷ କୁମାର ସ୍ୱାଇଁ, ରାକେଶ ରାଉତ, ନାରଣ ବେହେରା, ସୁଜିତ୍ କୁମାର ପଟ୍ଟନାୟକ, କୃଷ୍ଣ କୁମାର ଅଗ୍ରୱାଲା, ଦିଲ୍ଲୀପ କୁମାର ସାହୁ, ପ୍ରଫୁଲ୍ଲ କୁମାର ସାହୁ, ବିଜୟ କୁମାର ସ୍ୱାଇଁ, ମନୋଜ କୁମାର ପଟ୍ଟନାୟକ, ଦୀପକ କୁମାର ଦାସ, ମନୋରଞ୍ଜନ ଦାସ ପ୍ରମୁଖ ସହଯୋଗ କରିଥିଲେ ।

ଏହି ବିବାହ କାର୍ଯ୍ୟ ଶାନ୍ତିଶୃଙ୍ଖଳାର ସହିତ ସମ୍ପନ୍ନ ହୋଇଥିବାରୁ ଡେପୁଟି ମ୍ୟାନେଜିଙ୍ଗ୍ ଟ୍ରଷ୍ଟି ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

- Advertisement -

Leave A Reply

Your email address will not be published.