Take a fresh look at your lifestyle.

ଶ୍ରୀ ଶନିଦେବଙ୍କ ୧୩ତମ ଜନ୍ମବାର୍ଷିକ

0 4

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳ ସହର ମାଣ୍ଡବାସାହି ଟାଉନ୍‌ପ୍ଲାନିଂ ଛକ ଠାରେ ଶ୍ରୀଶ୍ରୀ ଶନିଶ୍ଚରଦେବଙ୍କ ୧୩ତମ ଜନ୍ମବାର୍ଷିକ ଉତ୍ସବର ପୂର୍ଣ୍ଣାହୁତି ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି ।୨୭/୦୪ରେ ଶନିଶ୍ଚର ଦେବଙ୍କ ଘଟ ସ୍ଥାପନ ଓ କଳସଯାତ୍ରା ଅନୁଷ୍ଠିତ ହୋଇଥିଲା। ୨୮ ତାରିଖ ଶୁକ୍ରବାର ସୂର୍ଯ୍ୟପୂଜା, ଅଗ୍ନିସ୍ଥାପନ ଓ ଗୀତାଯଜ୍ଞ ଅନୁଷ୍ଠିତ ହୋଇଥିଲା । ୨୯ ତାରିଖ ଶନିବାର ତୋଟା ଓଷା, ମହାଯଜ୍ଞ ଓ ପୂର୍ଣ୍ଣହୁତି ଅନୁଷ୍ଠିତ ହୋଇଥିଲା । ସଂଧ୍ୟାରେ ପ୍ରସାଦସେବନ ଓ ଢେଙ୍କାନାଳ ସାଇ ଭଜନ ସଂଧ୍ୟା ପକ୍ଷରୁ ଭଜନ ପରିବେଷଣ କରାଯାଇଥିଲା। ପୂଜକ ଦିବାକର ମିଶ୍ର, ନଗେନ୍ ନନା, ଶ୍ରୀବତ୍ସ ନନା, ଯଜ୍ଞେଶ୍ଵର ମିଶ୍ର ପ୍ରମୁଖ ଉପସ୍ଥିତ ରହି ସମସ୍ତ ପୂଜାକାର୍ଯ୍ୟ ସମାପନ କରିଥିଲେ । ଶେଷଦେବ ସାହୁ ଓ ତାଙ୍କ ସହଧର୍ମିଣୀ ସୁବିସ୍ତୀ କର୍ତୀ ଭାବେ ଉପସ୍ଥିତ ରହିଥିଲେ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.