Take a fresh look at your lifestyle.

ଭିନ୍ନକ୍ଷମଙ୍କ ସହାୟତା ଓ ସଚେତନତା ଶିବିର

0 1

Get real time updates directly on you device, subscribe now.

ଢେଙ୍କାନାଳ :ଢେଙ୍କାନାଳ ପୁରୁଣା ଚିକିତ୍ସାଳୟରେ ପରିସରରେ ଐରା ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା ପରିଚାଳିିତ ଜିଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ପକ୍ଷରୁ ଶୁକ୍ରବାର ଏକ ଭିନ୍ନକ୍ଷମ ସହାୟତା ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିର ପ୍ରାରମ୍ଭରେ ସ୍ୱାଗତ ସଙ୍ଗୀତ ଗାନ ପରେ ଅନୁଷ୍ଠାନର ନିଦେ୍ର୍ଦଶକ ଡ. ସୁରେଶ କୁମାର ପଣ୍ଡା ସ୍ୱାଗତ ଭାଷଣ, ଅତିଥି ପରିଚୟ ଓ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରି ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ରର କାର୍ଯ୍ୟାବଳୀ ଉପରେ ସୂଚନା ପ୍ରଦାନ କରିଥିଲେ । ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଖଣି,ଇସ୍ପାତ ଓ ପୂର୍ତମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ ଯୋଗଦେଇ ଭିନ୍ନକ୍ଷମାନେ ହେଉଛନ୍ତି ଭଗବାନ ସଦୃଶ । ସରକାରଙ୍କ ଯୋଜନାରେ ଭିନ୍ନକ୍ଷ ମାନଙ୍କ ପାଇଁ ଥିବା ବିଭିନ୍ନ ସହାୟତା ଯୋଗାଇବାରେ ଏହି ଅନୁଷ୍ଠାନ ମୁଖ୍ୟ ଭୂମିକା ଗ୍ରହଣ କରିଛି । ତେମୁ ଭିନ୍ନକ୍ଷମ ମାନଙ୍କୁ ସକାରଙ୍କ ପ୍ରୋତ୍ସାହନ ଓ ସହାୟତା ଦେଇ ସକ୍ଷମ କରାଇ ସମାଜର ମୁଖ୍ୟ ସ୍ରୋତରେ କିପରି ସାମିଲ ହୋଇପାରିବେ ସେଥିପାଇଁ ମଧ୍ୟ ସରକାର ସବୁସ୍ତରରେ ଚେଷ୍ଟିତ ଅଛନ୍ତି ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ସମାଜସେବୀ ସୟଦ ଅବଦୁଲ ସଫିକ, ରେଡକ୍ରସ ଉପସଭାପତି ବିରଂଚି ନାରାୟଣ ପାଣି, ରାଜ୍ୟ ଉପସଭାପତି ବିଜୁ ଜନତା ଦଳ ମହିଳା ସାଇଶ୍ରୀ ପଟ୍ଟନାୟକ, ସାଇ କମଳି ପୃଷ୍ଟି, ଢେଙ୍କାନାଳ ପୌର ଉପାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର କୁଅଁର ପ୍ରମୁଖ ମଂଚାସୀନ ଥିଲେ । ଏହି ଅବସରରେ ଅତିଥିମାନେ ଭିନ୍ନକ୍ଷମଙ୍କୁ ଟ୍ରାଇସାଇକେଲ, ବିଭିନ୍ନ ସହାୟତା ଉପକରଣ ପ୍ରଦାନ କରାଯାଇଥିଲା । ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ରରେ ଉଲ୍ଲେଖନିୟ କାର୍ଯ୍ୟ ପାଇଁ ସେବା ଦେଉଥିବା କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଐରା ଅନୁଷ୍ଠାନର ମୁଖ୍ୟ ସଂଯୋଜକ ଗୋଲେଖ ବିହାରୀ ପାଣିଗ୍ରାହୀ, ପ୍ରସନ୍ନ କୁମାର ପଣ୍ଡା, ପ୍ରଦ୍ୟୁମ୍ନ କୁମାର ପଣ୍ଡା, ସିତାଂଶୁ ପଣ୍ଡା, ସୌମ୍ୟା ମିଶ୍ର, ଅଭିଜିତ୍ ଅଭିନନ୍ଦନ, ବିବେକ କୁମାର ନାୟକ, ଆନନ୍ଦ ପୋଦାର, ବିଶ୍ୱଜିତ ଜେନା, ସମାପ୍ତିକା ଜେନା, ମନିଷା ସିଂହ, ସୁଚିସ୍ମିତା ସେନ, ସୁଶ୍ରୀ ନନ୍ଦ, ଜ୍ଞାନ ରଞ୍ଜନ ନାୟକ, ମଧୁସ୍ମିତା ପଣ୍ଡା, ରତ୍ନପ୍ରଭା ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.