Take a fresh look at your lifestyle.

ଆମ୍ ଆଦମୀ ପାର୍ଟି ର ଜିଲ୍ଲା କାର୍ଯ୍ୟକାରୀଣି ବୈଠକ

0 10
ଢେଙ୍କାନାଳ : ପର୍ଜଙ୍ଗ ବ୍ଲକ ଚାନ୍ଦପୁର ପଞ୍ଚାୟତର ତୁଳସୀ ପଶିଠାରେ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ଆବାହକ ପଙ୍କଜ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମହିଳା ସଭାନେତ୍ରୀ ସ୍ନେହଲତା ମହାନ୍ତି ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ବିଷ୍ଣୁ ପ୍ରସାଦ ପଣ୍ଡା ଗତ ୬ ମାସର ବିବରଣୀ ପାଠ କରିଥିଲେ l
ସୋସିଆଲ ମିଡ଼ିଆ ପ୍ରଭାରୀ ଜିତେନ୍ଦ୍ର ବେହେରା, ଜିଲ୍ଲା ଯୁବ ଉପସଭାପତି ବିଭୁତି ପ୍ରଧାନ, ପର୍ଜଙ୍ଗ ବ୍ଲକ ସଭାପତି ପ୍ରକାଶ ବିଶ୍ବାଳ, କାମାକ୍ଷାନଗର ବ୍ଲକ ସଭାପତି ରଞ୍ଜନ ସାହୁ, କାର୍ଯ୍ୟକାରିଣୀ ସଦସ୍ୟ ବିଭୁ ରଞ୍ଜନ ସାହୁ, ଶରତ ଗିରି, କାର୍ତ୍ତିକ ସାମଲ ପ୍ରମୁଖ ସଂଗଠନ ପାଇଁ ପ୍ରସ୍ତାବ ଦେଇଥିବା ବେଳେ ସଦର ବ୍ଲକ ସଭାପତି ଶ୍ରୀ ରାଜ କୁମାର ପ୍ରଧାନ ସଭା ପରିଚାଳନା କରିଥିଲେ ।
ନୂତନ କାର୍ଯ୍ୟକାରିଣୀ ସଦସ୍ୟମାନଙ୍କ ମଧ୍ୟରୁ ଶ୍ରୀ ବିକ୍ରମ ରାଉତଙ୍କୁ ଉପସଭାପତି ତଥା ଶୃଙ୍ଖଳା କମିଟି ଅଧ୍ୟକ୍ଷ ରୂପେ ନିଯୁକ୍ତ କରାଯାଇଛି, ଇଂ ପିତାମ୍ବର ଦାସଙ୍କୁ ଯୁଗ୍ମ ସମ୍ପାଦକ ଦାୟିତ୍ବ, ସଞ୍ଜୟ ମହାରଣାଙ୍କୁ ଭୁବନ ବ୍ଲକର ସଭାପତି, ବିଜୟ ନାଏକଙ୍କୁ ହିନ୍ଦୋଳ ଏନଏସି ସଭାପତି, ରୋହିତ ସାହୁଙ୍କୁ ପର୍ଜଙ୍ଗ ବ୍ଲକ ଉପ ସଭାପତି ଦାୟିତ୍ୱ ପ୍ରଦାନ କରାଯାଇଅଛି।
ଏହା ବ୍ୟତୀତ ହିନ୍ଦୋଳ ଏନଏସି ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବା ସହ ଏକ ପାଞ୍ଚ ଜଣିଆ କମିଟି ପ୍ରସ୍ତୁତ କରାଯାଇଛି। ତୃଣମୂଳ ସ୍ତରରେ ସଂଗଠନକୁ ଅଧିକ ସୁଦୃଢ କରିବା ପାଇଁ ଅଧିକରୁ ଅଧିକ କାମ କରିବା ପାଇଁ ସମସ୍ତ ସଦସ୍ୟଙ୍କୁ ଉଦ୍‌ବୋଧନ ଦେବା ସହ ପ୍ରତି ମାସରେ ସାଂଗଠନିକ ବୈଠକ ଆୟୋଜନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।
ଏହି ବୈଠକରେ ରୁବି ଦେହୁରୀ, ଛବିଳ ବେହେରା, ପ୍ରମିଳା ଦେହୁରୀ, ଭ୍ରମରବର ସାହୁ, ଦୁଷ୍ମନ୍ତ ସାହୁ, ଅଜୟ ସାହୁ, ବୁଲା ଚନ୍ଦ୍ର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ l ଶେଷରେ ଉପସଭାପତି ପର୍ଶୁରାମ ମହାଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।

- Advertisement -

Leave A Reply

Your email address will not be published.