Take a fresh look at your lifestyle.

ସତ୍ୟଧର୍ମ ପ୍ରଚାର ପାଇଁ ବୈଠକ

0 5

Get real time updates directly on you device, subscribe now.

ଢେଙ୍କାନାଳ: ଢେଙ୍କାନାଳ ସହର ବଳରାମ ମନ୍ଦିର ପରିସରରେ ଶ୍ରୀଗୁରୁ ମହିମା ଅନନ୍ତ ଶୂନ୍ୟବାସୀ ପ୍ରଭୁଙ୍କର ସତ୍ୟଧର୍ମ ତଥା ସନାତନ ଧର୍ମ ଓ ପାଦପଦ୍ମର ପ୍ରଚାର ପ୍ରସାର ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଦୀକ୍ଷା ନେଇଥିବା ଗୁରୁଭାଇମାନେ ଏହି ବୈଠରେ ଯୋଗଦେଇ ଗୁରୁଙ୍କୁ ପୂଜାର୍ଚ୍ଚନା ପରେ ବିଭିନ୍ନ ବିଷୟରେ ଆଲୋଚନା କରାଯାଇ ସମାପନ କରାଯାଇଥିଲା ।

ପ୍ରଥମେ ପୂଜାର୍ଚ୍ଚନା, ଗୁରୁ ବନ୍ଦନା ଓ ଗୁରୁଙ୍କର ଜନ୍ମ ବୃତାନ୍ତ ଓ ଗୁଣାବଳୀ ଉପରେ ଆଲୋଚନା ହୋଇଥିଲା । ଭାଗିରଥି ରାଉତ ଓ ପ୍ରଶାନ୍ତ କୁମାର ଓଝା ସଭାକାର୍ଯ୍ୟକୁ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦୟାନିଧି ରାଉତ, ଅମରେନ୍ଦ୍ର ସାହୁ, ମଦନ ନାଏକ, ସୁଭଜନ ବାଘ, ସୁମତି ନାଏକ, ଜୟକୃଷ୍ଣ ପ୍ରଧାନ, ବସନ୍ତ ବାରିକ, ପୁଲିନ୍ ବିହାରୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.