Take a fresh look at your lifestyle.

ନବନିର୍ମାଣ କୃଷକ ସଂଗଠନ ତରଫରୁ ରାଜ୍ୟବ୍ୟାପୀ ଲୋକ ସଂପର୍କ ଅଭିଯାନ

0 1

Get real time updates directly on you device, subscribe now.

ଢେଙ୍କାନାଳ: ନବନିର୍ମାଣ କୃଷକ ସଂଗଠନ ତରଫରୁ ଅକ୍ଷୟତୃତୀୟା ରୁ ଆରମ୍ଭ ହେଇଥିବା ଏକ ରାଜ୍ୟବ୍ୟାପୀ ଲୋକ ସମ୍ପର୍କ ଅଭିଯାନ ଢେଙ୍କାନାଳ ଜିଲ୍ଲା ରେ ଆଜି ଆସି ପହଞ୍ଚିଥିଲା । ଅଶ୍ୱିନୀ କୁମାର ଜିଲ୍ଲା ପ୍ରଭାରୀ ଙ୍କ ନେତୃତ୍ୱ ରେ ମେରାମୁଣ୍ଡଳି ଭୂଷଣ ପାଖରୁ ସ୍ୱାଗତ ସମ୍ବର୍ଦ୍ଧନା ସହ ନବନିର୍ମାଣ କୃଷକ ସଂଗଠନ ର ଅଭିଯାନ କୁ ପାଛୋଟି ଆଣିଥିଲେ ଏବଂ ବିଭିନ୍ନ ସ୍ଥାନ ରେ ସ୍ୱାଗତ ସହ ଜୋରଦାର ଭାବେ ଅଭିଯାନ କୁ ଆଗକୁ ବଢ଼େଇଥିଲେ ।

ସଂଗଠନ ର ମୁଖ୍ୟ ଅକ୍ଷୟ କୁମାର କହିଥିଲେ ବାରବର୍ଷର ଆନେ୍ଦାଳନ ଭିତରେ ସରକାର ଚାଷୀ ଙ୍କ ଦାବି ଶୁଣିବା ପାଇଁ ନାରାଜ ଅଛନ୍ତି । ଚାଷୀ ଭୁବନେଶ୍ୱର ଚାରି ଚାରି ଥର ଯିବା ପାଇଁ ଚାଲି ଚାଲି ଆସିଥିବା ବେଳେ ସରକାର ପୋଲିସ ଲଗେଇ ଆମକୁ ଆରେଷ୍ଟ କରି ଆନେ୍ଦାଳନକୁ ଭଙ୍ଗ କରିଛନ୍ତି ।

ସେଥିପାଇଁ ଆଗାମୀ ସରକାର ଚାଷୀ ସରକାର ବୋଲି ଅକ୍ଷୟ କୁମାର ଆହ୍ୱାନ ଦେଇ ଅମଲାପଡା ଶିବ ମନ୍ଦିର ଢେଙ୍କାନାଳ ଟାଉନ ରେ ଏକ ବୈଠକ ଦ୍ୱାରା ପ୍ରକାଶ କରିଛନ୍ତି ଏବଂ ଗୋଟେ ରାଲି ମେରାମୁଣ୍ଡଳି ରୁ ବାହାରିଥିଲା ପ୍ରାୟ ୫୦ ରୁ ଅଧିକ ଚାରି ଚକିଆ ଯାନ ଆସି ଚାଷୀ ନେତାଙ୍କୁ ସ୍ୱାଗତ କରି ଢେଙ୍କାନାଳ ରେ ପହଞ୍ଚିଥିଲେ ।

ଆଜିର ସଭାରେ ରାଜ୍ୟ ସଂଯୋଜକ ଶେଷ ଦେବ ନନ୍ଦ , ରାଜ୍ୟ ସହ ସଂଯୋଜକ ଉମାକାନ୍ତ ଭାରତ , ନିମାଇ ରାୟ , ଆଡଭୋକେଟ କ୍ଷୀରୋଦ ରାଉତ , ସାମାଜିକ କର୍ମୀ ରଣଜିତ୍ ପଟ୍ଟନାୟକ , ଧରିତ୍ରୀ ବେହେରା, ପୂର୍ବତନ ବିଧାୟକ ,ନବୀନ ନନ୍ଦ, ରେବତୀ ବେହେରା , କୈଳାଶ ନାୟକ,ପ୍ରହଲ୍ଲାଦ ସାହୁ , ସୁଧାକର ପରିଡ଼ା, ସିଦ୍ଧାର୍ଥ ସ୍ୱାଇଁ, ଦୁର୍ଗା ଚରଣ ସ୍ୱାଇଁ ,ଲକ୍ଷ୍ମୀଧର ପ୍ରଧାନ , ଡକ୍ଟର କୁଳମଣି, ଦେବୀ ପ୍ରସାଦ ମହାରଣା,ଚନ୍ଦ୍ରଶେଖର ବରାଳ ପ୍ରମୁଖ ଯୋଗଦେଇଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.