Take a fresh look at your lifestyle.

ବ୍ଲକସ୍ତରୀୟ ଏଫ୍ଏଲ୍ଏନ୍ ହଵ୍ ଉଦଘାଟନ ଓ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ

0 9

ପୁରୀ : ସମଗ୍ର ଶିକ୍ଷା, ପୁରୀ ଆନୁକୂଲ୍ୟରେ ଶୁକ୍ରବାର ଗୋପ ଵ୍ଲକ୍ ପକ୍ଷରୁ ଏରଵଙ୍ଗ ନୋଡାଲ ହାଇସ୍କୁଲ ପରିସରରେ ବ୍ଲକସ୍ତରୀୟ ‘ମୌଳିକ ସାକ୍ଷରତା ସଂଖ୍ୟାଜ୍ଞାନ(ଏଫ୍ଏଲ୍ଏନ୍) ହବ୍’ ଉଦ୍ଘାଟିତ ହୋଇଯାଇଛି।

ଏହି ଅବସରରେ ଵ୍କକସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀର ଆୟୋଜନ କରାଯିଵା ସହିତ ୪ଟି କ୍ଲଷ୍ଟରକୁ ପୁରସ୍କୃତ କରାଯାଇଥିଲା।

ପୁରୀ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ(ଡାଏଟ୍)ର ଅଧ୍ୟକ୍ଷ ଡକ୍ଟର ସନ୍ତୋଷ କୁମାର ପରିଡ଼ା ମୁଖ୍ୟ ଅତିଥିରୂପେ ଯୋଗଦେଇ ଏଫ୍ଏଲ୍ଏନ୍ ହଵକୁ ଉଦଘାଟନ କରିଵା ସହିତ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ ପରିଦର୍ଶନ କରିଥିଲେ।

ଇତି ପୂର୍ବରୁ ଵ୍ଲକସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀକୁ ଗୋପ ବିଇଓ ସୁଶୀଳ କୁମାର ବ୍ରହ୍ମା ଓ ଏରଵଙ୍ଗ ନୋଡାଲ ହାଇସ୍କୁଲ ପ୍ରଧାନଶିକ୍ଷୟିତ୍ରୀ ସଂଗୀତା ମଲ୍ଲିକ ଉଦଘାଟନ କରିଥିଲେ।

ଏହି ଅବସରରେ ଗୋପ ବ୍ଲକ ଶିକ୍ଷାଧିକାରୀ ସୁଶୀଳ କୁମାର ବ୍ରହ୍ମାଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଡକ୍ଟର ପରିଡ଼ା କାର୍ଯ୍ୟକ୍ରମରେ ଉପସ୍ଥିତ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ଉଦବୋଧନ ଦେଇ କହିଥିଲେ ଯେ, ପ୍ରାରମ୍ଭିକ ଶ୍ରେଣୀର ଶିଶୁମାନଙ୍କ ଶିକ୍ଷଣ ସମୃଦ୍ଧିରେ ଏହି ହଵ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ।

ଏହି ପରିପ୍ରେକ୍ଷୀରେ ଡାଏଟ୍ ଅଧ୍ୟକ୍ଷ ଡକ୍ଟର ପରିଡ଼ା ଏଫ୍ଏଲ୍ଏନ୍ ହଵ୍’ ର ଆବଶ୍ୟକତା, ରୂପରେଖ ଓ ବ୍ୟାବହାରିକ ଦିଗ ସଂପର୍କରେ ଵିଶଦ ଆଲୋଚନା କରିଥିଲେ।

ସମ୍ମାନୀତ ଅତିଥିରୂପେ ଡାଏଟର ଶିକ୍ଷକ ପ୍ରଶିକ୍ଷକ ଜସ୍ମିନ୍ ପଟ୍ଟନାୟକ ଯୋଗଦେଇ ଉଦବଧନ ଦେଵା ସହିତ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଆଧାରିତ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀରେ ଗୋପ ବ୍ଲକର ୨୦ଟି କ୍ଲଷ୍ଟର ପକ୍ଷରୁ ପ୍ରଦର୍ଶିତ ଶିକ୍ଷଣ ସାମଗ୍ରୀଗୁଡିକର ମୂଲ୍ୟାଙ୍କନ କରିଥିଲେ।

ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବୀରତୁଙ୍ଗ ସରପଞ୍ଚ ଶୁଚିସ୍ମିତା ଦାସ, ଏଵିଇଓ ତଥା ଵିଆରସିସି ବେଣୁଧର ମଲ୍ଲିକ, ଏଵିଇଓ ବିଳାସିନୀ ମଲ୍ଲ ଓ ଏଵିଇଓ ଅଶୋକ କୁମାର ବେହେରା ଉପସ୍ଥିତ ଥିଲେ।

ବ୍ଲକସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀରେ ସାରଡା ୟୁଜିୟୁପି ସ୍କୁଲ କ୍ଲଷ୍ଟର ପ୍ରଥମ, ଭୈରବ ନୋଡାଲ ଉପ୍ରା ସ୍କୁଲ କ୍ଲଷ୍ଟର ଦ୍ୱିତୀୟ ଏବଂ ନୀଳକଣ୍ଠେଶ୍ଵର ନୋଡାଲ ୟୁପିଏସ କ୍ଲଷ୍ଟର ଓ ଲାଲ୍ ବାହାଦୁର ୟୁପିଏସ୍ କ୍ଲଷ୍ଟର ଯୁଗ୍ମ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ।

ଏହି ଅବସରରେ ଭୈରବ ନୋଡାଲ ୟୁପିଏସ କ୍ଲଷ୍ଟର ପକ୍ଷରୁ ସିଆରସିସି ରବୀନ୍ଦ୍ରନାଥ ବାହିନୀପତି, ପ୍ରଧାନଶିକ୍ଷକ ସମ୍ରାଟ ଭଞ୍ଜ ଭୋଇ, ସ୍ମରଜିତ୍ ସେନ୍, ଵାନାମ୍ଵର ବେହେରା, ଶକୁନ୍ତଳା କେଶରୀ, ଜିତେନ୍ଦ୍ର କାଣ୍ଡି ପ୍ରମୁଖ ମୁଖ୍ୟ ଅତିଥି ଡାଏଟ୍ ଅଧ୍ୟକ୍ଷ ଡକ୍ଟର ସନ୍ତୋଷ କୁମାର ପରିଡ଼ାଙ୍କଠାରୁ ପ୍ରମାଣପତ୍ର ଗ୍ରହଣ କରିଥିଲେ।

ଏହି ଅବସରରେ ଏଫ୍ଏଲ୍ଏନ୍ ହଵ୍’ ର ରୂପରେଖ ପ୍ରସ୍ତୁତିରେ ପ୍ରମୁଖ ଭୂମିକା ନିର୍ବାହ କରିଥିଵା ଗୋପ ବ୍ଲକ ତଥା ପୁରୀ ଜିଲ୍ଲାର କୃତଵିଦ୍ୟ ଶିକ୍ଷକ ସରୋଜ କୁମାର ମିଶ୍ରଙ୍କୁ ଡାଏଟ୍ ଅଧ୍ୟକ୍ଷ ସମ୍ବର୍ଦ୍ଧନା ଜଣାଇଥିଲେ।

ଏହି କାର୍ଯ୍ୟକ୍ରମକୁ ବୀରତୁଙ୍ଗ ସିଆରସିସି କିଶୋର କୁମାର ମାଝୀ, ସିଆରସିସି ରବୀନ୍ଦ୍ରନାଥ ବାହିନୀପତି, ସିଆରସିସି ଲିଙ୍ଗରାଜ ସ୍ୱାଇଁ, ସିଆରସିସି ଦେବାଶିଷ ପ୍ରଧାନ ଓ ଶିକ୍ଷକ ଶିଵନାରାୟଣ ସେନାପତି ପରିଚାଳନା କରିଥିଲେ।

- Advertisement -

Leave A Reply

Your email address will not be published.