Take a fresh look at your lifestyle.

ସୁବୀର ଘୋଷଙ୍କ ପୁସ୍ତକ ‘ନିଉ ଏଜ୍‍ ପବ୍ଲିକ୍‍ ରିଲେସନ୍ସ’ ଉନ୍ମୋଚିତ

0 13

Get real time updates directly on you device, subscribe now.

ଢେଙ୍କାନାଳ: ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି), ଢେଙ୍କାନାଳରେ ପାଳିତ ଜାତୀୟ ପ୍ରେସ୍‍ ଦିବସ ଅବସରରେ ସୁଲେଖକ ତଥା ଶିକ୍ଷାବିତ ସୁବୀର ଘୋଷଙ୍କ ନୂଆ ଇଂରାଜୀ ପୁସ୍ତକ ‘ନିଉ ଏଜ୍‍ ପବ୍ଲିକ୍‍ ରିଲେସନ୍ସ’ ଉନ୍ମୋଚିତ ହୋଇଛି । ପୁସ୍ତକକୁ ଉନ୍ମୋଚିତ କରିଛନ୍ତି ଆଇଆଇଏମ୍‍ସି, ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ ।

ପୁସ୍ତକର ଲେଖକ ଶ୍ରୀ ଘୋଷ କହିଛନ୍ତି, ଏହି ପୁସ୍ତକଟି ବିଂଶ ଶତାବ୍ଦୀ ଏବଂ ଏକବିଂଶ ଶତାବ୍ଦୀ ମଧ୍ୟରେ ଥିବା ଦୂରତ୍ୱକୁ କମାଇବା ପାଇଁ ଏକ ସେତୁ ଭଳି କାର୍ଯ୍ୟ କରିବ । ଏକବିଂଶ ଶତାବ୍ଦୀରେ ସମଗ୍ର ବିଶ୍ୱରେ ବିଭିନ୍ନ କ୍ଷେତ୍ରରେ ଏକ ବ୍ୟାପକ ପରିବର୍ତ୍ତନ ହୋଇଛି ।

ବିଶେଷତଃ ଗତ ତିନି ଦଶନ୍ଧି ମଧ୍ୟରେ ଜନମତଠାରୁ ଆରମ୍ଭ କରି ଲୋକସମ୍ପର୍କ ତଥା ଏହାର ବିଭିନ୍ନ ଦିଗ ବଦଳିଛି । ବର୍ତ୍ତମାନ ପରିପ୍ରେକ୍ଷୀରେ ଲୋକସମ୍ପର୍କ କିଭଳି ହେବା ଦରକାର, ସରକାରୀ କ୍ଷେତ୍ରରେ ଏବଂ ଘରୋଇ କ୍ଷେତ୍ରରେ ଲୋକସମ୍ପର୍କର ବିଭିନ୍ନ କାର୍ଯ୍ୟାବଳୀ, କଳା ଓ କୌଶଳ ଆଦିର ଆଲୋଚନା ଏ ପୁସ୍ତକରେ ହୋଇଛି ।

ଏଣୁ ଏହି ପୁସ୍ତକଟି ବ୍ୟାବହାରିକ କ୍ଷେତ୍ରରେ ଅନେକ ସହାୟକ ହୋଇପାରିବ । ବିଶେଷକରି ଲୋକସମ୍ପର୍କ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତି, ଲୋକସମ୍ପର୍କ ତଥା ସାମ୍ବାଦିକତା ପାଠ୍ୟକ୍ରମର ଶିକ୍ଷାର୍ଥୀଙ୍କୁ ଏହା ବିଶେଷ ସହଯୋଗ କରିପାରିବ ବୋଲି ସେ ପ୍ରକାଶ କରିଛନ୍ତି ।

ପୁସ୍ତକଟିକୁ ପ୍ରକାଶିତ କରିଛି କୋଲକାତାର ସାହିତ୍ୟ ସଂସଦ । ୩୧୬ ପୃଷ୍ଠାର ଏହି ପୁସ୍ତକରେ ୨୪ଟି ଅଧ୍ୟାୟ ଏବଂ ଶବ୍ଦାବଳୀ ଇତ୍ୟାଦି ଅଛି । ଏଥିରେ ଲୋକସମ୍ପର୍କର ସଂଜ୍ଞା, ଇତିହାସ, ବିଭିନ୍ନ ମାଧ୍ୟମରେ କିଭଳି ଲୋକସମ୍ପର୍କ କାର୍ଯ୍ୟ କରେ, ବିପତ୍ତି ପରିଚାଳନା, କର୍ପୋରେଟ୍‍ ସାମାଜିକ ଦାୟିତ୍ୱ (ସିଏସ୍‍ଆର୍‍) ଇତ୍ୟାଦି ବିଷୟରେ ଅଧ୍ୟାୟମାନ ରହିଛି ।

 ଏହାଛଡ଼ା ଲୋକସମ୍ପର୍କର ମାଧ୍ୟମଗୁଡ଼ିକ ସମ୍ପର୍କରେ ବିସ୍ତାରିତ ଆଲୋଚନା କରାଯାଇଛି । ସେହିପରି ଲୋକସମ୍ପର୍କର ବ୍ୟାବହାରିକ ଦିଗ ଯେମିତି କୌଣସି କ୍ୟାମ୍ପେନ ପ୍ଲାନିଂ, ଗବେଷଣା, ଇଭେଣ୍ଟ ମ୍ୟାନେଜମେଣ୍ଟ ଇତ୍ୟାଦି ବିଷୟରେ ମଧ୍ୟ ଏ ପୁସ୍ତକରେ ଉଲ୍ଳେଖ ରହିଛି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.