Take a fresh look at your lifestyle.

ଖିଲାଫତେ ଅହମଦିୟାର ସଂକ୍ଷିପ୍ତ ପରିଚୟ

(୧୧୪ତମ ଖିଲାଫତ ଦିବସ ଉପଲକ୍ଷେ ବିଶେଷ ପ୍ରସ୍ତୁତି)

0 241

Get real time updates directly on you device, subscribe now.

✍? ମୌଲବୀ ଶେଖ୍ ଇସହାକ୍

ଇସଲାମର ସଂସ୍ଥାପକ ପବିତ୍ର ଅବତାର ହଯରତ ମୁହମ୍ମଦ୍ ସ. ଅ. ସ. ମୁସଲମାନଙ୍କ ସମ୍ବନ୍ଧରେ ଈଶ୍ୱରଙ୍କ ନିକଟରୁ ଯେଉଁ ଭବିଷ୍ୟତବାଣୀମାନ ପ୍ରାପ୍ତ କରିଥିଲେ, ସେଥିମଧ୍ୟରୁ ଗୋଟିଏ ଏହା ଥିଲା ଯେ ଭବିଷ୍ୟତରେ ମୁସଲମାନ ମାନଙ୍କ ହୃଦୟରୁ ଧର୍ମବିଶ୍ଵାସ ଲୋପପାଇଯିବ। ମୁସଲମାନମାନେ ବିଶ୍ୱାସ ( ଈମାନ୍) ର ଆଲୋକରୁ ଦୂରେଇଯିବେ । ଧର୍ମ ଭାବନା ସୁଦୂର ସୂରେୟା ନକ୍ଷତ୍ର ( ସପ୍ତର୍ଷିମଣ୍ଡଳ) କୁ ଚାଲିଯିବ। ଉକ୍ତ ସମୟରେ ପାରସୀ ବଂଶଜ ଜଣେ ବ୍ୟକ୍ତି ତାହାକୁ ପୁନର୍ବାର ଧରାପୃଷ୍ଠକୁ ଫେରାଇ ଆଣିବେ। [ ସହୀ ବୁଖାରୀ ; କିତାବୁତ୍ ତଫ୍-ସୀର୍, ସୂରତୁଲ୍-ଜୁମୁଅ ]

ସେହିପରି ସେ କହିଥିଲେ କେବଳ ଇସଲାମର ନାମ ଓ ପବିତ୍ର କୁର୍-ଆନ୍ ର ଅକ୍ଷରମାନ ମାତ୍ର ରହିଯିବ। ଦେଖିବାକୁ ମସଜିଦ ତ ଥିବ କିନ୍ତୁ ଧର୍ମୋପଦେଶର ଆଲୋକ ( ହିଦାୟତ୍) ରୁ ରହିତ ଥିବ ଏବଂ ମୁସଲମାନଙ୍କ ଧର୍ମଗୁରୁମାନେ ଧରାପୃଷ୍ଠରେ ଅତି ନୀଚ ସ୍ତରର ପ୍ରାଣୀ ହେବେ। [ ମିଶ୍-କାତ୍ ; କିତାବୁଲ୍ ଇଲମ୍ ] ଏହା ସହିତ ମହାପୁରୁଷ ମୁହମ୍ମଦ୍ ସ. ଅ. ସ. ଏକ ଶୁଭ ସୂଚନା ମଧ୍ୟ ଦେଇଥିଲେ ଯେ ଜଗତରେ ବାସ୍ତବିକ ଇସଲାମୀ ଶିକ୍ଷାର ପ୍ରଚାର ଓ ପ୍ରସାର ତଥା ଲୋକମାନଙ୍କ ହୃଦୟରେ ପୁନଶ୍ଚ ବିଶ୍ୱାସ ( ଈମାନ୍) ର ଜ୍ୟୋତି ପ୍ରଜ୍ଵଳିତ କରିବା ସକାଶେ ଏବଂ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଦେଖାଦେଇଥିବା ଆବିଳତାକୁ ଦୂରକରି ଉଭୟଙ୍କ ମଧ୍ୟରେ ସୁନ୍ଦର , ସୁଦୃଢ଼ ଓ ଶୁଦ୍ଧତାର ସମ୍ପର୍କ ସ୍ଥାପନ କରିବା ପାଇଁ ଅଙ୍ଗୀକୃତ ମସିହ ( ଈମାମ୍ ମେହେଦୀ) ଙ୍କ ଆଗମନ ହେବ। ଏହା ମଧ୍ୟ ଭବିଷ୍ୟତବାଣୀ ଥିଲା ଯେ ଅଙ୍ଗୀକୃତ ମସିହଙ୍କ ଦେହାନ୍ତ ପରେ ତାଙ୍କ ଅନ୍ତେ ଉକ୍ତ ପବିତ୍ର କର୍ମକୁ ଜାରି ରଖିବା ପାଇଁ ଅବସାରିତ ଖିଲାଫତେ ରାଶଦା [ ମୁହମ୍ମଦ୍ ସ. ଅ. ସ. ଙ୍କ ପରେ ସ୍ଥାପିତ ଉତ୍ତରାଧିକାର ବ୍ୟବସ୍ଥା ] ପରେ ଏକ ସ୍ଥାୟୀ ଉତ୍ତରାଧିକାରୀ ଅର୍ଥାତ୍ ଖୀଲାଫତ୍ ବ୍ୟବସ୍ଥାର ଶୁଭାରମ୍ଭ ହେବ।

ଅହମଦିୟା ମୁସଲିମ୍ ଜମାତର ସିଦ୍ଧାନ୍ତ ଅନୁଯାୟୀ ଅଲ୍ଲାଃ ହଯରତ୍ ମିର୍ଜା ଗୁଲାମ ଅହମଦ୍ କାଦିୟାନୀ ଙ୍କୁ ହିଁ ମସିହ ଓ ମେହେଦୀ କରି ପ୍ରେରଣ କରିଛନ୍ତି। ସୁତରାଂ ସେ ଘୋଷଣାକରି କହିଲେ ” ପରମେଶ୍ଵର ଦିବ୍ୟବାଣୀ ଦ୍ଵାରା ମୋତେ ଜଣାଇଛନ୍ତି ଯେ ମୁଁ ସେହିସବୁ ତୃଟିପୂର୍ଣ୍ଣ କଳୁଷିତ ଧାରଣାକୁ ଦୂର କରି ଇସଲାମର ଅସଲ ରୁପ ଓ ପରିଚୟକୁ ପୁନର୍ବାର ଧରାପୃଷ୍ଠରେ ଅବସ୍ଥାପିତ କରିବି।
(ଅହମ୍ମଦି ଓ ଅଣ ଅହମ୍ମଦିଙ୍କ ମଧ୍ୟରେ ପାର୍ଥକ୍ୟ କ’ଣ ପୃଷ୍ଠା ୧୬)
ପ୍ରକାଶ ଥାଉକି ଏହି ମହତ୍ ଉଦ୍ଦେଶ୍ୟରେ ଭାରତ ବର୍ଷର ପ୍ରସିଦ୍ଧ ଆଧ୍ୟାତ୍ମିକ ମୁସଲିମ୍ ସନ୍ଥ ହଯରତ ମିର୍ଯା ଗୁଲାମ ଅହମଦ୍ କାଦିୟାନୀ (୧୮୩୫-୧୯୦୮) ଙ୍କ ଦ୍ୱାରା ୧୮୮୯ ମସିହା ମାର୍ଚ୍ଚ ମାସ ୨୩ ତାରିଖ ଦିନ ଲୁଧିଆନା ଠାରେ ଏକ ସମ୍ପ୍ରଦାୟର ଭିତ୍ତି ସ୍ଥାପନ କରାଯାଇଥିଲା । ପରବର୍ତ୍ତୀ ସମୟରେ ଏହାର ନାମ ” ଅହମଦିୟା ମୁସଲିମ୍ ସମ୍ପ୍ରଦାୟ ” ରଖାଗଲା। ଅହମଦିୟତ୍ ପ୍ରତିଷ୍ଠା କରାଯିବାର ମୁଖ୍ୟ ଉଦ୍ଦେଶ୍ୟ ଇସଲାମ ଧର୍ମର ବାସ୍ତବ ରୂପକୁ ଅଧିକ ସୁନ୍ଦର ଭାବେ ସଂସାର ସମ୍ମୁଖରେ ରଖିବା। ଏହାର ମୂଳ ଲକ୍ଷ୍ୟ ଇସଲାମ ଶାନ୍ତି ଓ ନିରାପତ୍ତାର ଧର୍ମ ବୋଲି ମାନବ ସମାଜକୁ ବୁଝାଇବା।

ଖିଲାଫତ୍ (successorship) ଗୋଟିଏ ଆରବୀ ଶବ୍ଦ ଯାହାର ଅର୍ଥ ହେଉଛି ଉତ୍ତରାଧିକାରୀ। ନବୀ ରସୂଲ ତଥା ଅବତାରଙ୍କର ଦେହାବସାନ ପରେ ସେମାନଙ୍କ ଆଧ୍ୟାତ୍ମିକ କାର୍ଯ୍ୟକୁ ସୂଚାରୁ ଏବଂ ସାବଲୀଳ ଭଙ୍ଗୀରେ ପରିଚାଳନା କରିବା ପାଇଁ ଯେଉଁ ଆଧ୍ୟାତ୍ମିକ ବ୍ୟକ୍ତିବିଶେଷ ତାଙ୍କ ଲକ୍ଷ୍ୟ ବା ମିଶନକୁ ଆଗକୁ ଅଗ୍ରସର କରାଇଥାନ୍ତି ତାଙ୍କୁ ଖଲିଫା କୁହାଯାଏ। ଅଙ୍ଗୀକୃତ ମସିହ ଓ ଇମାମ୍ ମେହଦୀ ହଯରତ ମିର୍ଯା ଗୁଲାମ ଅହମଦ୍ କାଦିୟାନୀ, ସଂସ୍ଥାପକ ଅହମଦିୟା ମୁସଲିମ୍ ଜମାତଙ୍କ ଦେହାନ୍ତ ପରେ ମହାପୁରୁଷ ମୁହମ୍ମଦ୍ ସ. ଅ. ସ. ଙ୍କ ଭବିଷ୍ୟତ ବାଣୀ ଅନୁଯାୟୀ ଜମାଅତ୍ -ଏ-ଅହମଦିୟା ରେ ୨୭ ମଇ ୧୯୦୮ ମସିହାରେ ଖିଲାଫତେ ଅହମଦିୟାର ପ୍ରଥା ଅର୍ଥାତ୍ successorship ର ଶୁଭାରମ୍ଭ ହୋଇଥିଲା। ଏ ସନ୍ଦର୍ଭରେ ଅଙ୍ଗୀକୃତ ମସିହ ଓ ଇମାମ୍ ମେହଦୀ ହଯରତ ମିର୍ଯା ଗୁଲାମ ଅହମଦ୍ କାଦିୟାନୀ ତାଙ୍କର ପୁସ୍ତକ ଅଲ୍-ୱସିୟତ୍ ( ଇଚ୍ଛାପତ୍ର) ମାଧ୍ୟମରେ ଉଲ୍ଲେଖ କରିଛନ୍ତି।

ହଯରତ୍ ମିର୍ଯା ଗୁଲାମ ଅହମଦ୍ କାଦିୟାନୀଙ୍କ ଦେହାନ୍ତ ପରେ ମୌଲଵୀ ହକୀମ୍ ନୂରୁଦ୍ଦୀନ୍ ସାହେବ ପ୍ରଥମ ଖଲିଫା ଭାବେ ନିର୍ବାଚିତ ହୋଇଥିଲେ। ଏବଂ ୨୭ ମଇ ୧୯୦୮ ରୁ ୧୩ ମାର୍ଚ୍ଚ ୧୯୧୪ ମସିହା ପର୍ଯ୍ୟନ୍ତ କାର୍ଯ୍ୟ ସମ୍ପାଦନ କରିଥିଲେ ।ଆପଣଙ୍କ ଦେହାବସାନ ପରେ ହଯରତ୍ ମିର୍ଯା ବଶୀରୁଦ୍ଦୀନ୍ ମହମୂଦ୍ ଅହମଦ୍ ୧୪ ମାର୍ଚ୍ଚ ୧୯୧୪ ଠାରୁ ୮ ନଭେମ୍ବର ୧୯୬୫ ମସିହା ପର୍ଯ୍ୟନ୍ତ ଜମାତ ଅହମଦିୟାର ଦ୍ଵିତୀୟ ଉତ୍ତରାଧିକାରୀ ବା ଖଲିଫା ରୂପେ କାର୍ଯ୍ୟ ବହନ କରିଥିଲେ।
ଦ୍ବିତୀୟ ଖଲିଫାଙ୍କ ଦେହାନ୍ତ ପରେ ତୃତୀୟ ଖିଲାଫତର ଶୁଭାରମ୍ଭ ହୋଇଥିଲା ଏବଂ ହଯରତ ମିର୍ଯା ନାସେର୍ ଅହମଦ୍ ଜମାତର ତୃତୀୟ ଖଲିଫା ଭାବେ ଅଧିଷ୍ଠିତ ହୋଇଥିଲେ। ଏବଂ ୯ ନଭେମ୍ବର ୧୯୬୫ ଠାରୁ 9 ଜୁନ୍ ୧୯୮୨ ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ତୃତୀୟ ଖଲିଫାଙ୍କ ପରଲୋକ ପରେ ୧୦ ଜୁନ୍ ୧୯୮୨ ମସିହା ଠାରୁ ୨୧ ଏପ୍ରିଲ୍ ୨୦୦୩ ମସିହା ପର୍ଯ୍ୟନ୍ତ ହଯରତ ମିର୍ଯା ତାହେର ଅହମଦ୍ ଜମାତ ଅହମଦିୟାର ଚତୁର୍ଥ ଖଲିଫା ରୂପେ କାର୍ଯ୍ୟ କରିଥିଲେ। ଚତୁର୍ଥ ଖଲିଫାଙ୍କ ଦେହାବସାନ ପରେ ୨୨ ଏପ୍ରିଲ ୨୦୦୩ ମସିହା ଠାରୁ ହଯରତ ମିର୍ଯା ମସରୂର୍ ଅହମଦ ବର୍ତ୍ତମାନ ସୁଦ୍ଧା ପଞ୍ଚମ ଖଲିଫା ରୂପେ କାର୍ଯ୍ୟ କରି ଆସୁଛନ୍ତି।

ଉଲ୍ଲେଖ ଥାଉକି ୨୭ ମଇ କୁ ପ୍ରତିବର୍ଷ ଅହମଦିୟା ମୁସଲିମ୍ ଜମାତର ଲୋକମାନେ ଖିଲାଫତ୍ ଦିବସ ରୂପେ ସମଗ୍ର ବିଶ୍ବରେ ପାଳନ କରିଆସୁଛନ୍ତି। ଅହମଦୀୟା ମୁସ୍-ଲିମ୍ ଜମାତର ଖଲିଫା ଗଣ ସର୍ବଦା ବିଶ୍ଵରେ ଶାନ୍ତି ପ୍ରତିଷ୍ଠା, ବିଶ୍ଵ ମାନବ ପ୍ରିତି, ତଥା ସଦ୍ଭାବନା ଓ ଭ୍ରାତୃଭାବର ସ୍ନେହାପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ପାଇଁ ଅହମଦୀ ତଥା ବିଶ୍ବବାସୀଙ୍କୁ ସଦା-ଆହ୍ଵାନ କରିଆସୁଛନ୍ତି। ଏହି ପରିପ୍ରେକ୍ଷୀରେ ଅହମଦିୟା ମୁସଲିମ୍ ସମ୍ପ୍ରଦାୟର ଦ୍ଵିତୀୟ ଖଲିଫା ହଯରତ୍ ମିର୍ଯା ବଶୀରୁଦ୍ଦୀନ୍ ମହମୂଦ୍ ଅହମଦ୍ ମାନବ ଜାତି ପ୍ରତି ପ୍ରେମ ପ୍ରକଟ କରି ଏକ କବିତାରେ କହିଛନ୍ତି -:
ବତାଉଁ ତୁମ୍ହେଁ କ୍ୟା କେ କ୍ୟା ଚାହତା ହୂଁ
ହୂଁ ବନ୍ଦା ମଗର୍ ମୈଁ ଖୁଦା ଚାହତା ହୂଁ
ମୁଝେ ବୈର୍ ହର୍-ଗିଯ୍ ନହୀଁ ହୈ କିସୀସେ
ମୈଁ ଦୁନିୟା ମେଁ ସବ୍ କା ଭଲା ଚାହତା ହୂଁ
ଅହମଦିୟା ମୁସଲିମ୍ ଜମାତର ତୃତୀୟ ଖଲିଫା ହଯରତ୍ ମିର୍ଯା ନାସେର୍ ଅହମଦ୍ ସାହେବ ବିଶ୍ଵ ମାନବ ପ୍ରତି ପ୍ରେମ ଓ ସଦ୍ଭାବନାର ଉଚ୍ଛସିତ ଭାବନା ବ୍ୟକ୍ତ କରି ନିଜ ସମ୍ପ୍ରଦାୟକୁ ଏହି ସ୍ଳୋଗାନ ଦେବାପାଇଁ ଆହ୍ବାନ ଜଣାଇଥିଲେ।
Love for all , hatred for none
ପ୍ରେମ ସଭିଙ୍କ ପାଇଁ, ଘୃଣା କାହାକୁ ନାହିଁ

ବିଶ୍ଵବ୍ୟାପ୍ତ ଅହମଦିୟା ମୁସଲିମ୍ ସମ୍ପ୍ରଦାୟର ବର୍ତ୍ତମାନ ଖଲିଫା ହଯରତ୍ ମିର୍ଯା ମସରୂର୍ ଅହମଦ ସାହେବ ଜମାତକୁ ଉପଦେଶ ଦେଇ ଏହି ନୀତିବାକ୍ୟ ଘୋଷଣା କରିଛନ୍ତି _ Love for honesty, hatred for dishonesty. ଆଜିର ଏହି ପବିତ୍ର ଖିଲାଫତ୍ ଦିବସ ପାଳନ ଅବସରରେ, ଈଶ୍ବରଙ୍କ ନିକଟରେ ଆମର ଏତିକି ପ୍ରାର୍ଥନା ଯେ, ଈଶ୍ବର ଆମ ସମସ୍ତଙ୍କୁ ଇସଲାମର ବାସ୍ତବିକତାକୁ ହୃଦୟଙ୍ଗମ କରିବାର ସାମର୍ଥ୍ୟ ପ୍ରଦାନ କରନ୍ତୁ। ନିଜ ପରମ ସ୍ରଷ୍ଟାଙ୍କ ଉପରେ ବିଶ୍ୱାସ ଅତୁଟ ରହୁ। ଅଲ୍ଲାହ ପରମ୍ ବ୍ରହ୍ମଙ୍କ ପ୍ରତି ନିଷ୍ଠା ଓ ଭକ୍ତିଭାବ ଅଧିକ ଗଭୀର ହେଉ। ମାନବ ଜାତି ପ୍ରତି ଆନ୍ତରିକ ସହାନୁଭୂତି ପ୍ରଦର୍ଶନ କରିବାର ସୌଭାଗ୍ୟ ଲାଭ କରି ଆମମାନଙ୍କ ଜୀବନ ସାର୍ଥକ ହେଉ। ।।ଆମୀନ୍।।ଜ୍ଵଳିତ କରିବା ସକାଶେ ଏବଂ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଦେଖାଦେଇଥିବା ଆବିଳତାକୁ ଦୂରକରି ଉଭୟଙ୍କ ମଧ୍ୟରେ ସୁନ୍ଦର , ସୁଦୃଢ଼ ଓ ଶୁଦ୍ଧତାର ସମ୍ପର୍କ ସ୍ଥାପନ କରିବା ପାଇଁ ଅଙ୍ଗୀକୃତ ମସିହ ( ଈମାମ୍ ମେହେଦୀ) ଙ୍କ ଆଗମନ ହେବ। ଏହା ମଧ୍ୟ ଭବିଷ୍ୟତବାଣୀ ଥିଲା ଯେ ଅଙ୍ଗୀକୃତ ମସିହଙ୍କ ଦେହାନ୍ତ ପରେ ତାଙ୍କ ଅନ୍ତେ ଉକ୍ତ ପବିତ୍ର କର୍ମକୁ ଜାରି ରଖିବା ପାଇଁ ଅବସାରିତ ଖିଲାଫତେ ରାଶଦା [ ମୁହମ୍ମଦ୍ ସ. ଅ. ସ. ଙ୍କ ପରେ ସ୍ଥାପିତ ଉତ୍ତରାଧିକାର ବ୍ୟବସ୍ଥା ] ପରେ ଏକ ସ୍ଥାୟୀ ଉତ୍ତରାଧିକାରୀ ଅର୍ଥାତ୍ ଖୀଲାଫତ୍ ବ୍ୟବସ୍ଥାର ଶୁଭାରମ୍ଭ ହେବ।
ଅହମଦିୟା ମୁସଲିମ୍ ଜମାତର ସିଦ୍ଧାନ୍ତ ଅନୁଯାୟୀ ଅଲ୍ଲାଃ ହଯରତ୍ ମିର୍ଜା ଗୁଲାମ ଅହମଦ୍ କାଦିୟାନୀ ଙ୍କୁ ହିଁ ମସିହ ଓ ମେହେଦୀ କରି ପ୍ରେରଣ କରିଛନ୍ତି। ସୁତରାଂ ସେ ଘୋଷଣାକରି କହିଲେ ” ପରମେଶ୍ଵର ଦିବ୍ୟବାଣୀ ଦ୍ଵାରା ମୋତେ ଜଣାଇଛନ୍ତି ଯେ ମୁଁ ସେହିସବୁ ତୃଟିପୂର୍ଣ୍ଣ କଳୁଷିତ ଧାରଣାକୁ ଦୂର କରି ଇସଲାମର ଅସଲ ରୁପ ଓ ପରିଚୟକୁ ପୁନର୍ବାର ଧରାପୃଷ୍ଠରେ ଅବସ୍ଥାପିତ କରିବି।
(ଅହମ୍ମଦି ଓ ଅଣ ଅହମ୍ମଦିଙ୍କ ମଧ୍ୟରେ ପାର୍ଥକ୍ୟ କ’ଣ ପୃଷ୍ଠା ୧୬)
ପ୍ରକାଶ ଥାଉକି ଏହି ମହତ୍ ଉଦ୍ଦେଶ୍ୟରେ ଭାରତ ବର୍ଷର ପ୍ରସିଦ୍ଧ ଆଧ୍ୟାତ୍ମିକ ମୁସଲିମ୍ ସନ୍ଥ ହଯରତ ମିର୍ଯା ଗୁଲାମ ଅହମଦ୍ କାଦିୟାନୀ (୧୮୩୫-୧୯୦୮) ଙ୍କ ଦ୍ୱାରା ୧୮୮୯ ମସିହା ମାର୍ଚ୍ଚ ମାସ ୨୩ ତାରିଖ ଦିନ ଲୁଧିଆନା ଠାରେ ଏକ ସମ୍ପ୍ରଦାୟର ଭିତ୍ତି ସ୍ଥାପନ କରାଯାଇଥିଲା । ପରବର୍ତ୍ତୀ ସମୟରେ ଏହାର ନାମ ” ଅହମଦିୟା ମୁସଲିମ୍ ସମ୍ପ୍ରଦାୟ ” ରଖାଗଲା। ଅହମଦିୟତ୍ ପ୍ରତିଷ୍ଠା କରାଯିବାର ମୁଖ୍ୟ ଉଦ୍ଦେଶ୍ୟ ଇସଲାମ ଧର୍ମର ବାସ୍ତବ ରୂପକୁ ଅଧିକ ସୁନ୍ଦର ଭାବେ ସଂସାର ସମ୍ମୁଖରେ ରଖିବା। ଏହାର ମୂଳ ଲକ୍ଷ୍ୟ ଇସଲାମ ଶାନ୍ତି ଓ ନିରାପତ୍ତାର ଧର୍ମ ବୋଲି ମାନବ ସମାଜକୁ ବୁଝାଇବା।
ଖିଲାଫତ୍ (successorship) ଗୋଟିଏ ଆରବୀ ଶବ୍ଦ ଯାହାର ଅର୍ଥ ହେଉଛି ଉତ୍ତରାଧିକାରୀ। ନବୀ ରସୂଲ ତଥା ଅବତାରଙ୍କର ଦେହାବସାନ ପରେ ସେମାନଙ୍କ ଆଧ୍ୟାତ୍ମିକ କାର୍ଯ୍ୟକୁ ସୂଚାରୁ ଏବଂ ସାବଲୀଳ ଭଙ୍ଗୀରେ ପରିଚାଳନା କରିବା ପାଇଁ ଯେଉଁ ଆଧ୍ୟାତ୍ମିକ ବ୍ୟକ୍ତିବିଶେଷ ତାଙ୍କ ଲକ୍ଷ୍ୟ ବା ମିଶନକୁ ଆଗକୁ ଅଗ୍ରସର କରାଇଥାନ୍ତି ତାଙ୍କୁ ଖଲିଫା କୁହାଯାଏ। ଅଙ୍ଗୀକୃତ ମସିହ ଓ ଇମାମ୍ ମେହଦୀ ହଯରତ ମିର୍ଯା ଗୁଲାମ ଅହମଦ୍ କାଦିୟାନୀ, ସଂସ୍ଥାପକ ଅହମଦିୟା ମୁସଲିମ୍ ଜମାତଙ୍କ ଦେହାନ୍ତ ପରେ ମହାପୁରୁଷ ମୁହମ୍ମଦ୍ ସ. ଅ. ସ. ଙ୍କ ଭବିଷ୍ୟତ ବାଣୀ ଅନୁଯାୟୀ ଜମାଅତ୍ -ଏ-ଅହମଦିୟା ରେ ୨୭ ମଇ ୧୯୦୮ ମସିହାରେ ଖିଲାଫତେ ଅହମଦିୟାର ପ୍ରଥା ଅର୍ଥାତ୍ successorship ର ଶୁଭାରମ୍ଭ ହୋଇଥିଲା। ଏ ସନ୍ଦର୍ଭରେ ଅଙ୍ଗୀକୃତ ମସିହ ଓ ଇମାମ୍ ମେହଦୀ ହଯରତ ମିର୍ଯା ଗୁଲାମ ଅହମଦ୍ କାଦିୟାନୀ ତାଙ୍କର ପୁସ୍ତକ ଅଲ୍-ୱସିୟତ୍ ( ଇଚ୍ଛାପତ୍ର) ମାଧ୍ୟମରେ ଉଲ୍ଲେଖ କରିଛନ୍ତି।

ହଯରତ୍ ମିର୍ଯା ଗୁଲାମ ଅହମଦ୍ କାଦିୟାନୀଙ୍କ ଦେହାନ୍ତ ପରେ ମୌଲଵୀ ହକୀମ୍ ନୂରୁଦ୍ଦୀନ୍ ସାହେବ ପ୍ରଥମ ଖଲିଫା ଭାବେ ନିର୍ବାଚିତ ହୋଇଥିଲେ। ଏବଂ ୨୭ ମଇ ୧୯୦୮ ରୁ ୧୩ ମାର୍ଚ୍ଚ ୧୯୧୪ ମସିହା ପର୍ଯ୍ୟନ୍ତ କାର୍ଯ୍ୟ ସମ୍ପାଦନ କରିଥିଲେ ।ଆପଣଙ୍କ ଦେହାବସାନ ପରେ ହଯରତ୍ ମିର୍ଯା ବଶୀରୁଦ୍ଦୀନ୍ ମହମୂଦ୍ ଅହମଦ୍ ୧୪ ମାର୍ଚ୍ଚ ୧୯୧୪ ଠାରୁ ୮ ନଭେମ୍ବର ୧୯୬୫ ମସିହା ପର୍ଯ୍ୟନ୍ତ ଜମାତ ଅହମଦିୟାର ଦ୍ଵିତୀୟ ଉତ୍ତରାଧିକାରୀ ବା ଖଲିଫା ରୂପେ କାର୍ଯ୍ୟ ବହନ କରିଥିଲେ।

ଦ୍ବିତୀୟ ଖଲିଫାଙ୍କ ଦେହାନ୍ତ ପରେ ତୃତୀୟ ଖିଲାଫତର ଶୁଭାରମ୍ଭ ହୋଇଥିଲା ଏବଂ ହଯରତ ମିର୍ଯା ନାସେର୍ ଅହମଦ୍ ଜମାତର ତୃତୀୟ ଖଲିଫା ଭାବେ ଅଧିଷ୍ଠିତ ହୋଇଥିଲେ। ଏବଂ ୯ ନଭେମ୍ବର ୧୯୬୫ ଠାରୁ 9 ଜୁନ୍ ୧୯୮୨ ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ତୃତୀୟ ଖଲିଫାଙ୍କ ପରଲୋକ ପରେ ୧୦ ଜୁନ୍ ୧୯୮୨ ମସିହା ଠାରୁ ୨୧ ଏପ୍ରିଲ୍ ୨୦୦୩ ମସିହା ପର୍ଯ୍ୟନ୍ତ ହଯରତ ମିର୍ଯା ତାହେର ଅହମଦ୍ ଜମାତ ଅହମଦିୟାର ଚତୁର୍ଥ ଖଲିଫା ରୂପେ କାର୍ଯ୍ୟ କରିଥିଲେ। ଚତୁର୍ଥ ଖଲିଫାଙ୍କ ଦେହାବସାନ ପରେ ୨୨ ଏପ୍ରିଲ ୨୦୦୩ ମସିହା ଠାରୁ ହଯରତ ମିର୍ଯା ମସରୂର୍ ଅହମଦ ବର୍ତ୍ତମାନ ସୁଦ୍ଧା ପଞ୍ଚମ ଖଲିଫା ରୂପେ କାର୍ଯ୍ୟ କରି ଆସୁଛନ୍ତି।

ଉଲ୍ଲେଖ ଥାଉକି ୨୭ ମଇ କୁ ପ୍ରତିବର୍ଷ ଅହମଦିୟା ମୁସଲିମ୍ ଜମାତର ଲୋକମାନେ ଖିଲାଫତ୍ ଦିବସ ରୂପେ ସମଗ୍ର ବିଶ୍ବରେ ପାଳନ କରିଆସୁଛନ୍ତି। ଅହମଦୀୟା ମୁସ୍-ଲିମ୍ ଜମାତର ଖଲିଫା ଗଣ ସର୍ବଦା ବିଶ୍ଵରେ ଶାନ୍ତି ପ୍ରତିଷ୍ଠା, ବିଶ୍ଵ ମାନବ ପ୍ରିତି, ତଥା ସଦ୍ଭାବନା ଓ ଭ୍ରାତୃଭାବର ସ୍ନେହାପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ପାଇଁ ଅହମଦୀ ତଥା ବିଶ୍ବବାସୀଙ୍କୁ ସଦା-ଆହ୍ଵାନ କରିଆସୁଛନ୍ତି। ଏହି ପରିପ୍ରେକ୍ଷୀରେ ଅହମଦିୟା ମୁସଲିମ୍ ସମ୍ପ୍ରଦାୟର ଦ୍ଵିତୀୟ ଖଲିଫା ହଯରତ୍ ମିର୍ଯା ବଶୀରୁଦ୍ଦୀନ୍ ମହମୂଦ୍ ଅହମଦ୍ ମାନବ ଜାତି ପ୍ରତି ପ୍ରେମ ପ୍ରକଟ କରି ଏକ କବିତାରେ କହିଛନ୍ତି -:
ବତାଉଁ ତୁମ୍ହେଁ କ୍ୟା କେ କ୍ୟା ଚାହତା ହୂଁ
ହୂଁ ବନ୍ଦା ମଗର୍ ମୈଁ ଖୁଦା ଚାହତା ହୂଁ
ମୁଝେ ବୈର୍ ହର୍-ଗିଯ୍ ନହୀଁ ହୈ କିସୀସେ
ମୈଁ ଦୁନିୟା ମେଁ ସବ୍ କା ଭଲା ଚାହତା ହୂଁ

ଅହମଦିୟା ମୁସଲିମ୍ ଜମାତର ତୃତୀୟ ଖଲିଫା ହଯରତ୍ ମିର୍ଯା ନାସେର୍ ଅହମଦ୍ ସାହେବ ବିଶ୍ଵ ମାନବ ପ୍ରତି ପ୍ରେମ ଓ ସଦ୍ଭାବନାର ଉଚ୍ଛସିତ ଭାବନା ବ୍ୟକ୍ତ କରି ନିଜ ସମ୍ପ୍ରଦାୟକୁ ଏହି ସ୍ଳୋଗାନ ଦେବାପାଇଁ ଆହ୍ବାନ ଜଣାଇଥିଲେ।
Love for all , hatred for none
ପ୍ରେମ ସଭିଙ୍କ ପାଇଁ, ଘୃଣା କାହାକୁ ନାହିଁ

 

ବିଶ୍ଵବ୍ୟାପ୍ତ ଅହମଦିୟା ମୁସଲିମ୍ ସମ୍ପ୍ରଦାୟର ବର୍ତ୍ତମାନ ଖଲିଫା ହଯରତ୍ ମିର୍ଯା ମସରୂର୍ ଅହମଦ ସାହେବ ଜମାତକୁ ଉପଦେଶ ଦେଇ ଏହି ନୀତିବାକ୍ୟ ଘୋଷଣା କରିଛନ୍ତି _ Love for honesty, hatred for dishonesty. ଆଜିର ଏହି ପବିତ୍ର ଖିଲାଫତ୍ ଦିବସ ପାଳନ ଅବସରରେ, ଈଶ୍ବରଙ୍କ ନିକଟରେ ଆମର ଏତିକି ପ୍ରାର୍ଥନା ଯେ, ଈଶ୍ବର ଆମ ସମସ୍ତଙ୍କୁ ଇସଲାମର ବାସ୍ତବିକତାକୁ ହୃଦୟଙ୍ଗମ କରିବାର ସାମର୍ଥ୍ୟ ପ୍ରଦାନ କରନ୍ତୁ। ନିଜ ପରମ ସ୍ରଷ୍ଟାଙ୍କ ଉପରେ ବିଶ୍ୱାସ ଅତୁଟ ରହୁ। ଅଲ୍ଲାହ ପରମ୍ ବ୍ରହ୍ମଙ୍କ ପ୍ରତି ନିଷ୍ଠା ଓ ଭକ୍ତିଭାବ ଅଧିକ ଗଭୀର ହେଉ। ମାନବ ଜାତି ପ୍ରତି ଆନ୍ତରିକ ସହାନୁଭୂତି ପ୍ରଦର୍ଶନ କରିବାର ସୌଭାଗ୍ୟ ଲାଭ କରି ଆମମାନଙ୍କ ଜୀବନ ସାର୍ଥକ ହେଉ। ।।ଆମୀନ୍।।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.