Take a fresh look at your lifestyle.

🌿 ମହାପୁରୁଷ ବୁଦ୍ଧଦେବ ଙ୍କ ତ୍ୟାଗ🌿

(ପବିତ୍ର ବୁଦ୍ଧ ପୁର୍ଣିମା ଅବସରରେ)

0 222

Get real time updates directly on you device, subscribe now.

ହିମାଳୟ ପର୍ବତ ସମୀପରେ କପିଲବସ୍ତୁ ନାମକ ନଗର ଟିଏ ଥାଏ। ମହାରାଜା ସୁଦ୍ଧୋଧନ ଗୈାତମ ଥାଆନ୍ତି ଏହାର ଶାସନ କର୍ତ୍ତା। କପିଲ୍ ବସ୍ତୁ ରେ କୈାଣସି ପ୍ରକାରର ଅଭାବ ଅନାଟନ ନ ଥାଏ, ଚାରି ଦିଗେ ସୁଖ ଶାନ୍ତିର ପରିବେଶ ଥିଲା।

ଖ୍ରୀଷ୍ଟପୂର୍ବ ୫୬୩ ରେ ମହାରାଜା ସୁଦ୍ଧୋଦନ ଗୈାତମଙ୍କ ଘରେ ଗୋଟିଏ ପୁତ୍ର ଜନ୍ମଗ୍ରହଣ କଲା। ସନ୍ତାନ କୁ ଦେଖି ରାଜା ଆନନ୍ଦରେ ଅଧୀର ହୋଇ ପଡ଼ିଲେ।ପିଲାଟିର ନାମ “ସିଦ୍ଧାର୍ଥ ଗୈାତମ” ରଖାଗଲା। ଇଏ ହେଉଛନ୍ତି ସେହି ପିଲା ଯିଏକି ବଡ଼ ହୋଇ “ବୌଦ୍ଧ ଧର୍ମ” ର ପ୍ରତିଷ୍ଠାତା ହେଲେ। ଆପଣଙ୍କ ଅନୁଚର ମାନେ ଆପଣଙ୍କୁ ବୁଦ୍ଧ ଅର୍ଥାତ୍ ନୂର୍ କିମ୍ବା ଜ୍ୟୋତି (Enlightedone) ନାମରେ ମନେ କରନ୍ତି।
ଇତିହାସ ରେ ଲେଖାଅଛି କି ଯେତେବେଳେ ବୁଦ୍ଧଦେବଙ୍କ ମାତା “ମାୟା” ଗର୍ଭବତୀ ଥିଲେ ସେ ସ୍ୱପ୍ନ ଦେଖିଲେ କି ଗୋଟିଏ ବିଶାଳକାୟ ଧଳାରଙ୍ଗର ଗଜ (ହାତୀ) ତାଙ୍କ ଶରୀରରେ ପ୍ରବେଶ କରୁଛି ଓ ତାଙ୍କୁ ତିଳେମାତ୍ର କଷ୍ଟ ହେଉନାହିଁ ଏବଂ ସେ କହନ୍ତି ଯେତେବେଳେ ସେ “ସିଦ୍ଧାର୍ଥ” ଙ୍କୁ ଜନ୍ମ ଦେଲେ ତାଙ୍କୁ ମଧ୍ୟ କୈାଣସି ପ୍ରକାରର କଷ୍ଟ ହେଲାନାହିଁ।

ଏକଦା ରାଜା ସୁଦ୍ଧୋଦନ ଙ୍କ ଘରକୁ “ଅସିତ” ନାମକ ଜଣେ ଧର୍ମଗୁରୁ ଆସିଲେ , ସେ ତାଙ୍କ ଆଧ୍ୟାତ୍ମିକ ଚକ୍ଷୁ ରେ ବୁଦ୍ଧ ଦେବ ଙ୍କୁ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇ ଗଲେ ଓ କହିଲେ ୟେ କୌଣସି ସାଧାରଣ ମାନବ ନୁହନ୍ତି। ଇଏ ତ ତୃଷାରେ ବ୍ୟାକୁଳ ପ୍ରାଣୀମାନଙ୍କ ତ୍ରୁଷ ନିବାରଣ କରିବେ। ତାଙ୍କର ବହୁତ ନାମ ହେବ । ଆନନ୍ଦ ସିନ୍ଧୁ, ଅଶେଷ ଜ୍ଞାତା, ସଂସାର ସାର,କରୁଣାମୟ, ଶାନ୍ତି ଦାତା ଇତ୍ୟାଦି ପୁଣି ମଧ୍ୟ :-

ହେ ସିଦ୍ଧି ଶକ୍ତି ଜିନ୍ କେ କରମେ ଅନୁଠି
ସିଦ୍ଧାର୍ଥ ନାମ ଘର ନନ୍ଦନ ଆପକେ ହେଁ।

ସିଦ୍ଧାର୍ଥ ବାଲ୍ୟକାଳରୁ ଅତ୍ୟନ୍ତ ଦୟାଳୁ ଥିଲେ। ପିଲାମାନେ “ଗୈାତମ ଓ ଦେବଦତ” ଙ୍କ କାହାଣୀ ନିଶ୍ଚୟ ପଢ଼ିଥିବେ।
ଥରେ ସେ ଦେବଦତ ଙ୍କ ସହ ବଣକୁ ଯାଇଥିଲେ ସେଠି ହିଂସା ପ୍ରିୟ ଦେବଦତ ବାଣ ମାରି ରାଜହଂସ ଟିଏ ଶିକାର କଲେ। ଯାହାକୁ କି ସିଦ୍ଧାର୍ଥ ଉଠାଇ ନେଲେ। ରାଜହଂସ କୁ ନେଇ ଦୁହିଁଙ୍କ ମଧ୍ୟରେ ଟଣାଓଟରା ହେଲା କିନ୍ତୁ ଶେଷରେ ସିଦ୍ଧାର୍ଥ ଙ୍କ ପକ୍ଷରେ ହିଁ ବିଚାର ହେଲା ଓ ସେ ତା’ର (ରାଜହଂସ ର) ଚିକିତ୍ସା କରି ତାକୁ ମୁକ୍ତ କରିଦେଲେ।

ବୁଦ୍ଧଦେବ ଯୈାବନବସ୍ଥାରେ ପହଞ୍ଚିଲେ। ଧର୍ମଗୁରୁ “ଅସିତ” ଙ୍କ ଭବିଷ୍ୟତ ବାଣୀ ରାଜା ସୁଦ୍ଧୋଦନ ଙ୍କୁ ବିଚଳିତ କରି ପକାଇଲା ସେ ନିଜ ପୁତ୍ର କୁ ଆଧ୍ୟାତ୍ମିକ ଛାଡ଼ି ସାଂସାରିକ ଜୀବନ ଯାପନ କରାଇବାକୁ ଚାହୁଁଥିଲେ। ସେଥିପାଇଁ ସେ ସାଂସାରିକ ଦୁଃଖ ବେଦନା ରୁ ଦୂରରେ ରଖି “ବୁଦ୍ଧଦେବ” ଙ୍କୁ ବିଭିନ୍ନ ପ୍ରକାରର ସାଂସାରିକ ପ୍ରଲୋଭନ ଦେଖାଇ ଏ ଦିଗକୁ ଆକର୍ଷିତ କଲେ। ତାଙ୍କ ମହଲ ରେ ସୁନଦରି କନ୍ୟା ମାନଙ୍କ ସହିତ ସାଂସାରିକ ବିଳାସବ୍ୟସନରେ ତାଙ୍କୁ ସେ ମଗ୍ନ ରଖିଲେ।

ଏକଦା ରାଜକୁମାର ସିଦ୍ଧାର୍ଥ ନଗର ଭ୍ରମଣ ନିମନ୍ତେ ବାହାରିଲେ । ରାସ୍ତାରେ ସେ ବୃଦ୍ଧ ପୁରୁଷ ଙ୍କୁ ଦେଖି ଦୁଃଖି ହୋଇଗଲେ, ସାରଥି କୁ ପଚାରିଲେ ବୃଦ୍ଧାବସ୍ଥା କ’ଣ ? ସାରଥି ବୁଝାଇଦେଲା , ବାଲ୍ୟ,ଯୈାବନ ଓ ବୃଦ୍ଧାବସ୍ଥା, ଜନ୍ମ ମୃତ୍ୟୁ ବିଷୟ ଶୁଣି ସେ ଭାବନାରେ ପଡିଗଲେ। ଦୁଃଖି, ରୋଗୀ ଓ ଅନ୍ତତଃ ଶବ ଦେଖିଲା ପରେ ସେ ବିଚଳିତ ହୋଇଗଲେ। ତାପରେ ସେ ସର୍ବଦା ଚିନ୍ତିତ ରହିଲେ। ସଂସାର ର ଚିନ୍ତା ତାଙ୍କୁ କାଟି ଖାଇବାକୁ ଲାଗିଲା । ସେ ମାନବର କରୁଣ ଓ ଦୁଃଖଦ ପରିସ୍ଥିତି କୁ ଦେଖି ଚିନ୍ତିତ ହୋଇଗଲେ ଓ ନିତ୍ୟାନ୍ତ ଆଧ୍ୟାତ୍ମିକ ଦୁଃଖ ବେଦନା ରୁ ବଂଚିବା ଆଶା ରେ ସୁଦୂର ନିସ୍ତବ୍ଧ ଅଞ୍ଚଳକୁ ସାଂସାରିକ ଐଶ୍ ଓ ଆରାମ କୁ ତ୍ୟାଗ କରି ଚାଲିଗଲେ।

ଏହି ବିଚାର ତାଙ୍କ ମନରେ ବାରମ୍ବାର ଉଠୁଥାଏ :
ଆହୋ ପ୍ରାଣୀ କୈସେ ଅୱନିତଲ୍ ପର୍ କ୍ଲେଶ୍ ସହତେ।
ଦୁଃଖିହୋ, ରୋଗୀହୋ, ମୃତ ୱନ ପୁନ‍ଃ ଜନ୍ମ ଧରତେ।
ସଦା ଭୋଗୋଁ ମେଁ ୱ୍ୟେ ରତ୍ ରହି ଅଘି ହାୟ ବନତେ।
ୟହି କା ଭୋଗୋଁ କା ଅର୍ଥ ଇତି ୟହି କା ଜଗତ୍ କି ?

(ହିନ୍ଦି କେ ପ୍ରସିଦ୍ଧ ମହାକାବ୍ୟ ପୃଷ୍ଠା ୮୪-୮୫ ଲେଖକ ପ୍ରୋଫେସର ରୈଶନ ଲାଲ ନିଂହଲ୍)
ଧାର୍ମିକ ପ୍ରଥା ଅନୁସାରେ “ମାରା” ( ମାରା- ଇବଲିସ୍ ର ଅନ୍ୟନାମ ଏକ ପ୍ରକାରର ଶୈତାନ୍ ର ନାମ) କଳେବଳେ କୌଶଳେ ବୁଦ୍ଧଦେବ ଙ୍କୁ ପଥଭ୍ରଷ୍ଟ କରିବାକୁ ଚାହିଁଲା। କିନ୍ତୁ ବୁଦ୍ଧଦେବ ସମସ୍ତ ପ୍ରକାରର ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇ ପରମେଶ୍ବର ଙ୍କ ନିକଟତମ ହୋଇ ପାରିଲେ। ସାରା ଜୀବନ ସେ ମାନବ ସେବା ଓ ଜୀବ କଲ୍ୟାଣ ର ଶିକ୍ଷା ଦେଇ ଏହି ମାର୍ଗରେ ଜୀବନ ବ୍ୟତୀତ କଲେ ।
ମହାତ୍ମା ବୁଦ୍ଧଦେବଙ୍କ ଉପଦେଶ ଥିଲା :-

ପ୍ରାଣୀ ଯୋ କରତେ ୱହି ଭୁଗତତେ, ବୋତେ ୱହି କାଟତେ।
ପୀଡ଼ା, ଦୁଃଖ୍,ବିସାଦ୍ ଶୋକ୍ ଫଲ୍ ହୈଁ, ପାପାଶ୍ରୀ ବୃତି କେ।
(ହିନ୍ଦି କେ ପ୍ରସିଦ୍ଧ ମହାକାବ୍ୟ ପୃଷ୍ଠା ୮୫)

ଏହିପରି ସମସ୍ତ ଜଗତକୁ ସେ ଧର୍ମୋପଦେଶ ଦେଇଥିଲେ। ବୁଦ୍ଧଦେବ ସାଂସାରିକ ସୁଖକୁ ତ୍ୟାଗ କରି ବିଭିନ୍ନ ପ୍ରକାରର ଦୁଃଖ କଷ୍ଟ ରେ ସମ୍ମୁଖୀନ ହୋଇ ଇଶ୍ବରଙ୍କ ର ନିକଟତମ ସ୍ଥାନ ପାଇ ଏଇ ଯଶ ରଖିଗଲେ ଯେ ଇଶ୍ବରଙ୍କ ନିକଟତା ପାଇବାକୁ ହେଲେ ତାହାରି ଛାମୁରେ ସବୁକିଛି ସମର୍ପଣ କରି ତାହାରି ହୋଇ ଯାଅ, କାରଣ ଇଶ୍ବରଙ୍କ ପ୍ରେମ ପାଇବା ପାଇଁ ଏହାହିଁ ଅନିବାର୍ଯ ।
ସନ୍ଥ କବିର କହନ୍ତି :-
କବିରା ହଂସନା ଛୋଡଦେ ତୁ ରୋନେ ସେ କର୍ ପ୍ରୀତ୍,
ବିନୁ ରୋଏ କିତ୍ ପାଇଏ ପ୍ରେମ୍ ପିୟାରେ ମୀତ୍।
🌿🌿🌿🌿🌿🌿🌿🌿

✍🏿 ଅନସାର୍ ଅଲୀ ଖାଁ, ସାମାଜିକ କାର୍ଯ୍ୟ କର୍ତ୍ତା ଢେଙ୍କାନାଳ

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.