Take a fresh look at your lifestyle.

ଆଇଆଇଏମ୍‍ସି ପକ୍ଷରୁ ଦୁଇଦିନିଆ କାର୍ଟୁନ୍‍ କର୍ମଶାଳା ୨୧ରୁ

ପଞ୍ଜିକରଣ କରିବାର ଶେଷ ତାରିଖ ରହିଛି ମେ’ ୧୮ ତାରିଖ

0 19

Get real time updates directly on you device, subscribe now.

ଢେଙ୍କାନାଳ: ଆସନ୍ତା ୨୧ ଓ ୨୨ ତାରିଖ ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି), ଢେଙ୍କାନାଳ ପକ୍ଷରୁ ଦୁଇଦିନିଆ କାର୍ଟୁନ୍‍ କର୍ମଶାଳା  ଅନୁଷ୍ଠିତ ହେଉଛି । ଏଥିରେ କାର୍ଟୁନ୍‍ ବା ବ୍ୟଙ୍ଗଚିତ୍ରର ବିଭିନ୍ନ ଦିଗ ଉପରେ ଶିକ୍ଷାଦାନ କରିବେ । ବିଶେଷକରି ବ୍ୟଙ୍ଗ ଚିତ୍ରର ପରିକଳ୍ପନା, ଏହାର ପ୍ରାସଙ୍ଗିକତା ତଥା ଲେଖା ଉପରେ ବିଶେଷଜ୍ଞମାନେ ଆଲୋକପାତ କରିବେ । ଏହି କର୍ମଶାଳା ପାଇଁ ପଞ୍ଜିକରଣ କରିବାର ଶେଷ ତାରିଖ ରହିଛି ମେ’ ୧୮ ତାରିଖ ।

ବିଭିନ୍ନ ଉପାୟରେ ବିଶେଷତଃ ନୂଆ ଟେକ୍ନୋଲୋଜି ବ୍ୟବହାର କରି ବ୍ୟଙ୍ଗଚିତ୍ର ପ୍ରସ୍ତୁତ କରିବା ଏବଂ ଲେଖା ମାଧ୍ୟମରେ ସେହି ଚିତ୍ରକୁ ବ୍ୟାଖ୍ୟା କରିବା; ଏସବୁର କଳା ଓ କୌଶଳ ଏହି କର୍ମଶାଳାରୁ ଜାଣିହେବ । ତେବେ କାର୍ଟୁନ୍‍ର ସବୁଠୁଁ ବଡ଼ ଆହ୍ୱାନ ହେଉଛି ଏହାର ବିଷୟବସ୍ତୁ ବାଛିବା ଏବଂ ତା’ର ପ୍ରାସଙ୍ଗିକତା, ଗୁରୁତ୍ୱ ଓ ପାଠକୀୟ  ଆବଶ୍ୟକତାକୁ ବୁଝିବା । ଏଣୁ କାର୍ଟୁନ୍‍ ଉପରେ ରୁଚି ରଖିଥିବା ଛାତ୍ରଛାତ୍ରୀ ତଥା କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ଏହି କର୍ମଶାଳାଟି ବେଶ୍‍ ସହାୟକ ହେବ ।

 ଏନେଇ ଆଇଆଇଏମ୍‍ସିର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ କହିଛନ୍ତି, ଯୋଗାଯୋଗର ଏକ ବଳିଷ୍ଠ ମାଧ୍ୟମ ହେଉଛି ଦୃଶ୍ୟ ମାଧ୍ୟମ । ଏଥିରୁ କାର୍ଟୁନ୍‍ର ଏକ ବଡ଼ ଭୂମିକା ରହିଛି । ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବୁଦ୍ଧିଜୀବୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଉପରେ କାର୍ଟୁନ୍‍ ପ୍ରଭାବ ପକେଇପାରେ । ଏହାର ରୂପ କୌତୁକିଆ, ମଜାଦାର, ମନୋରଞ୍ଜନ ଭିତ୍ତିକ ହୋଇଥିଲେ ମଧ୍ୟ ଏଥିରେ ଥିବା ବ୍ୟଙ୍ଗଚିତ୍ର ଓ ଲେଖା ଅନେକ କିଛି ମୂଲ୍ୟବାନ କଥା ବଖାଣିଥାଏ । ବିଶେଷକରି କୌଣସି ଏକ ଗୁରୁତ୍ୱପୂର୍ଣ୍ଣ, ଚର୍ଚ୍ଚିତ, ବିବାଦୀୟ ପ୍ରସଙ୍ଗ ତଥା ଖବରର ଏକ ବିରାଟ ଦୃଷ୍ଟିଭଙ୍ଗୀକୁ ଅଳ୍ପ ସମୟ ମଧ୍ୟରେ ଏହା ରେଖାଙ୍କିତ କରିପାରେ ବୋଲି ସେ କହିଛନ୍ତି ।

ଏହି କର୍ମଶାଳାକୁ ପରିଚାଳନା କରିବେ ଦୈନିକ ‘ସମ୍ବାଦ’ର ସମ୍ପାଦକୀୟ କାର୍ଟୁନିଷ୍ଟ ଦେବାଶିଷ ସିଂହ ଓ ଦୈନିକ ‘ପ୍ରମେୟ’ର ସମ୍ପାଦକୀୟ କାର୍ଟୁନିଷ୍ଟ ଟି. ନନ୍ଦେଶୁ । ଏହି ଦୁଇ ବିଶେଷଜ୍ଞ କର୍ମଶାଳାରେ ଭାଗ ନେଇଥିବା ଶିକ୍ଷାର୍ଥୀଙ୍କୁ କାର୍ଟୁନ୍‍ ପରିକଳ୍ପନା, ପ୍ରସ୍ତୁତି ଓ ଅନ୍ୟ ବ୍ୟାବହାରିକ ଦିଗ ଉପରେ ଆଲୋଚନା କରିବେ । କର୍ମଶାଳାର ଶେଷ ଦିନରେ ଅଂଶଗ୍ରହଣକାରୀଙ୍କୁ ଏକ ପ୍ରମାଣପତ୍ର ମିଳିବ । ଏହି କର୍ମଶାଳାରେ ପଞ୍ଜିକରଣ କରିବା ପାଇଁ https://cutt.ly/mG5ZpSU ଲିଙ୍କ୍‍ରେ କ୍ଲିକ୍‍ କରି ଆବେଦନ କରିପାରିବେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.