Take a fresh look at your lifestyle.

ମୋ ନାମରେ ଉଠିଥିବା ଗୁଜବ ତଥ୍ୟ ସବୁ ମିଥ୍ୟା ଓ କପୋଳକଳ୍ପିତ

ମୟୂର ଅଫ୍ସେଟ୍ ପି୍ରଣ୍ଟର୍ସ ମାଲିକଙ୍କ ପ୍ରେସ୍ ଇସ୍ତାହାର

0 16

ଭୁବନେଶ୍ୱର: ସ୍ଥାନୀୟ ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ମୟୂର ଅଫ୍ସେଟ୍ ପ୍ରିଣ୍ଣର୍ସ ସଂସ୍ଥାର ସତ୍ତ୍ୱାଧିକାରୀ ଶ୍ରୀ ଲଲାଟକିଶୋର ଭଂଜଙ୍କ ନାମରେ ଉଠିଥିବା ଅଭିଯୋଗ ସଂପର୍କରେ ଏକ ସ୍ପଷ୍ଟୀକରଣ ଜରିଆରେ ପ୍ରେସ୍ ରିଲିଜ୍ ଜାରି କରିଛନ୍ତି କର୍ତ୍ତୃପକ୍ଷ । ତାଙ୍କର କହିବା କଥା ମୁଁ ହେଉଛି ପ୍ରିଣ୍ଟିଂ ପ୍ରେସ ମାଲିକ । ମୋ ପାଖକୁ ଯାହା ଛାପିବା ପାଇଁ ଆସେ ତା’ର ପ୍ରାପ୍ୟ ନେଇ ମୁଁ ତାକୁ ଛାପି ହସ୍ତାନ୍ତର କରିଥାଏ । କିନ୍ତୁ ଏକ ନିର୍ଦ୍ଦିଷ୍ଟ ଖବରକାଗଜ ସଂସ୍ଥାର ମାଲିକ କେଉଁଭଳି ଆକାରରେ, କିଭଳି ଛଳନା କରି ନକଲି ବିଜ୍ଞାପନ ସଂଗ୍ରହ କରି ଏଭଳି କେଳେଙ୍କାରୀ କରିଛନ୍ତି ତାହା ଜାଣିବା ମୋ ପକ୍ଷରେ ସମ୍ଭବ ନୁହେଁ ।

ଶ୍ରୀ ଲଲାଟ ଭଂଜ ତାଙ୍କ ପ୍ରେସ୍ ଇସ୍ତାହାରରେ ଯାହା ଉଲ୍ଲେଖ କରିଛନ୍ତି ୨୦୧୫ ମସିହାରେ ମନୋଜ କୁମାର ସେଠ୍ ନାମକ ଜଣେ ବ୍ୟକ୍ତି ତାଙ୍କର ସମାଜ ଆଇନା ଓ ସ୍ପିଡି ନୁ୍ୟଜ୍ ନାମକ ପତ୍ରିକା ଛପାଇବା ପାଇଁ ମୋ ପ୍ରେସର ନାମକୁ ବ୍ୟବହାର କରୁଥିଲେ ଓ ୨୦୧୫ ଓ ୨୦୧୬ ମସିହା ଦୁଇବର୍ଷ ଧରି ମୋ ପ୍ରେସରେ ଛାପୁଥିଲେ । ଉଦୟନାଥ ସାହୁ ମଧ୍ୟ ତାଙ୍କର ସିଂହାସନ ଦୈନିକ ସମ୍ବାଦପତ୍ର ମୋ ପ୍ରେସରେ ଛପାଯାଉଥିଲା । ଛାପିବା ପାଇଁ ସ୍ଥିର ହୋଇଥିବା ଅର୍ଥରେ ଉଭୟ ରିହାତି ମାଗିବାରୁ ଆମେ ସେ ଦୁହିଁଙ୍କର କାଗଜଗୁଡ଼ିକୁ ଆଉ ଛାପିବା ବନ୍ଦ କରିଦେଲୁ ।

୨୦୧୬ ମସିହାରେ ମନୋଜ କୁମାର ସେଠ୍ ତତ୍କାଳୀନ  ଉତ୍ତରପ୍ରଦେଶ ସାଂସଦ ଯୋଗୀ ଆଦିତ୍ୟନାଥଙ୍କର ଲେଟରପ୍ୟାଡ ଓ ଇମେଲ୍ ଜାଲି କରି ସେମାନେ ବିଭିନ୍ନ ସଂସ୍ଥାରୁ କୋଟି କୋଟି ଟଙ୍କାର ବିଜ୍ଞାପନ ସଂଗ୍ରହ କରିଥିବା ମାମଲାରେ ଛନ୍ଦି ହୋଇଥିଲେ । ଚଳିତ ବର୍ଷ ଜାନୁଆରୀ ମାସରେ ଦିଲ୍ଲୀ ପୋଲିସ୍ ଆସି ମନୋଜ ସେଠ୍ ଓଡ଼ିଶାରୁ ଉଠାଇ ନେଇଥିଲା ।

ସେ ବର୍ତ୍ତମାନ ତିହାର ଜେଲରେ ଥିବା ଶୁଣିବାକୁ ମିଳୁଛି । ଆର୍ଏନଆଇ ଡାଟା ବେସ ଆମ ପ୍ରେସର ନାମ ସେ ଦୁଇଜଣ ପରିବର୍ତ୍ତନ କରିନଥିବାରୁ ଆମ ପାଖକୁ ୧୨ ଫେବୃଆରୀ ୨୦୨୨ରେ ଦିଲ୍ଲୀ ପୋଲିସ୍ ନୋଟିସ୍ ପଠାଇଥିଲା । ୧୪, ଫେବୃଆରୀ ୨୦୨୨ରେ ଆମେ ସେ ନୋଟିସର ଉତ୍ତର ଦେଲୁ କି ସମାଜ ଆଇନା ଓ ସ୍ପିଡି ନୁ୍ୟଜ୍ ଆମ ପାଖରେ ୨୦୧୫ ଓ ୨୦୧୬ରେ ଛପାଯାଉଥିଲା; କିନ୍ତୁ ତା’ପରେ ଆମେ ଆଉ ତାହା ଛାପୁନଥିଲୁ ଓ ଏହି କେସର ମୁଖ୍ୟ ଖବରକାଗଜ ‘ଟପ୍ ନୁ୍ୟଜ୍’ ଆମ ପାଖରେ କେବେ ବି ଛପା ହୁଏ ନାହିଁ ବା ସେ କାଗଜ ଛାପିବା ପାଇଁ ଆମେ କେବେ ଆମର ଏନ୍.ଓ.ସି. ଦେଇ ନାହୁଁ ।

ଏଠାରେ ମୁଁ ଉଲ୍ଲେଖ କରିବାକୁ ଚାହେଁ ଯେ, ମନୋଜ ସେଠ୍ ଓ ଉଦୟ କୁମାର ସାହୁ ଉଭୟ ମୋ ପ୍ରେସକୁ ସେହି ସମୟରେ ନିୟମିତ ଆସୁଥିଲେ ଓ ସେମାନଙ୍କର ପତ୍ରପତ୍ରିକା ଛାପୁଥିଲେ ।

ଗତ ୨୪ ତାରିଖରେ ସିବିଆଇ ଦିଲ୍ଲୀ ପୋଲିସର ଦୁଇଜଣ କର୍ମଚାରୀଙ୍କୁ ଲାଞ୍ଚ କାରବାର ମାମଲାରେ ଗିରଫ କରିଥିବା ବେଳେ ଏହି ମାମଲାରେ ଅଭିଯୋଗକାରୀ ଉଦୟ କୁମାର ସାହୁ ନିଜକୁ ଭଦ୍ର ଲୋକ ଭାବେ ପରିଚିତ କରାଇବା ପାଇଁ ମିଡ଼ିଆ ଆଗରେ ଯେଉର୍ଭଳି ବୟାନ ଦେଲେ ତାହା ଆଶ୍ଚର୍ଯ୍ୟଜନକ ।

ସେ ଅଭିଯୋଗ କରିଛନ୍ତି ଓ ଦିଲ୍ଲୀ ପୋଲିସର ଦୁଇଜଣ କର୍ମଚାରୀ ଗିରଫ ହୋଇଛନ୍ତି ଏକଥା ସତ୍ୟ; କିନ୍ତୁ ସେ ମିଡ଼ିଆ ଆଗରେ ମୁଁ ଫେରାର ଥିବା କଥା କହି ମୋ ଉପରେ ତାଙ୍କର ଥିବା ପୁରୁଣା ରାଗ ଶୁଝାଇବାକୁ ହୀନ ଉଦ୍ୟମ କରିଛନ୍ତି ।

ମୁଁ ସମାଜର ଜଣେ ପରିଚିତ ଓ ସମ୍ମାନସ୍ପଦ ବ୍ୟକ୍ତି । ତେଣୁ ମୋ ନାମରେ ଉଠିଥିବା ଗୁଜବ ତଥ୍ୟ ସବୁ ମିଥ୍ୟା ଓ କପୋଳକଳ୍ପିତ ବୋଲି ଶ୍ରୀ ଭଂଜ ଏକ ପ୍ରେସ୍ ଇସ୍ତାହାରରେ ଜଣାଇଛନ୍ତି ।

- Advertisement -

Leave A Reply

Your email address will not be published.