Take a fresh look at your lifestyle.

ବ୍ରହ୍ମପୁର ମହାନଗର ନିଗମ: ମଞ୍ଜୁ ରଥଙ୍କ ପାଇଁ ବିଧାୟକ ରମେଶ ଜେନାଙ୍କ ନିର୍ବାଚନ ପ୍ରଚାର ଜେ।ରଦାର

0 17

Get real time updates directly on you device, subscribe now.

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନ ପରିପ୍ରେକ୍ଷୀରେ ୧୬ ଓ ୧୭ନଂ ୱାର୍ଡରେ କଂଗ୍ରେସର ନିର୍ବାଚନ ପ୍ରଚାର ଜେ।ରଦାର ହେ।ଇଛି । କଂଗ୍ରେସ ଜିଲ୍ଲା ସଭାପତି ତଥା ବିଧାୟକ ରମେଶ ଜେନାଙ୍କ ନେତୃତ୍୍ୱରେ ଅ।ୟେ।ଜିତ ଶେ।ଭାଯାତ୍ରାରେ ହଜାର ହଜାର କର୍ମୀ ସାମିଲ ହେ।ଇଥିଲେ ।

କଂଗ୍ରେସର ମେୟର ପ୍ରାର୍ଥôନୀ ମଞ୍ଜୁ ରଥ, ୧୬ ନଂ ୱାର୍ଡର କର୍ପୋରେଟର ପ୍ରାର୍ଥିନୀ ରଶ୍ମିତା ପ୍ରଧାନ, ୧୭ ନଂ ୱାର୍ଡର କର୍ପୋରେଟର ପ୍ରାର୍ଥୀ କେ. ରବିଙ୍କ ସମେତ ବିଭିନ୍ନ ୱାର୍ଡରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ବିଧାୟକ ଶ୍ରୀ ଜେନା ବିଭିନ୍ନ ଅଞ୍ଚଳ ବୁଲି ଭେ।ଟରଙ୍କୁ ଭେ।ଟ ଭିକ୍ଷା କରିଥିଲେ । ପ୍ରାରମ୍ଭରେ ୧୭ ନଂ ୱାର୍ଡରେ କଂଗ୍ରେସର ନିର୍ବାଚନ କାଯର୍ୟାଳୟକୁ ଶ୍ରୀ ଜେନା ଉଦଘାଟନ କରି ବ୍ରହ୍ମପୁର ସହରର ମୌଳିକ ସମସ୍ୟା ସମାଧାନ କରିବା ଦିଗରେ ମହାନଗର ନିଗମ ସମ୍ପୂର୍ଣ୍ଣ ବିଫଳ ହେ।ଇଛନ୍ତି ।

ତେଣୁ ଏହି ବ୍ୟବସ୍ଥାର ପରିବର୍ତ୍ତନ ପାଇଁ କଂଗ୍ରେସ ହିଁ ଏକ ବିକଳ୍ପ ଦଳ । ଚଳିତ ନିର୍ବାଚନରେ ଭେ।ଟର ଉଚିତ ଜବାବ ଦେବେ ବେ।ଲି ଶ୍ରୀ ଜେନା ପ୍ରକାଶ କରିଥିଲେ । ନିରପେକ୍ଷ ନିର୍ବାଚନ ପରିଚାଳନା ସଠିକ୍ ଭାବେ ହେ।ଇପାରୁନାହିଁ ବେ।ଲି କହିବା ସହ ସମ୍ବିଧାନକୁ ସମ୍ମାନ ପ୍ରଦାନ କରାଯାଉ ।

ମେୟର ପ୍ରାର୍ଥନୀ ମଞ୍ଜୁ ରଥ ସହରର ଯେଉଁ ଉନ୍ନତିମୂଳକ କାଯର୍ୟ ହେ।ଇଛି, ତାହା କେବଳ କଂଗ୍ରେସ ଅମଳରେ ହିଁ ହେ।ଇଥିଲା । କିନ୍ତ ଗତ ଦୁଇ ଦଶନ୍ଧି ଧରି କୌଣସି ଅ।ଖିଦୃଶିଅ। କାଯର୍ୟ ହେ।ଇନାହିଁ ।

ସୌନ୍ଦଯର୍ୟକରଣ ପାଇଁ ସହରରେ କେ।ଟି କେ।ଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ସହରବାସୀଙ୍କ ମୌଳିକ ସମସ୍ୟା ପୂରଣ କରିବାରେ ନିଗମ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ବିଫଳ ହେ।ଇଛନ୍ତି । ତେଣୁ ସଚେତନ ନାଗରିକମାନେ ଏଦିଗରେ ସୁଚିନ୍ତିତ ବିଚାର କରିବାର ସମୟ ଅ।ସିଛି । ତେଣୁ କଂଗ୍ରେସ ଦଳକୁ ବିପୁଳ ଭେ।ଟ ଦେଇ ଜୟଯୁକ୍ତ କରିବାକୁ ଭେ।ଟରଙ୍କୁ ନିବେଦନ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଏସ୍ସି, ଏସଟି ସେଲର ସଭାପତି ଅମିର୍ ଭୂୟାଁ, ଜିଲ୍ଲା କଂଗ୍ରେସର ମୁଖପାତ୍ର ରବି ରଥ ପ୍ରମୁଖ ଉଦବେ।ଧନ ଦେଇଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.