Take a fresh look at your lifestyle.

ଶତାଧିକ ସମର୍ଥକ ଙ୍କ ସହ ବିଜେଡିରେ ମିଶିଲେ ମୁନ୍ନା : ଯୋଗଦାନ ଦଳକୁ ମଜବୁତ କରିବ- ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ

0 80

Get real time updates directly on you device, subscribe now.

ଭୁବନ : ଭୁବନ ର ଯୁବ ସମାଜସେବୀ , ଶିଳ୍ପଦ୍ୟୋଗି , ୟୁଥ ଆଇକନ ଶୁଭେନ୍ଦୁ ସାହୁ (ମୁନ୍ନା) ସବୁ କଳ୍ପନାଜଳ୍ପନାର ଅବସାନ ଘଟାଇ ଶେଷରେ ଶଙ୍ଖ ଫୁଙ୍କିଲେ । ନିଜର ୨ ଶହରୁ ଉଦ୍ଧ୍ୱର୍ ସମର୍ଥକ ଙ୍କ ସହ ବାଜା,ବାଣ ରୋଷଣୀରେ ସହର ପରିକ୍ରମା କରି ପାଲାମଣ୍ଡପ ଠାରେ ଆୟୋଜିତ ମିଶ୍ରଣ ପର୍ବରେ ସାମିଲ ହୋଇଛନ୍ତି ।

ସ୍ଥାନୀୟ ବିଧାୟକ ତଥା ଖଣି , ଇସ୍ପାତ ଓ ପୂର୍ତମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ , ଢେଙ୍କାନାଳ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ ମୁନ୍ନାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରିବା ସହ ଦଳୀୟ ଉତରୀୟ ପିନ୍ଧାଇ ସ୍ୱାଗତ ଜଣାଇଥିଲେ ।

ବିଜୁଜନତା ଦଳ ଏବେ ଦ୍ୱିତୀୟ ପୀଢିକୁ ନେଇ ଚାଲିଛି ଓ ସବୁ ଜାଗାରେ ବାଜିମାତ କରୁଛି । ଯୁବ ସମାଜସେବୀ ଶୁଭେନ୍ଦୁ ବାବୁ ଙ୍କ ବିଜେଡିରେ ଯୋଗଦାନ ଭୁବନରେ ଦଳକୁ ୁମଜବୁତ କରିବ ବୋଲି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଭାଷଣ ପ୍ରସଙ୍ଗ ରେ କହିଥିଲେ ।

ମୁନ୍ନାବାବୁ ଦଳ ପାଇଁ ଆସେଟ ବୋଲିଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ ମତବ୍ୟକ୍ତ କରିଥିଲେ । ସାରା ଭାରତବର୍ଷ ଏବେ ନବୀନ ମଡେଲକୁ ଅନୁସରଣ କରୁଛି ।

ନବୀନ ବାବୁ ଙ୍କ ନୀତି , ଆଦର୍ଶରେ ଅନୁପ୍ରାଣୀତ ହୋଇ ସେ ଆନୁଷ୍ଠାନିକ ଭାବେ ବିଜେଡିରେ ଯୋଗ ଦେଲେ । ଦଳୀୟ ନୀତି , ନିୟମ ଓ ଶୃଙ୍ଖଳାରେ ସେକାର୍ଯ୍ୟକରିବେ ବୋଲି ଶୁଭେନ୍ଦୁ ସାହୁ (ମୁନ୍ନା) ନିଜର ମତବ୍ୟକ୍ତ କରିଥିଲେ ।

ନଗର ବିଜେଡି ସଭାପତି ତଥା ପୂର୍ବତନ ନଗରପାଳ ନନ୍ଦ କିଶୋର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପୂର୍ବତନ ପୌରାଧ୍ୟକ୍ଷା ସରୋଜ ନଳିନୀ ସାହୁ , ରାଜ୍ୟପାଳ ପୁରଷ୍କାର ପ୍ରାପ୍ତ ପ୍ରଧାନଶିକ୍ଷକ ରବୀନ୍ଦ୍ର କୁମାର ହୋତା , ଚିତ୍ରଶିଳ୍ପୀ ନାରାୟଣ ସାହୁ, ନରେନ୍ଦ୍ର କୁମାର ସାହୁ, ପ୍ରଭାସ ସେନାପତି , ଦେବବ୍ରତ ପୃଷ୍ଟି , ତପନ କୁମାର ପୃଷ୍ଟି , ନିରଦ କୁମାର ମିଶ୍ର  ପ୍ରମୁଖ ବିଜେଡିରେ ଯୋଗଦେଇ ଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.