Take a fresh look at your lifestyle.

ଅବକାରୀ ଚଢ଼ଉ: ୨୯୯ ଲିଟର ଚୋରା ମଦ ଜବତ, ୬ ଗିରଫ

0 3

ଢେଙ୍କାନାଳ, ୨୩।୯ (ଜ୍ଞାନରଞ୍ଜନ ଶତପଥି ): ଜିଲ୍ଲାପାଳ ଓ ଅବକାରୀ ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ବୁଧବାର ବିଭିନ୍ନ ଥାନା ଅଞ୍ଚଳରେ ଚଢ଼ଉ କରାଯାଇ ଚୋରା ମଦ ଓ ମଦ ପ୍ରସ୍ତୁତି ସାମଗ୍ରୀ ଜବତ କରାଯାଇଛି। ଚଢ଼ଉ ସମୟରେ ମୋଟ ୨୯୯ ଲିଟର ଅବୈଧ ଭାବେ ପ୍ରସ୍ତୁତ ମଦ (ଆଇ.ଡି. ଲିକର), ୧୪ ଲିଟର ଓଏସ୍‌ ଲିକର, ୨୨୦୦ ଲିଟର ଗୁଡ଼ ପୋଚ ଏବଂ ୨ଟି ଦୁଇଚକିଆ ଯାନ ଜବତ କରାଯାଇଛି। ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇ ଅଦାଲତକୁ ପଠାଯାଇଛି।

ସଦର ଥାନା ଅନ୍ତର୍ଗତ ବେଲଟିକିରିରୁ ୨୨ ଲିଟର ଏବଂ ଯତନନଗରରୁ ୨୪ ଲିଟର ଆଇ.ଡି. ଲିକର ଜବତ କରାଯାଇଛି। ବାଲିମି ଥାନା ଅନ୍ତର୍ଗତ ଦୁଡୁରକୋଟରୁ ୨୦ ଲିଟର ଆଇ.ଡି. ଲିକର ସହ ଗୋଟିଏ ମୋଟରସାଇକେଲ ଜବତ ହୋଇଛି।

ସେହିପରି ରାସୋଳ ଥାନା ଅନ୍ତର୍ଗତ ମାଡୁଆରୁ ୧୪ ଲିଟର ଓଏସ୍‌ ଲିକର, କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ କରଡ଼ାପାଳରୁ ୨୨୦୦ ଲିଟର ଗୁଡ଼ ପୋଚ ଓ ୧୮୦ ଲିଟର ଆଇ.ଡି. ଲିକର ଜବତ କରାଯାଇଛି। ପରଜଙ୍ଗ ଥାନା ଅନ୍ତର୍ଗତ କୁଆଳୋରୁ ୨୧ ଲିଟର ଏବଂ କାନ୍ତୋରରୁ ୩୨ ଲିଟର ଆଇ.ଡି. ଲିକର ସହ ଗୋଟିଏ ସ୍କୁଟି ଜବତ କରାଯାଇଛି।

ଅବକାରୀ ବିଭାଗ ପକ୍ଷରୁ ଘଟଣାଗୁଡ଼ିକରେ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି।

- Advertisement -

Leave A Reply

Your email address will not be published.