Take a fresh look at your lifestyle.

ଘରଭଙ୍ଗାକୁ ନେଇ ଯୁବକଙ୍କ ଆତ୍ମହତ୍ୟା

0 1

ଢେଙ୍କାନାଳ, ୨୧।୮ (ନି.ପ୍ର.) : ଘର ଭଙ୍ଗାକୁ ନେଇ ଜଣେ ୨୨ ବର୍ଷୀୟ ଯୁବକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣାଟି ଢେଙ୍କାନାଳ ପୌରାଞ୍ଚଳର ୯ ନମ୍ବର ୱାର୍ଡ ଅନ୍ତର୍ଗତ କୁଟୁନିଆ ନୂଆସାହିରେ ଘଟିଛି। ମୃତକ ହେଲେ ରବି ନାରାୟଣ ପଣ୍ଡା।

ସୂଚନା ଅନୁଯାୟୀ, କୁଟୁନିଆ ନୂଆସାହିରେ ପୌରସଂସ୍ଥା ପକ୍ଷରୁ ଅବୈଧ ଘର ଉଚ୍ଛେଦ କରାଯାଇଥିଲା। ଏହାପରେ ରବି ନାରାୟଣ ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ ବୋଲି ତାଙ୍କ ପରିବାର ପକ୍ଷରୁ କୁହାଯାଇଛି। ଆଜି ଅପରାହ୍ନ ପ୍ରାୟ ୪ଟା ୩୦ରେ ସେ ନିଜ ଘରେ ବେକରେ ରଶି ଲଗାଇ ଦେଇଥିଲେ। ପରିବାର ଲୋକେ ଏହା ଜାଣିବା ପରେ ତାଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ସେତେବେଳକୁ ତାଙ୍କର ମୃତ୍ୟୁ ଘଟିଥିଲା।

ମୃତକଙ୍କ ବାପା ଓ ସାନଭାଇଙ୍କ ଅଭିଯୋଗ ଅନୁସାରେ, ପ୍ରଶାସନ ପକ୍ଷରୁ ଘର ଭାଙ୍ଗିଦିଆଯିବା ପରେ ରବି ମାନସିକ ଚାପରେ ଥିଲେ। ପରିବାରକୁ ଥଇଥାନ ନକରି ହଠାତ୍‌ ଘର ଭଙ୍ଗାଯିବା ଯୋଗୁଁ ଏଭଳି ଅଭାବନୀୟ ଘଟଣା ଘଟିଥିବା ସେମାନେ ଅଭିଯୋଗ କରିଛନ୍ତି। ଘଟଣା ସମ୍ପର୍କରେ ପୁଲିସ ତଦନ୍ତ ଜାରି ରଖିଛି।

- Advertisement -

Leave A Reply

Your email address will not be published.