Take a fresh look at your lifestyle.

ସଖୀ ଓନ୍ ଷ୍ଟପ୍ ସେଣ୍ଟର ପକ୍ଷରୁ ହର ଘର ତ୍ରିରଙ୍ଗା ଅଭିଯାନ

0 2

ଢେଙ୍କାନାଳ: ସଖୀ ଓନ୍ ଷ୍ଟପ୍ ସେଣ୍ଟର, ଢେଙ୍କାନାଳ ପକ୍ଷରୁ ହର ଘର ତ୍ରିରଙ୍ଗା ଅଭିଯାନ ବଡ଼ପାଳ ଗ୍ରାମରେ ଉତ୍ସାହର ସହ ପାଳିତ ହୋଇଛି। ଏହି ଅଭିଯାନରେ ଗ୍ରାମର ମହିଳାମାନେ ସକ୍ରିୟ ଭାବେ ଯୋଗଦେଇ ତ୍ରିରଙ୍ଗା ପ୍ରତି ସମ୍ମାନ ଓ ଦେଶପ୍ରେମର ବାର୍ତ୍ତା ଦେଇଥିଲେ।

ଏହାସହ ଖମାର ସାହି ଆଶ୍ରମ ସ୍କୁଲରେ ମଧ୍ୟ ହର ଘର ତ୍ରିରଙ୍ଗା ଅଭିଯାନ ଆୟୋଜିତ ହୋଇଥିଲା। ଏଥିରେ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସହ ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଶପ୍ରେମ ଓ ଜାତୀୟତାବୋଧ ବୃଦ୍ଧି ଉଦ୍ଦେଶ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଥିଲା। ପ୍ରତିଯୋଗିତାରେ କୃତୀ ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା।

କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁକାନ୍ତି ନାୟକ ଏବଂ ସହ ଶିକ୍ଷୟିତ୍ରୀ ଶ୍ରୀମତୀ ରାଜଶ୍ରୀ ତ୍ରିପାଠୀ ଯୋଗଦେଇଥିଲେ। ସମସ୍ତଙ୍କ ମନରେ ଦେଶପ୍ରେମର ଭାବନା ଜାଗ୍ରତ କରିବା ସହ ଜାତୀୟ ପତାକା ତ୍ରିରଙ୍ଗା ପ୍ରତି ସମ୍ମାନ ବଢ଼ାଇବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ଥିଲା।

ସଖୀ ଓନ୍ ଷ୍ଟପ୍ ସେଣ୍ଟରର କର୍ମୀମାନେ ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ସ୍ଥାନୀୟ ମହିଳାମାନଙ୍କ ସହଯୋଗରେ କାର୍ଯ୍ୟକ୍ରମକୁ ସଫଳ ଭାବେ ପରିଚାଳନା କରିଥିଲେ। ଏହି ଅଭିଯାନ ମାଧ୍ୟମରେ ଦେଶପ୍ରେମ, ଜାତୀୟ ଏକତା ଏବଂ ତ୍ରିରଙ୍ଗା ପ୍ରତି ସମ୍ମାନର ବାର୍ତ୍ତା ପ୍ରଚାର କରାଯାଇଥିଲା।

- Advertisement -

Leave A Reply

Your email address will not be published.